Tiger Attack / ୪ ବର୍ଷର ଝିଅ ଉପରେ ଆକ୍ରମଣ... ମା’ର ସାହସ ଆଗରେ ହାରିଲା ବାଘ

Key Points
ଝିଅକୁ ଟାଣିନେଉଥିଲା ବାଘ ମା’ ହେଲା ଢାଲ ।
ବାଘ ସହ ଲଢ଼ିଲା ମା’ ମୃତ୍ୟୁମୁହଁରୁ ଫେରିଲା ଝିଅ ।
୪ ବର୍ଷର ଝିଅ ଉପରେ ଆକ୍ରମଣ ମା’ର ସାହସ ଆଗରେ ହାରିଲା ବାଘ ।
ମା' ଥିଲେ ପାଖରେ, ତେଣୁ ମୃତ୍ୟୁ ମୁହଁରୁ ଫେରିଲା ୪ ବର୍ଷର ନିରୀହ ଶିଶୁ । କୁନି ଝିଅର ବେକକୁ କାମୁଡ଼ି ଟାଣି ନେଉଥିଲା ବଘ, ଆଉ ଝିଅର ଚିତ୍କାର ଶୁଣି ଦୌଡ଼ି ଆସିଲା ମା' । ହାତରେ ଯାହା ପଡ଼ିଲା, ତାହାକୁ ଅସ୍ତ୍ର କରି ମା' ଦେଲେ ଏମିତି ପାହାର, ଯେ ଶିଶୁକୁ ଛାଡ଼ି ଜଙ୍ଗଲକୁ ଦୌଡ଼ି ପଳାଇଲା ବାଘ । ରକ୍ତାକ୍ତ ହୋଇଥିଲେ ବି ମା'ର ସାହସରେ ନୂଆ ଜୀବନ ପାଇଲା କୁନି ଝିଅ । ମାଲକାନଗିରି ମାଥିଲିର ଏହି ଘଟଣା ଏବେ ସମସ୍ତଙ୍କୁ କରିଛି ସ୍ତବ୍ଧ ।
ଘର ଭିତରେ ପଶି କୁନି ଝିଅ ଉପରେ ବାଘ କରିଥିଲା ଆକ୍ରମଣ । ମା' ଆଗରେ ହାର ମାନି ଜଙ୍ଗଲକୁ ଦଉଡ଼ି ପଳାଇଲା ବାଘ ବୋଉ ବୋଉ କହି ଚିତ୍କାର କରୁଥିଲା ଝିଅ । ତଣ୍ଟି ଫାଟି କାନ୍ଦିବାକୁ ଲାଗିଲା । ବୋଉ ବାଘ ଟାଣି ନେଉଛି ବୋଲି କହିଥିଲା । ଆଉ ଦଉଡ଼ି ଆସି ଦେଖିଲା ବେଳକୁ ଝିଅର ବେକକୁ ଧରି ଟାଣି ଟାଣି ନେଉଛି ବାଘ ।
ଝିଅର ମା' ଏମିତି ଦୃଶ୍ୟ ଦେଖିଲା ପରେ ଚିତ୍କାର କରି ଗାଁ ଲୋକଙ୍କୁ ଡାକିଥିଲା । ଆଉ ପାଖରେ ରଖା ଯାଇଥିବା ଏକା ତଡ଼ାରେ ବାଘର ପଛ ମୁଣ୍ଡକୁ କରିଥିଲା ଆକ୍ରମଣ । ଫଳରେ ବାଘଟି ଝିଅକୁ ଛାଡ଼ି ଜଙ୍ଗଲକୁ ଦଉଡ଼ି ପଳାଇଥିଲା । କୁନି ଝିଅଟିକୁ ପୁରା ରକ୍ତାକ୍ତ କରି ଦେଇଛି ବାଘ । କେବଳ ମା' ପାଇଁ ଆଜି ଝିଅଟି ନୂଆ ଜୀବନ ପାଇଛି । ସେ ପରା ମା'। ତା ସନ୍ତାନ ପାଇଁ ସେ ଦୁର୍ଗା ପାଲଟି ପାରେ । ତା ସନ୍ତାନକୁ ରକ୍ଷା କରିବା ପାଇଁ ସେ ମୃତ୍ୟୁ ସହ ମଧ୍ୟ ଯୁଦ୍ଧ କରିପାରେ । ଯେମିତି ଏବେ ଦେଖିବାକୁ ମିଳିଛି। କୁନି ଝିଅକୁ ବଞ୍ଚାଇବା ପାଇଁ ବାଘ ଝିଅ ସହ ଲଢ଼େଇ କରିଛି ।
୪ ବର୍ଷର ଝିଅ ଦେହରେ ଲାଗିଛି ଗଭୀର ଆଘାତ । ଦେହସାରା ଖାଲି ବାଘର କାମୁଡ଼ା ଚିହ୍ନ । ବେକରେ ରହିଛି ବାଘ ଦାନ୍ତର ଚିହ୍ନ । ବାଘର ମୁହଁରୁ ଛଡ଼ାଇ ଆଣିଛନ୍ତି ମା' । କୁନି ଝିଅର ସାହାସକୁ ବି ମାନିବାକୁ ପଡ଼ିବ । ବାଘ ଆକ୍ରମଣ କରିଛି ତଥାପି ଝିଅଟି ମୁହଁରେ ଟିକେ ବି ଭୟ ନାହିଁ । ତା ଆଖିରୁ ଲୁହ ବି ଝରୁ ନାହିଁ । ସେମିତି ସାହାସର ସହ ବସି ରହିଛି । ଯଦି ଦେଖିବା ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଜନ୍ଦ୍ରାଗୁଡ଼ା ଗ୍ରାମରେ ।
ସୋମବାର ଅପରାହ୍ନରେ ଜନ୍ଦ୍ରାଗୁଡ଼ା ଗାଁରେ ଆଇତା ବେଟିଙ୍କ ୪ ବର୍ଷର ଝିଅ ଘରେ ଖେଳୁଥିଲା । ଏହି ସମୟରେ ହଠାତ୍ ଏକ ବାଘ ଆସି ତାଙ୍କ ଉପରେ ଝାମ୍ପ ମାରିଥିଲା । ଶିଶୁଟିର ବେକକୁ ଧରି ଟାଣି ନେଉଥିବା ବେଳେ ଝିଅ ଚିତ୍କାର କରିବାକୁ ଲାଗିଥିଲା । ଆଉ ଝିଅର ଚିତ୍କାର ଶୁଣି ପହଞ୍ଚିଥିଲା ମା' । ପାଖପୋଡ଼ଶୀ ଦୌଡ଼ି ଆସିଥିଲେ ।
ବାଘଟି ଝିଅକୁ ନେଉଥିବାର ଦେଖି ପାଖରେ ଥିବା ତଡ଼ାରେ ବାଘ ଉପରେ ମା' ଜଣକ କରିଥିଲେ ଆକ୍ରମଣ । ଏତେ ସାରା ଲୋକଙ୍କ ପାଟିଶୁଣି ବାଘଟି କୁନି ଝିଅକୁ ଛାଡ଼ି ଘଞ୍ଚଜଙ୍ଗଲକୁ ପଳାଇଥିଲା । ତେବେ ବାଘ ଆକ୍ରମଣରେ ଝିଅର ବେକ, କାନ୍ଧ ଓ ପିଠିରେ ନଖ ଓ ଦାନ୍ତର ଗଭିର ଆଘାତ ଲାଗିଛି । ତୁରନ୍ତ ଉଦ୍ଧାର କରାଯାଇ ମାଥିଲି ଉପଖଣ୍ଡ ହସ୍ପିଟାଲ୍ରେ ଭିର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ଗାଁ ଲୋକ କହିଛନ୍ତି, ଶିଶୁଟି ପାଟି କରିନଥିଲେ ହୁଏତ ବାଘ ଟାଣି ନେଇ ମାରିଦେଇଥାନ୍ତା ।
ସେପଟେ ଘଟଣାକୁ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଗାଁ ଲୋକେ ବାଘ କହୁଥିବା ବେଳେ ବନବିଭାଗ କିନ୍ତୁ ବାଘ ବୋଲି କହିନାହିଁ । ଶିଶୁଟିକୁ କେଉଁ ପ୍ରଜାତିର ବନ୍ୟପ୍ରାଣୀ ଆକ୍ରମଣ କରିଛି ତାହାକୁ ଚିଶ୍ଚୟ କରିବା ପାଇଁ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଘଟଣା ପରେ ଜନ୍ଦ୍ରାଗୁଡ଼ା ଓ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
📱 Get Argus News App
✨Related Topics
Explore more stories