ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ
·1 year ago

ଅର୍ଗସ ବ୍ୟୁରୋ: ଆଉ ଧମକାଇ ପାରିବେ ନାହିଁ ମମତା ବାନାର୍ଜୀ। ଆଳୁ ସଂକଟ ଦୂର କରିବାକୁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଆଜି ଉତ୍ତର ପ୍ରଦେଶରୁ ଆସି ଓଡ଼ିଶାରେ ପହଞ୍ଚିବ 300 ଟ୍ରକ୍ ଆଳୁ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କହିଛନ୍ତି ଚଢ଼ା ଦରରେ କେହି ଆଳୁ ବିକ୍ରି କଲେ ସରକାର ନେବେ କଡ଼ା କାର୍ଯ୍ୟାନୁଷ୍ଠାନ। ଚଳିତ ବର୍ଷ ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ଆଳୁ ଚାଲାଣ ବନ୍ଦ କରି ଦେଇଛନ୍ତି ମମତା ସରକାର। ତେଣୁ ପଶ୍ଚିମବଙ୍ଗର ମନମାନୀ ଭାଙ୍ଗିବାକୁ ୟୁପିକୁ ବିକଳ୍ପ ଭାବେ ବାଛିଛନ୍ତି ରାଜ୍ୟ ସରକାର। ତେଣୁ ଟିଏମସି ସରକାର ବେଶୀ ଦିନ ଏପରି ମନମାନୀ କରିପାରିବେ ନାହିଁ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ। ପଶ୍ଚିମବଙ୍ଗର ମନମାନୀ ଯୋଗୁଁ ରାଜ୍ୟ ସାରା ଦେଖାଦେଇଛି ଆଳୁ ସଂକଟ। କେଉଁଠି ଆଲୁ କିଲୋ ପିଛା ୪୦ ତ କେଉଁଠି ୪୫ ଟଙ୍କାରେ ହେଉଛି ବିକ୍ରୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: