ଟ୍ରକ ଧକ୍କାରେ ଅଜଣା ଯୁବକ ମୃତ
·2 years ago

ବ୍ରହ୍ମପୁର: ଧକ୍କା ଦେଇ ଘୋଷାଡି ନେଲା । ଆସିକା ରୋଡ ଗେଟ୍ ବଜାର ବିଲ ସାହି ନିକଟରେ ଟ୍ରକ୍ ଧକ୍କାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି । ରାସ୍ତା ପାର ହେଉଥିବା ବେଳେ ଧକ୍କା ଦେଲା ଏକ ଟ୍ରକ୍ । ଟ୍ରକ୍ ଧକ୍କା ଦେଇ ଘଟଣା ସ୍ଥଳରୁ ଛୁ ମାରିଛି । ଟ୍ରକ୍ ପଛ ପଟେ ଆସୁଥିବା ଟାଟା ଏସି ଟି ଉକ୍ତ ଆହତ ଯୁବକଙ୍କୁ ପ୍ରାୟ 30 ମିଟର ଘୋଷାଡି ନେଇଛି । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖବର ପାଇ ଟ୍ରାଫିକ ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ଟାଟା ଏସିକୁ ପଚରା ଉଚରା କରୁଥିବା ବେଳେ ଟ୍ରକକୁ ଧରିବାକୁ ଚେଷ୍ଟା କରିବ ପୋଲିସ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: