Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - NGT ଛାଟ ପରେ ମାଲକାନଗିରି ଡିଏଫଓଙ୍କୁ ରିପୋର୍ଟ ତଲବ

Odisha

NGT ଛାଟ ପରେ ମାଲକାନଗିରି ଡିଏଫଓଙ୍କୁ ରିପୋର୍ଟ ତଲବ

Smruti Parija
Browse all articles by Smruti Parija
·1 year ago·3 min read
NGT ଛାଟ ପରେ ମାଲକାନଗିରି ଡିଏଫଓଙ୍କୁ ରିପୋର୍ଟ ତଲବ

Key Points

  • ଇସଲାମନଗରର ମାସୁମ୍ ଖାନଙ୍କ ଖୋଲିବ ଗୁମର
  • NGT ଛାଟ ପରେ ମାଲକାନଗିରି ଡିଏଫଓଙ୍କୁ ରିପୋର୍ଟ ତଲବ
  • 15 ଦିନ ଭିତରେ ରିପୋର୍ଟ ଦେବା ପାଇଁ ପିସିସିଏଫଙ୍କ ନିର୍ଦ୍ଦେଶ
  • ବିଜେଡି ନେତା ମାସୁମ୍ ଖାନ୍, ସଂରକ୍ଷିତ ଜଙ୍ଗଲକୁ ବେଆଇନ କବଜା କରିଥିବାର ଆସିଥିଲା ସଂଙ୍ଗୀନ ଅଭିଯୋଗ
  • ସରକାରୀ ଯୋଜନାରେ ଏଠି ହୋଇଛି ରାସ୍ତା ଓ ପୋଖରୀ

ଅର୍ଗସ ବ୍ୟୁରୋ: ଅର୍ଗସ୍ ନ୍ୟୁଜ ଖବରର ପ୍ରଭାବ । ଇସଲାମ ନଗରରେ ଜଙ୍ଗଲ ଜମି ଜବର ଦଖଲ  ପ୍ରସଙ୍ଗରେ ନିଜ  ଆଡୁ ମାମଲା ରୁଜୁ କଲା ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ।
ଇସଲାମ ନଗରରେ କେତେ ଜଙ୍ଗଲ ଜମି ଜବର ଦଖଲ ହୋଇଛି । ଜବର ଦଖଲ ହୋଇଥିବା ଜମିର କିସମ କଣ । ବନ କର୍ମଚାରୀଙ୍କ ଜାଣତରେ ହୋଇଛି କି ଜବର ଦଖଲ ।  ଏନଜିଟି ଛାଟ ପରେ ଏ ତମାମ ପ୍ରଶ୍ନର ଉତ୍ତର ସହ 15 ଦିନ ଭିତରେ ରିପୋର୍ଟ ଦେବାକୁ ମାଲକାନାଗିର ଡିଏଫଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ପିସିସିଏଫ । 
 
ଏନଜିଟି ଛାଟ ପରେ ପୁଣି ଆକ୍ସନ ମୋଡକୁ ଆସିଛି ମାଲକାନାଗିର ବନ ବିଭାଗ । ମୋଟୁ ରେଞ୍ଜର ପୁଣି ତଦନ୍ତ କରି ଦୁଇ ଦିନରେ ରିପୋର୍ଟ ଦେବେ । ଇସଲାମ ନଗରକୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ ସଂରକ୍ଷିତ ଜଙ୍ଗଲରେ ହୋଇଥିବାବେଳେ ଏଥିପାଇଁ କୌଣସି ଅନୁମତି ନିଆଯାଇନି ବୋଲି ଆଜି ସ୍ପଷ୍ଟ କରିଛନ୍ତି ମାଲକାନାଗିରି ଏସି ସି ଏଫ

ଲୋକଙ୍କ ଅଭିଯୋଗ ମାସୁମ ଖାନକୁ ସେତେବବଳେ ସୁରକ୍ଷା ଦେଉଥିଲା ବିଜେଡ଼ି । ଏବେ ସୁରକ୍ଷା ଦେଉଛନ୍ତି କି  ସରକାରୀ ଅଧିକାରୀ । ଅର୍ଗସ ରେ ବାରମ୍ବାର ଖବର ପ୍ରସାରଣ ପରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଦୁଇ ବିଭାଗର ମନ୍ତ୍ରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଦେଇଥିଲେ ତଦନ୍ତ ନିର୍ଦ୍ଦେଶ । ରାଜସ୍ବ ମନ୍ତ୍ରୀ ବି କହିଥିଲେ ତଦନ୍ତ ପରେ ହେବ ଆକ୍ସନ ।

