Govinda Murder Case / ଗୋବିନ୍ଦଙ୍କ ପରିବାର ପରେ ମୁହଁ ଖୋଲିଲେ ମମିତାଙ୍କ ପରିବାର

Key Points
ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ ମୃତ ଗୋବିନ୍ଦଙ୍କ ପରିବାର ।
ସମ୍ପତ୍ତି କବଜା ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଥିଲେ ।
ଗୋବିନ୍ଦ ମୃତ୍ୟୁ ଘଟଣାରେ ଗତକାଲି ମୃତ ଗୋବିନ୍ଦଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିଥିଲେ, ଆଜି ମୁହଁ ଖୋଲିଲେ ମମିତାଙ୍କ ପରିବାର । ମମିତାଙ୍କ ବାପା ମା କହିଛନ୍ତି , ପୂର୍ବ ସରକାରରେ ସେମାନଙ୍କୁ ନ୍ୟାୟ ମିଳିନି । ପରୋକ୍ଷରେ CBI ତଦନ୍ତ ପାଇଁ ଦାବି କରିଛନ୍ତି । ବିଜେପି ବିଧାୟକ ବାବୁ ସିଂ କହିଛନ୍ତି, ଠିକ୍ ସମୟରେ ନିଷ୍ପତ୍ତି ନେବେ ରାଜ୍ୟ ସରକାର ।
ଗୋବିନ୍ଦଙ୍କ ଝିଅ... ବାପାଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ନେଇ ଦାବି କରିବା ପରେ ଏବେ ମମିତା ମେହେରଙ୍କ ବାପା ମା କହିଛନ୍ତି ତାଙ୍କ ଝିଅଙ୍କୁ ନ୍ୟାୟ ମିଳିନି । ପୂର୍ବ ସରକାରରେ CBI ତଦନ୍ତ ପାଇଁ ଦାବି କରିଥିଲେ । ହେଲେ CBI ତଦନ୍ତ ହେଲା ନାହିଁ । ଏବେ ମୁଖ୍ୟମନ୍ତ୍ରୀ ଡାକିଲେ ଆମେ ଯିବୁ ବୋଲି କହିଛନ୍ତି ମମିତାଙ୍କ ବାପା ମାଆ । ସେମାନେ ଆହୁରି କହିଛନ୍ତି, ଆମ ପୁଅକୁ ଚାକିରି ଦିଆଯାଉ । ଆମେ ବହୁ କଷ୍ଟରେ ଚଳୁଛୁ । ଆମ ଝିଅକୁ ନ୍ୟାୟ ମିଳୁ ।
ଗତକାଲି ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଥିଲେ ମୃତ ଗୋବିନ୍ଦଙ୍କ ପରିବାର । ମୃତ ଗୋବିନ୍ଦଙ୍କ ଝିଅ କହିଥିଲେ ଯିଏ ମମିତା ମେହେରଙ୍କୁ ହତ୍ୟା କରିଛି ସେ ହିଁ ମୋ ବାପାଙ୍କୁ ହତ୍ୟା କରିଛି । ଏହାସହ ତତ୍କାଳୀନ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଆଡ଼କୁ କଲେ ଇସାରା । ତାଙ୍କ ସମ୍ପତ୍ତି କବଜା ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଥିଲେ ।
ସେପଟେ ମହାଲିଙ୍ଗ କଲେଜର ସମ୍ପତ୍ତିକୁ ହଡ଼ପ କରିବା ପାଇଁ ପୁରୁଣା ଟ୍ରଷ୍ଟ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଗୋବିନ୍ଦ ସାହୁଙ୍କ ପରିବାରକୁ ଧମକ ମଧ୍ୟ ମିଳୁଛି । ଏପରିକି ଗୋବିନ୍ଦ ସାହୁର ହତ୍ୟା କରାଯାଇଥିବା ମଧ୍ୟ ମହାଲିଙ୍ଗ ଗାଁ ଲୋକେ ଅଭିଯୋଗ କରିଛନ୍ତି ।
ବିଜେପି ବିଧାୟକ ବାବୁ ସିଂ କହିଛନ୍ତି ପୂର୍ବ ସରକାର ଘଣ୍ଟ ଦୋଷୀ ମାନଙ୍କୁ ଘୋଡ଼ାଇଥିଲେ । ଲୋକେ ଜାଣିବାକୁ ଚାହୁଁଛନ୍ତି କେଉଁ ମାନେ ଏଥିରେ ସଂପୃକ୍ତ । ସବୁ କଥା ବିଚାର କରି ରାଜ୍ୟ ସରକାର ଠିକ୍ ସମୟରେ ଠିକ ନିଷ୍ପତି ନେବେ । ଯିଏ ବି ଏ ଘଟଣାରେ ସଂପୃକ୍ତ ଥିବେ ଦଣ୍ଡ ପାଇବେ । ସେପଟେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି କହିଛନ୍ତି, ଯାହାଙ୍କ ପାଖରେ ଅଭିଯୋଗ ଆଣିଛନ୍ତି, ସେମାନେ ନିଷ୍ପତ୍ତି ନେବେ । ଆଇନ ତା ବାଟରେ ଯିବ । ପୁରୁଣା ଫାଇଲ ଖୋଲିଲେ ବିଜେଡି ପାଇଁ ଅଡୁଆ ହେବ କି ନାହିଁ ସମୟ କହିବ ।
ଏବେ ଅପେକ୍ଷା କେବେ ଖୋଲିବ ଗୋବିନ୍ଦ ସାହୁ ଫାଇଲ ...ଖୋଲିବ କି ଦିବ୍ୟଶଙ୍କର ଲିଙ୍କ...କେଉଁ ସ୍ବାର୍ଥରେ ଗୋବିନ୍ଦଙ୍କ ପରିବାରକୁ ଦିଆଯାଉଛି ଧମକ ।
📱 Get Argus News App
✨Related Topics
Explore more stories