Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

School Holiday / ମକର ସଂକ୍ରାନ୍ତି ପାଇଁ ସ୍କୁଲ ଛୁଟି ବାତିଲ

Rashmita Mishra
Browse all articles by Rashmita Mishra
·6 months ago·1 min read
ମକର ସଂକ୍ରାନ୍ତି ପାଇଁ ସ୍କୁଲ ଛୁଟି ବାତିଲ
School Holiday

Key Points

ମକର ସଂକ୍ରାନ୍ତି ସ୍କୁଲ ଛୁଟି ବାତିଲ ।
ITDA ବାରିପଦା ମୟୁରଭଞ୍ଜ ଜିଲ୍ଲାର ସମସ୍ତ SSD ହାଇସ୍କୁଲମାନଙ୍କୁ ନିର୍ଦ୍ଦେଶନାମା ଜାରି 

ମକର ସଂକ୍ରାନ୍ତିରେ ସ୍କୁଲ ଛୁଟି ବାତିଲ । ମୟୂରଭଞ୍ଜ ଜିଲ୍ଲାର ସମସ୍ତ SSD ହାଇସ୍କୁଲମାନଙ୍କୁ ନିର୍ଦ୍ଦେଶନାମା । ବାରିପଦା ITDA ପକ୍ଷରୁ ସମସ୍ତ SSD ହାଇସ୍କୁଲ ମାନଙ୍କୁ ଚିଠି । ମକର ସଂକ୍ରାନ୍ତିରେ ଦଶମ ଶ୍ରେଣୀ ପିଲାଙ୍କର ନିୟମିତ ପାଠ ପଢ଼ାଯିବ । 

ସୂଚନାନୁଯାୟୀ ମୟୂରଭଞ୍ଜ ଜିଲ୍ଲାର ଗଣପର୍ବ ମକର ହୋଇଥ‌ିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ହଷ୍ଟେଲରେ ରହି ପଢୁଥ‌ିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଛୁଟି ବାତିଲ କରାଯାଇଛି । ଏହାସହ ଛୁଟି ସମୟରେ ସେମାନଙ୍କୁ ଶିକ୍ଷାଦାନ ପାଇଁ ବାରିପଦା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହାକୁ ନେଇ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି । ଜିଲ୍ଲାର ପରମ୍ପରା ଅନୁଯାୟୀ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପରିବାରରେ ଏହି ପର୍ବ ସମସ୍ତ ସଦସ୍ୟ ଏକତ୍ର ପାଳନ କରିଥାନ୍ତି । ସକାଳେ ମକର ବୁଡ଼ ପକାଇ ନିଆଁପୁହାଁ ଠାରୁ ନୂତନବସ୍ତ୍ର ପରିଧାନ ,ପିଠାପଣା, ମାଛମାଂସ ପ୍ରତ୍ୟେକ ଘରେ ହୋଇଥାଏ । ଏପରି ସ୍ଥଳେ ହଷ୍ଟେଲରେ ପିଲାଙ୍କୁ ଅଟକାଇ ରଖିବା ପରମ୍ପରାକୁ ଅସମ୍ମାନ ସଦୃଶ୍ୟ ହୋଇଛି । ରାଜ୍ୟ ସରକାର ୧୪ ତାରିଖ ଛୁଟି ସହ ୧୫ତାରିଖକୁ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଛୁଟି ଅନୁମୋଦନ କରିଥିବା ବେଳେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କ ନିର୍ଦ୍ଦେଶନାମା ଅସନ୍ତୋଷ ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
School Holiday | School Holiday Cancelled: Baripada ITDA Issues Notice to All SSD High Schools | Argus News