ହେଲେ ଜିଲ୍ଲା ପ୍ରଶାସନ କଣ ତଦନ୍ତ କଣ କଲା ମୁହଁ ଖୋଲୁନି । ଆଖି ଦେଖାଣିଆ ଚଢାଉ କରି ଇସଲାମ ନଗରୁ ଜବତ କିଛି ଔଷଧର ଫଟୋ ଦେଇଥିଲା ପ୍ରଶାସନ । ହେଲେ କେତେ ଜମିରେ ଜବର ଦଖଲ ହୋଇଛି । କେମିତି ସରକାରୀ ଯୋଜନାରେ ଏଠି କାମ ହେଲା । କାହା ଚାପରେ ପ୍ରଶାସନ କାମ କଲା ସେ ନେଇ କିନ୍ତୁ ମୁହଁ ଖୋଲୁନି ମାଲକାନାଗିର ପ୍ରଶାସନ । ଏଡିଏମ କହିଛନ୍ତି ତଦନ୍ତ ସରିନି । 

କେବଳ ସରକାରି ଜମି ଲୁଟ ନୁହେଁ ବରଂ ଜଡ଼ିବୁଟି ବା ଆୟୁର୍ବେଦ ମେଡିସିନ ନାମରେ ନିରୀହ ଆଦିବାସୀଙ୍କୁ ଲୁଟ କରୁଥିଲା ମାସୁମ ଖାନ ର ଭାଇ ଜମାଲ ଖାନ । ପ୍ରଶାସନ ଚଢାଉ କରି ମେଡିସିନ ଜବତ କରିଥିଲା ସତ ହେଲେ ।  ମେଡ଼ିସିନ ପ୍ରସ୍ତୁତକାରୀ ଜମାଲ ଖାନ କୁ ଗିରଫ କରିନଥିଲା ପୋଲିସ ପ୍ରଶାସନ । ବିଜେଡି ନେତା ପ୍ରଦୀପ ମାଝିଙ୍କ ଖାସ ଥିଲେ ମାସୁମ ଖାନ । ଇସଲାମ ନଗରରୁ ବେଆଇନ ମେଡିସିନ ଜବତ ପରେ  ମାସୁମଙ୍କ ପ୍ରତି ଦରଦ ଦେଖାଇଥିଲେ ପ୍ରଦୀପ । 

 ବିଜେଡି ସରକାର ଅମଳରେ ମାସୁମ ଖାନ ପ୍ରତି ପ୍ରଦର୍ଶନ ହୋଇଥିବା ଅହେତୁକ ଅନୁକମ୍ପାର ପ୍ରମାଣ। ରାଜ୍ୟ ରାଜରାସ୍ତାରୁ ମାସୁମର ଇସଲାମନଗର ଦେଇ ମନରେଗାରେ ଦୁଇଟି ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଦୁଇ ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର, ଉଠା ଜଳସେଚନ ପ୍ରକଳ୍ପ ଓ ମତ୍ସ୍ୟ ଓ କୃଷି ବିଭାଗ ପକ୍ଷରୁ ବଡ ବଡ ପୋଖରୀ ଖୋଳା ଦିଆଯାଇଛି ରିହାତି। ମାଲକାନଗିରି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ 2022-23 ଆର୍ଥିକ ବର୍ଷରେ ଦିଆଯାଇଛି ଦୁଇଟି ପୋଖରୀ ପାଇଁ ରିହାତି । ଯେଉଁଥିରେ ମାସୁମ ଖାନର ବାପା ଇସମାଇଲ ଖାନଙ୍କୁ 3 ଲକ୍ଷ 74000 ଟଙ୍କା ଓ ମାସୁମ ଖାନଙ୍କୁ 5 ଲକ୍ଷ 44000 ଟଙ୍କାର ସବସିଡି ଦିଆଯାଇଛି । ଏହାସହ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ରେ 2020-21 ଆର୍ଥିକ ବର୍ଷରେ 17 ଲକ୍ଷ ଟଙ୍କାର ମାଛ ପୋଖରୀ ଖୋଲା ଯାଇଛି , ଯେଉଁଥିରେ ମାସୁମ ଖାନଙ୍କ ଭାଇଙ୍କୁ 6 ଲକ୍ଷ 80 ହଜାର ଟଙ୍କା ସବସିଡି ମିଳିଛି । 

ବାରିବାଞ୍ଚାରୁ ମୋଟୁ କେନାଲ ପର୍ଯ୍ୟନ୍ତ ରାସ୍ତା କାମରେ 8 ଲକ୍ଷ 50 ହଜାର ଖର୍ଚ୍ଚ କାହା ଇସାରାରେ ହୋଇଥିଲା  ଓ ବେଆଇନ ଜମିରେ ଗଢି ଉଠିଥିବା ଇସଲାମ ନଗରକୁ  କେମିତି ବିଦ୍ୟୁତ ସଂଯୋଗ ମିଳିଲା  ତା ଉତ୍ତର ବି ଦେଉନି ପ୍ରଶାସନ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Malkangari to report to DFO after NGT recess | Argus News