Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - 5 ଦିନ ଧରି ଆତଙ୍କ ଖେଳାଇଥିଲା ରକ୍ତମୁଖା ମଣିଷଖିଆ ବାଘ

Odisha

5 ଦିନ ଧରି ଆତଙ୍କ ଖେଳାଇଥିଲା ରକ୍ତମୁଖା ମଣିଷଖିଆ ବାଘ

Smruti Parija
Browse all articles by Smruti Parija
·2 years ago·1 min read
5 ଦିନ ଧରି ଆତଙ୍କ ଖେଳାଇଥିଲା ରକ୍ତମୁଖା ମଣିଷଖିଆ ବାଘ

ନୂଆପଡା:  ନନ୍ଦନକାନନ ଯିବ ରକ୍ତମୁଖା ମଣିଷ ଖିଆ କଲରାପତରିଆ ବାଘ । ଗତକାଲି ବିଳମ୍ବିତ ରାତିରେ ବନବିଭାଗ ଦ୍ଵାରା କାବୁ ହୋଇଥିବା ବାଘ ନନ୍ଦନକାନନ ଯିବ ବୋଲି ସୂଚନା ଦେଇଛନ୍ତି ପ୍ରାଣୀ ସମ୍ପଦ ଉପନିର୍ଦେଶକ ଏବଂ ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶିଲ ତ୍ରିପାଠୀ । 

ପୁଣି ଘର ସମ୍ମୁଖରୁ ଆଠ ବର୍ଷର ଶିଶୁକୁ ଉଠାଇ ନେଲା ବାଘ

ବର୍ତ୍ତମାନ ବାଘର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବାବେଳେ ବାଘକୁ ଖାଇବାକୁ ଦିଆଯାଇଛି । ଏବଂ ବାଘଟି ନନ୍ଦନକାନନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି । ପାଞ୍ଚ ଦିନ ହେବ ନୂଆପଡ଼ା ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲା କଲରାପତରିଆ ବାଘ । ଗୋଧସପଡ଼ାର ଗୋଟିଏ ନାବାଳକକୁ ଘର ଅଗଣାରୁ ଟେକି ନେଇ ଶିକାର କରିଥିଲା । ପରେ ଜଣେ ଧରମବନ୍ଧା ପଞ୍ଚାୟତ କୋଦୋପାଳି ଗାଁର ମହିଳାକୁ ଶିକାର କରିଥିଲା । ସେହିପରି କିଛି ଘଣ୍ଟା ପରେ ଆଠ ବର୍ଷର ପୁଅକୁ ମଧ୍ୟ ଟେକି ନେଇଥିଲା ବାଘ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୫ଦିନ ପରେ ବାଘକୁ କାବୁ କରିଛି ବନବିଭାଗ

ଗତକାଲି ବିଳମ୍ବିତ ରାତିରେ ବନବିଭାଗର ଏକ ଟିମ୍ ଗାଁ କୁ ଯାଇ ବାଘଟିକୁ କାବୁ କରିଥିଲେ । ବର୍ତ୍ତମାନ ବାଘ ସୁସ୍ଥ ଥିବାବେଳେ ନନ୍ଦନକାନନକୁ ନିଆଯିବ ବୋଲି ସୂଚନା ଦେଇଛନ୍ତି  ପ୍ରାଣୀ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ ପାର୍ଥସାରଥୀ ଦୋରା । 


 

Sponsored
man-eating-tiger-to-be-shifted-nandankan | Argus News