Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲଗାଣ ବର୍ଷାରେ ବେହାଲ୍ ମାଲକାନଗିରି

Odisha

ଲଗାଣ ବର୍ଷାରେ ବେହାଲ୍ ମାଲକାନଗିରି

Smruti Parija
Browse all articles by Smruti Parija
·1 year ago·1 min read
ଲଗାଣ ବର୍ଷାରେ ବେହାଲ୍ ମାଲକାନଗିରି

ମାଲକାନଗିରି: ସମ୍ପୂର୍ଣ୍ଣ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି ଜିଲ୍ଲା । ଜିଲ୍ଲାର ସମସ୍ତ ଛୋଟ ବଡ ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟାଜଳ । ଜିଲ୍ଲାର ପାଙ୍ଗମ , mv7, ପୋଟେରୁ, ବଡ଼ିଲି, mv90, mv 96 ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ଜଳ ।

ଜିଲ୍ଲାର ମୋଟୁ ଠାରୁ କାଲିମେଳା, କାଲିମେଳା ଠାରୁ ମାଲକାନଗିରି, ମାଲକାନଗିରି ଠାରୁ ଜୟପୁର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହାସହ ବଣ୍ଡା ଘାଟିରେ ପଥର ଖସି ଯାତାୟତ ବାଧାପ୍ରାପ୍ତ ହୋଇଛି । ଭୂସ୍କଳନ ଯୋଗୁଁ ଶହ ଶହ ଏକର ଚାଷ ଜମି । ପୋଟେରୁ ଗାଁ ରେ ପଶିଲା ବନ୍ୟା ଜଳ । ମାଲକାନଗିରି ସଦରରେ ଅଧିକାଂଶ ସ୍ଥାନରେ ଲୋକଙ୍କ ଘରେ ପଶିଛି ବନ୍ୟା ଜଳ ।

ଦୁଇ ଦିନ ଲଗାଣ ବର୍ଷାରେ ବେହାଲ ହେଲା ମାଲକାନଗିରି ଜିଲ୍ଲା । ଅଧିକ ପ୍ରଭାବିତ ହୋଇଛି ବାଲିମେଳା ଓ ଖଇରପୁଟ ଅଂଚଳ । ବାଲିମେଳା ସହରର ଭିଭିନ୍ନ ସାହି ଭିତରେ ପଶିଲା ବନ୍ୟା ଜଳ । ବାଲିମେଳା ସହରର ମେଡିକାଲ ସାହି , ଡ୍ରଗଲାଇନ ର ବିଭିନ୍ନ ସାହି ଭିତରେ ପଶିଲା ବନ୍ୟାଜଳ । ଡ୍ରଗଲାଇନ ର ମଣି ମନ୍ଦିର ପାଖରେ ବିଶାଳ ବର ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଗୋଟିଏ ଅଟୋ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେହିଭଳି ଖଇରପୁଟ ବଣ୍ଡା ଘାଟି ର ବିଭିନ୍ନ ସ୍ଥାନରେ ପାହାଡ଼ରୁ ବଡ ବଡ ପଥର ଖସି ଯାତାୟତ ରେ ବାଧା ସୃଷ୍ଟି ହୋଇଛି । ସେପଟେ ଦୁଇ ଦିନ ଲଗାଣ ବର୍ଷାର ପ୍ରଭାବରେ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ତଳୁଆ ପୋଲ ଉପରେ ପାଣି ଚଢ଼ିବାର ସମ୍ଭାବନା ଦେଖାଦେଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Malkangiri witnesses heavy rainfall, resulting in severe waterlogging | Argus News