ଜନ ପ୍ରତିନିଧିଙ୍କୁ ସଖୀ କଣ୍ଢେଇ କରିବାରୁ ବିଜେଡିରେ ହେଉଛି ବିଦ୍ରୋହ

Key Points
- ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ମମତା ମହାନ୍ତ
- ମମତାଙ୍କ ସାଂସଦ ପାଣ୍ଠି ଓ ଲେଟର ପ୍ୟାଡ ବବି ବ୍ୟବହାର କରୁଥିବାର ଥିଲା ଅଭିଯୋଗ
- ଜନ ପ୍ରତିନିଧିଙ୍କୁ ସଖୀ କଣ୍ଢେଇ କରିବାରୁ ବିଜେଡିରେ ହେଉଛି ବିଦ୍ରୋହ
- ସରକାରରୁ ଯିବା ପରେ କୁହୁଳୁଥିବା ନିଆଁ ନେବ କି ବିସ୍ଫୋରଣର ରୂପ ?
ଅର୍ଗସ ବ୍ୟୁରୋ: କୁଡୁମୀ ସମାଜକୁ ବଡ଼ ପ୍ରତିନିଧିତ୍ଵ । ଓଡିଆ ଅସ୍ମିତାକୁ ଆଉ ଏକ ବଡ ସ୍ଵୀକୃତି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ମମତା ମହାନ୍ତ । ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବେ ଦୁଇ ସେଟ ନାମାଙ୍କନ ଭରିଛନ୍ତି ମମତା । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମରଙ୍କ ସମେତ ଦଳର ବିଧାୟକ, ସାଂସଦ ଏବଂ ପ୍ରମୁଖ ନେତା ମାନେ ଉପସ୍ଥିତ ଥିଲେ । ବିଜେଡି ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେବା ସହ ବିଜେପିରେ ଅଳ୍ପ ଦିନ ତଳେ ମିଶିଥିବା ମମତା ମହାନ୍ତ ପୁଣି ଯିବେ ରାଜ୍ୟସଭା । ଅନ୍ୟପଟେ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ଡମି କ୍ୟାଣ୍ଡିଡେଟ୍ ଭାବେ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ।
ବିଜେଡିର ସବୁଠାରୁ ବଡ଼ ଶକ୍ତି, ରାଜ୍ୟସଭାରେ ଦଳର ଥିଲେ ୯ ସାଂସଦ । ଦଳର ଇତିହାସରେ ଲୋକସଭାରେ ଶୂନ୍ ହେବା ପରେ ରାଜ୍ୟସଭା ବିଜେଡି ଶକ୍ତିର ଆଧାର ଥିଲା । ମମତା ମହାନ୍ତଙ୍କ ଏକ୍ କମିଲା, ସଂଖ୍ୟା ପହଞ୍ଚିଲା ୮ରେ । ବିଶେଷଜ୍ଞଙ୍କ ଆଗୁଆ ଆକଳନ ମମତାଙ୍କ ପଦାଙ୍କ ଅନୁସରଣ କରିପାରନ୍ତି ଦଳର ଆହୁରି ଅନେକ ରାଜ୍ୟସଭା ସାଂସଦ । ଦଳ ଓ ସାଂସଦ ସଦସ୍ୟ ପଦ ଛାଡିବା ବେଳେ ମମତା ଆଣିଥିଲେ ବିଜେଡି ବିରୋଧରେ ସାଂଘାତିକ ଅଭିଯୋଗ । ବବି-ପାଣ୍ଡିଆନଙ୍କ ଚାପରେ ଚିପି ହୋଇଯାଉଥିଲେ ଜନ ପ୍ରତିନିଧି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଖିରେ ପଟି ବାନ୍ଧି ସାଜିଥିଲେ ଧୁତରାଷ୍ଟ୍ର । ମମତା ତାଙ୍କ ସାଂସଦ ହାତପାଣ୍ଠିକୁ ନିଜ ଜିଲ୍ଲା ଓ କୁଡମି ସମାଜ ପାଇଁ ଖର୍ଚ୍ଚ କରିବା ବଦଳରେ ବବି-ପାଣ୍ଡିଆନଙ୍କ ଇଚ୍ଛାରେ ଯାଜପୁର ଜିଲ୍ଲାରେ ଲାଗୁଥିଲା ତାଙ୍କ ହାତ ପାଣ୍ଠି ।
ଅନ୍ୟପଟେ ବିଜେଡିର ସାଂଗଠନିକ ସ୍ଥିତିକୁ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ବିଧାୟକ ଅଶୋକ ମହାନ୍ତି । ମମତାଙ୍କ ପରେ ଆହୁରି ଆସୁଛନ୍ତି । ବିଜେଡ଼ିର ଅନେକ ପୂର୍ବତନ ବିଧାୟକ, ସାଂସଦ ବିଜେପି ସମ୍ପର୍କରେ ଅଛନ୍ତି । ଅନେକ ବର୍ତ୍ତମାନର ବିଧାୟକ ସାଂସଦ ବି ସମ୍ପର୍କରେ ଅଛନ୍ତି । ସେପଟେ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି
📱 Get Argus News App
✨ମମତାଙ୍କ ଇସ୍ତଫା, ବିଜେପିର ନୂଆ ଗୋଟି ଚାଳନା ତାଙ୍କୁ ହିଁ ରାଜ୍ୟସଭାକୁ ପଠାଇବା ପରେ ନୂଆ ରାଜନୈତିକ ସମୀକରଣର ପୂର୍ବାଭାଷ ବୋଲି ସାମ୍ନାକୁ ଆସିଛି ମତ । ଇତିମଧ୍ୟରେ ଦଳ ମତ ବିରୋଧରେ ଯାଇ ଦଳର ଆଉ ଜଣେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୋଦି ସରକାର ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା, ଦଳରେ ସୃଷ୍ଟି କରିଛି ବିବାଦ । ଏବେ ଦଳର ଜିଲ୍ଲା ଜିଲ୍ଲାରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବା ସହ ବ୍ଲକ, ଏନଏସି, ମ୍ୟୁନିସିପାଲିଟିରେ ନିର୍ବାଚିତ ଅଧ୍ୟକ୍ଷ ମାନେ ସଂକଟରେ ଆସିଛନ୍ତି ।