Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଓ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ

Rashmita Mishra
Browse all articles by Rashmita Mishra
·1 year ago·1 min read
ରାଜ୍ୟରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଓ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ

ଅର୍ଗସ ବ୍ୟୁରୋ: ରାଜ୍ୟରେ ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ପାଇଁ ବଡ଼ ପଦକ୍ଷେପ ।  କଟକ ଓ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ 509 କୋଟି ଟଙ୍କା ଅନୁମୋଦନ ହୋଇଛି ।  କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଓ ମାଛପୁର ମଧ୍ୟରେ 10.89 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ସହ ରାୟାଗଡା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନରେ 05.50 କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏ ଓଭର ନିର୍ମାଣ ହେବ । 

ଏହି ପଦକ୍ଷେପ ଭାରତୀୟ ରେଳବାଇର ବ୍ୟାପକ ଶକ୍ତି, ଖଣିଜ ଏବଂ ସିମେଣ୍ଟ କରିଡର ଯୋଜନାର ଏକ ଅଂଶ ।  ଯାହା ରେଳ ଚଳାଚଳର ଉନ୍ନତି ତଥା ପ୍ରମୁଖ ରେଳ ଲାଇନଗୁଡିକରେ ଯାତାୟାତରେ ସମସ୍ୟା ଦୂର କରିବାକୁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ରେଳମନ୍ତ୍ରୀ ଓଡିଶା ଗସ୍ତ ସମୟରେ ଓଡିଶାରେ ଏହି ରେଳ ଭିତ୍ତିଭୂମି ପ୍ରକଳ୍ପର ମଞ୍ଜୁରୀ ବିଷୟରେ ସୂଚନା ଦେଇଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Major steps taken to increase train efficiency and create new infrastructure in the state | Argus News