Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Mamita Meher / ମମିତା ମେହେର ହତ୍ୟା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଗୋବିନ୍ଦ ସାହୁଙ୍କ ପରିବାର

Sushanta Sahoo
Browse all articles by Sushanta Sahoo
·9 months ago·2 min read
ମମିତା ମେହେର ହତ୍ୟା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଗୋବିନ୍ଦ ସାହୁଙ୍କ ପରିବାର

Key Points

ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମମିତାଙ୍କ ବାପା । ଆଉ ଏବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ପରିବାର ସମାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ଭୁବନେଶ୍ଵର: ବହୁଚର୍ଚ୍ଚିତ ମମିତା ମେହେର ହତ୍ଯାକାଣ୍ଡ ଘଟଣା । ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପରିବାର । ସିଏମ୍ ମୋହନ ଚରଣ ମାଝୀଙ୍କୁ ଭେଟି ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ମୃତ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ।


ସୁରକ୍ଷା ମାଗିବା ସହିତ ସମ୍ପୂର୍ଣ୍ଣ ଘଟଣାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଗୋବିନ୍ଦଙ୍କ ପରିବାର ଲୋକେ ଦାବି କରିଛନ୍ତି । ପୂର୍ବତନ ବିରୋଧୀ ଦଳ ନେତା ତଥା ପୂର୍ବତନ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କନେତୃତ୍ୱରେ ଗୋବିନ୍ଦ ସାହୁଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।


ମୁଖ୍ୟ ମନ୍ତ୍ରୀଙ୍କୁ ଭେଟି ଗୋବିନ୍ଦ ସାହୁଙ୍କ ସ୍ତ୍ରୀ ଓ ଝିଅ କହିଛନ୍ତି,"ସେତବେଳର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସବୁଥି ପାଇଁ ଦାୟୀ । କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଏବଂ ତାଙ୍କ କୁଚକ୍ରୀ ଗୋଷ୍ଠୀ ଧମକ ଦେଉଛନ୍ତି ।" ପରିବାର ପ୍ରତି ବିପଦ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଛନ୍ତି ।


ଏଥିସହ ପଢ଼ନ୍ତୁ: ମମିତା ମେହେର ହତ୍ୟା ଘଟଣା; ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ଗୋବିନ୍ଦ ସାହୁଙ୍କ ପରିବାର


ମୃତ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ କହିଛନ୍ତି, "ମମିତା ମେହେରଙ୍କୁ ଯିଏ ହତ୍ୟା କରିଛି, ସିଏ ମୋ ବାପାଙ୍କୁ ବି ହତ୍ୟା କରିଛି । ବାପାଙ୍କୁ ଜେଲରେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପାଇଁଷଡ଼ଯନ୍ତ୍ର ହୋଇଛି । ମୁଁ ଓ ମୋ ପରିବାର ଏବେ ଭୟଭୀତ । ଆମ ସହ କେତେବେଳେ କିଛି ବି ହୋଇପାରେ । ଆମ ସମ୍ପତ୍ତି ସବୁ କବଜା କରି ରଖିଛନ୍ତି ।"

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ମାମଲାର ରି ଓପନିଂ ସହ ସୁରକ୍ଷା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ଲିପିକା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଓ ସରକାର ଉପରେ ଆମର ବିଶ୍ୱାସ ରହିଛି । ସିବିଆଇ ତଦନ୍ତ ଲାଗି ସୁପାରିସ୍ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ପ୍ରଦୀପ୍ତ ନାଏକ ।


ଏଥିସହ ପଢ଼ନ୍ତୁ: ପୁଣି ଖୋଲିବ ମମିତା ମେହେର ଫାଇଲ୍‌ : ବନ୍ଧା ହେବେ ବିଜେଡି ନେତା ?


୨୦୨୧ରେ ମମିତା ମେହେରଙ୍କୁ ହତ୍ୟା ଘଟଣା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଥିଲା । ମମିତାଙ୍କ ହତ୍ୟା ଓ ପରେ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜେଲ ଭିତରେ ସନ୍ଦେହଜନକ ମୃତ୍ୟୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ରର ଅଙ୍ଗ ବୋଲି ଅଭିଯୋଗ ହୋଇଥିଲା । ସେତେବେଳେ ମମିତାଙ୍କ ପରିବାର ବାରମ୍ବାର ନ୍ୟାୟ ଗୁହାରି କରିଥିଲେ । ପୂର୍ବ ନବୀନ ସରକାରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଥିବା ଦିବ୍ୟଶଙ୍କରଙ୍କୁ ନା ତଦନ୍ତ ପରିସରଭୂକ୍ତ କରାଗଲା ନା ତାଙ୍କୁ ପୋଲିସ ପଚରାଉଚରା କରିଥିଲା ।


ତଦନ୍ତ ଗଡ଼ି ଗଡ଼ି ଯାଉଥିବା ବେଳେ ଗୋବିନ୍ଦଙ୍କ ମୃତ୍ୟୁ ପରେ କ୍ରାଇମବ୍ରାଞ୍ଚର ହାତ ଖାଲି । ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲେ ମମିତାଙ୍କ ବାପା । ଆଉ ଏବେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ପରିବାର ସମାନ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଯାହା ଶିଥିଳ ପଡ଼ିଥିବାମମିତା ମେହେର ମାମଲାକୁ ପୁଣି ଚର୍ଚ୍ଚା ପରିଧିକୁ ଆଣିଛି ।

Related Topics

Explore more stories

Sponsored
Mamita Meher Murder: Govind Sahu’s Family Seeks Justice in CM Meeting | Argus News | Argus News