ଅନଲାଇନ୍ ଗେମ୍ରେ ଟଙ୍କା ହାରି ପିଇଦେଲେ ବିଷ: ଚାଲିଗଲା ଜୀବନ
·1 year ago·1 min read

Key Points
ଅନଲାଇନ୍ ଗେମ୍ ନେଲା ଜୀବନ
୯୬ହଜାର ଟଙ୍କା ହାରିବା ପରେ ସେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ
ଅନଲାଇନ୍ ଗେମ୍ ନେଲା ଜୀବନ। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାରୀ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ୧୯ ବର୍ଷିୟ ସାହିଲ ଜେନା। ଭୁବନେଶ୍ବରରେ ଏକ ଶିକ୍ଷାନୁଷ୍ଠାନରେ ସେ ଡିପ୍ଲୋମା କରୁଥିଲେ। ଛୁଟିରେ ଘରକୁ ଯାଇଥିବା ବେଳେ ଅନଲାଇନ୍ ଗେମ୍ ଖେଳି ୯୬ହଜାର ଟଙ୍କା ହାରିବା ପରେ ସେ ବିଷ ପାନ କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବିଷ ପିଇବାର କିଛି ସମୟ ପରେ ସାହିଲ ନିଜ ମାମୁଙ୍କୁ ଫୋନ୍ କରି ଘଟଣା ସମ୍ପର୍କରେ କହିଥିଲେ।
ସେ ସାହିଙ୍କ ବାପାଙ୍କୁ ଏ ବିଷୟରେ ଜଣାଇବା ପରେ ଗୁରୁତର ଅବସ୍ଥାରେ ସାହିଲଙ୍କୁ ପାଟକୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରୁ କଟକ SCBକୁ ସ୍ଥାନାନ୍ତର ବେଳେ ରାସ୍ତାରେ ସାହିଲଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ଘଟଣାର ତଦନ୍ତ କରୁଛି ପୋଲିସ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: