Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ବିଜେଡି ଅଣଦେଖା କରୁଥିବାର ଆଣିଥିଲେ ଅଭିଯୋଗ 

Odisha

ବିଜେଡି ଅଣଦେଖା କରୁଥିବାର ଆଣିଥିଲେ ଅଭିଯୋଗ 

Smruti Parija
Browse all articles by Smruti Parija
·1 year ago·1 min read
ବିଜେଡି ଅଣଦେଖା କରୁଥିବାର ଆଣିଥିଲେ ଅଭିଯୋଗ 

ଅର୍ଗସ ବ୍ୟୁରୋ: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଉପସ୍ଥିତିରେ ଧରିଲେ ପଦ୍ମ । ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ସୁବ ଦର୍ଷିନୀ, ସାଂସଦ ମାଳବିକା ଦେବୀ, ଅନନ୍ତ ନାୟକ,  ନବ ଚରଣ ମାଝୀ ଉପସ୍ଥିତ ଥିଲେ । ବିଜେପିରେ ସାମିଲ ହେବା ପରେ ମମତା କହିଛନ୍ତି, ବିଜେଡି ଅଣଦେଖା କରୁଥିବାର ଆଣିଥିଲେ ଅଭିଯୋଗ । 

ବିଜେଡି ସାଂସଦ ମମତା ମହାନ୍ତଙ୍କ ଇସ୍ତଫା


ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡ଼ା ପଡୁନି ଅନୁଭବ କଲି, ତେଣୁ ମୁଁ ଦଳ ଛାଡିଲି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବକା ସାଥ ସବକା ବିକାଶ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଲି । ମୋର କମ୍ୟୁନିଟି ପାଇଁ ଅଧିକ କିଛି ସେବା କରି ପାରିବି । ଦଳରେ ସାମିଲ୍ ହେବା ପରେ ଜେପି ନଡ୍ଡା, ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମମତା । ରାଜ୍ୟସଭାରୁ ଇସ୍ତଫା ଦେବା ସହ ବିଜେଡିରୁ ମଧ୍ୟ ଇସ୍ତଫା ଦେଇଥିଲେ ମମତା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
mamata-mahanta-joins-bjp | Argus News