ସରକାରକୁ ବଦନାମ କରିବାକୁ ତିଆରି କରାଗଲା ମନୁଷ୍ୟକୃତ ଅଭାବ: ଯୋଗାଣ ମନ୍ତ୍ରୀ
·1 year ago·1 min read

ଅର୍ଗସ ବ୍ୟୁରୋ: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ । ସରକାରକୁ ବଦନାମ କରିବାକୁ ତିଆରି କରାଗଲା ମନୁଷ୍ୟକୃତ ଅଭାବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ରାଜି ହେଲେ ଦେବାକୁ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ମାର୍କେଟରେ ପରିମାଣ କମିଲେ ଦର ବଢ଼େ, ଏବେ ସ୍ବାଭାବିକ ଅଛି ରେଟ୍ ଆଗକୁ ଆହୁରି କମିବ । ମମତାଙ୍କ ଆଳୁ ବ୍ଲାକମେଲ୍ । ଆଳୁ ଗାଡି ନ ଛାଡିବାକୁ ଦିଦିଙ୍କ ଜିଦ । ବଙ୍ଗରେ ପଛେ ବ୍ୟବସାୟୀ କ୍ଷତି ସହନ୍ତୁ ହେଲେ ଓଡିଶାକୁ କିନ୍ତୁ ଆସିବନି ଦିଦିଙ୍କ ଆଳୁ ଗାଡି ।
ଏବେ ବଙ୍ଗରେ 7 ଲକ୍ଷ ମେଟ୍ରିକ ଟନ୍ ଆଳୁ ଗଚ୍ଛିତ ଅଛି। ତାଙ୍କର ଚାହିଦା ଅତି ବେଶୀରେ 5 ଲକ୍ଷ ମେଟ୍ରିକ ଟନ୍। ଯଦି ବାକି 2 ଲକ୍ଷ ମେଟ୍ରିକ ଟନ୍ ଆଳୁ ସେମାନେ ଅନ୍ୟ ରାଜ୍ୟକୁ ନ ପଠାଉଛନ୍ତି ସବୁ ନଷ୍ଟ ହୋଇଯିବ। ପଶ୍ଚିମବଙ୍ଗର ବ୍ୟବସାୟୀ ଓଡ଼ିଶାକୁ ଆଳୁ ବିକିବାକୁ ଚାହୁଁଛନ୍ତି । କିନ୍ତୁ ମମତା ସରକାରଙ୍କ ଜିଦ୍ ଯୋଗୁଁ ଓଡ଼ିଶାକୁ ଆସିପାରୁନି ଆଳୁ ଟ୍ରକ୍।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: