ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳନବେଳେ ଅଘଟଣ
·1 year ago

ଭାରତୀୟ ସମ୍ବିଧାନ ପ୍ରଣୟତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ଆଜି ହେଉଛି 135 ତମ ଜୟନ୍ତୀ । ଏହି ଅବସରରେ ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୁମାଠାରେ କୁଚିଣ୍ଡା ଉପଖଣ୍ଡ ଜାତି ଜନଜାତି ବିକାଶ ପରିଷଦ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ରାଲି ସାଂସ୍କୃତିକ ଦଳ ସହ କୁଚିଣ୍ଡା ସହର ପରିକ୍ରମା କରିବାବେଳେ ଜଣ ରାଲିରେ ଯୋଗ ଦେଇଥିବା ଜଣେ କଳାକାରଙ୍କର ମୃତ୍ୟୁ ହୋଇଛି ।
ବାମରା ବ୍ଲକ ଉଚକାପାଟ ଗ୍ରାମପଞ୍ଚାୟତର ଦ୍ବାରିକା କୃଷ୍ଣ ଗୁରୁ ଦଳ ବୁରବୁଡା ଗ୍ରାମର ଜଣେ କଳାକାର ଆସିଥିଲେ । କଳାକାର ଜଣକ କଲେଜ ଅଡିଟୋରିୟମ ଭିତରେ ଗରମରେ ଅସୁସ୍ଥ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା । ଡାକ୍ତର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଛନ୍ତି । ବୃଦ୍ଧ କଳାକାରଙ୍କ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: