Videos
|
Odisha

ଭିଜିଲାନ୍ସ ଜାଲରେ ମାଲକାନଗିରି ଚିତ୍ରକୋଣ୍ଡା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର

Rashmita Mishra
Browse all articles by Rashmita Mishra
·1 year ago·1 min read
ଭିଜିଲାନ୍ସ ଜାଲରେ ମାଲକାନଗିରି ଚିତ୍ରକୋଣ୍ଡା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର

5 ଲକ୍ଷରୁ ଅଧିକ ଟଙ୍କା ନେଇ ଯିବା ବେଳେ ମାଡ଼ି ବସିଲା ଭିଡିଲାନ୍ସ। ଧରାପଡ଼ିଲେ ଚିତ୍ରକୋଣ୍ଡା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପବିତ୍ର ମୋହନ ପାଣିଗ୍ରାହୀ। ଭୁବନେଶ୍ବର ଘରୁ ମଧ୍ୟ ମିଳିଛି ୧୦ ଲକ୍ଷ ନଗଦ ଟଙ୍କା। ପବିତ୍ର ମୋହନଙ୍କ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍ ।

ଭିଜିଲାନ୍ସ ଜାଲରେ ମାଲକାନଗିରି ଚିତ୍ରକୋଣ୍ଡା ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର । ଟଙ୍କା ନେଇ କାରରେ ଯାଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ୫ ଲକ୍ଷରୁ ଅଧିକ ଟଙ୍କା ନେଇ ଯାଉଥିବା ବେଳେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଛି ଭିଜିଲାନ୍ସ । ଟଙ୍କା କେଉଁଠୁ ଆଣିଲେ ପଚାରିବାରୁ ଭିଜିଲାନ୍ସ ଟିମକୁ ପବିତ୍ର ସନ୍ତୋସ ଜନକ ଉତ୍ତର ଦେଇପାନଥିଲେ ।

5 ଲକ୍ଷ 7 ହଜାର ଟଙ୍କା ନେଇ କାରରେ ଯାଉଥିବା ବେଳେ ଗୋବିନ୍ଦା ପାଲୀ ଛକ ନିକଟରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏକଜିକ୍ୟୁଟିଭ ଇଞ୍ଜିନିୟରଙ୍କ ବାସଭଭନ ସହ ଅନ୍ୟ ଏକ ସ୍ଥାନରେ ମଧ୍ୟ ରେଡ କରୁଛି ଭିଜିଲାନ୍ସ । ଭୁବନେଶ୍ବର ସ୍ଥିତ ବାସଭବନରୁ ପ୍ରାୟ 10 ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
malkangiri-chitrakonda-assistant-executive-engineer-caught-in-the-vigilance-net | Argus News