High court / ପୁଲିସ ନିକଟରେ ବୟାନ ଅଦାଲତରେ ସାକ୍ଷ୍ୟ ଭାବେ ଗ୍ରହଣୀୟ ନୁହେଁ: ହାଇକୋର୍ଟ
·6 months ago·2 min read

Key Points
ପୋଲିସ ଅଧିକାରୀଙ୍କୁ ତାଲିମ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଆଇନର ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ତାଲିମ ଦେବାକୁ ନିର୍ଦ୍ଦେଶ
ଗୃହ ସଚିବ ଓ ପୋଲିସ ଡିଜି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ କହିଲେ କୋର୍ଟ

ଓଡ଼ିଶା (FEB-20): ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ପୋଲିସ ଅଧିକାରୀଙ୍କୁ ତାଲିମ ଦିଆଯାଉ। ଏଥିପ୍ରତି ଗୃହ ସଚିବ ଓ ପୋଲିସ ଡିଜି ବ୍ୟକ୍ତିଗତ ଭାବେ ଧ୍ୟାନ ଦିଅନ୍ତୁ। ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା କାର୍ଯ୍ୟକାରୀ ପାଇଁ ଗିରଫ କରୁଥିବା ପୋଲିସ ଅଧିକାରୀଙ୍କୁ ପର୍ଯ୍ୟାପ୍ତ ତାଲିମ ପ୍ରଦାନ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
ପୋଲିସ ଅଧିକାରୀଙ୍କୁ ଏ ସଂପର୍କିତ ତାଲିମ ପ୍ରଦାନ ପ୍ରସଂଗକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବାକୁ ଗୃହ ବିଭାଗ ପ୍ରମୁଖ ସଚିବ ଓ ପୋଲିସ ଡିଜିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ପାଳନ ନ ହେବା ସ୍ଥିତିକୁ ଏଡ଼ାଇବାକୁ ଉପଯୁକ୍ତ ନିର୍ଦ୍ଦେଶନାମା ବା ସାର୍କୁଲାର ଜାରି କରିବା ପ୍ରସଂଗ ପ୍ରତି ଦୃଷ୍ଟି ଦେବାକୁ ହାଇକୋର୍ଟ କହିଛନ୍ତି। ସମ୍ବିଧାନର ଧାରା ୨୨(୧) ଓ ବିଏନଏସର ଧାରା ୪୭ (ସିଆରପିସିର ଧାରା ୫୦)ରେ ଥିବା ବାଧ୍ୟତାମୂଳକ ବ୍ୟବସ୍ଥା ଉଲ୍ଲଂଘନର ବହୁ ଘଟଣା ଦେଖିବାକୁ ମିଳୁଛି।
ଏଭଳି ସ୍ଥିତିରେ ବୈଷୟିକ କାରଣ ଆଧାରରେ ଅପରାଧୀ ହାଜତରୁ ବାହାରିବାକୁ ସୁବିଧା ପାଉଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ହାଇକୋର୍ଟରେ ଦାୟର ଏକ ଜାମିନ ଆବେଦନ ମାମଲାର ଶୁଣାଣି ସମୟରେ ଏହା କହିଛନ୍ତି ହାଇକୋର୍ଟ।
୨୩ ବର୍ଷ ପୂର୍ବେ ବ୍ରହ୍ମପୁରର ପ୍ରଥମ ଅତିରିକ୍ତ ଦୌରା ଜଜ୍ ଅଦାଲତ ଏକ ହତ୍ୟା ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡ ଆଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି । ଉପଯୁକ୍ତ ପ୍ରମାଣ ନ ଥିବାରୁ ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଅତିରିକ୍ତ ଦୌରା ଅଦାଲତ ୨୦୦୩, ସେପ୍ଟେମ୍ବର ୧୬ରେ ପ୍ରଦାନ କରିଥିବା ଆଜୀବନ କାରାଦଣ୍ଡ ରାୟକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ଆବେଦନକାରୀଙ୍କୁ ମାମଲାରୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଓ ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଡ଼ି ଦାସଙ୍କ ଆବେଦନର ଶୁଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାୟରେ ଉଲ୍ଲେଖ କରାଯାଇଛି ଯେ ପୁଲିସ ନିକଟରେ ସିଆର୍ପିସିର ଧାରା ୧୬୧ରେ ଦିଆଯାଇଥିବା ବୟାନ ଅଦାଲତରେ ସାକ୍ଷ୍ୟ ଭାବେ ଗ୍ରହଣୀୟ ନୁହେଁ ସାକ୍ଷୀ ଅଦାଲତରେ ବୟାନରେ କହିଥିବା କଥା ବିଚାରକୁ ନିଆଯିବା ତଦନ୍ତ ବେଳେ ସାକ୍ଷୀ ପୁଲିସ ନିକଟରେ ଦେଇଥିବା ବୟାନରେ ଉଲ୍ଲେଖ କରିଥିବା କଥା ଅଦାଲତରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି।
ପଢ଼ନ୍ତୁ ଏହି ଖବର: ଗାର୍ଲଫ୍ରେଣ୍ଡ ସହ Oyoକୁ ଆସିଥିଲେ...ଖାଇପିଇ ଶୋଇଲେ..ସକାଳୁ ପ୍ରେମିକ ସଫା
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୦୧, ସେପ୍ଟେମ୍ବର ୧୩ରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅନ୍ତର୍ଗତ କୁମାରବନ୍ଧ ପଡ଼ିଆ ନିକଟରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମୃତକଙ୍କପରିବାର ସଦସ୍ୟଙ୍କ ଅଭିଯୋଗପରେ ପୁଲିସ ମାମଲା ରୁଜୁ କରି ଆବେଦନକାରୀଙ୍କ ସମେତ ଅନ୍ୟ କେତେକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଦାଲତରେ ମାମଲାର ଶୁଣାଣି ବେଳେ ପ୍ରମୁଖ ସାକ୍ଷୀ ଓ ପ୍ରତ୍ୟକ୍ଷଦର୍ଶୀ ପୁଲିସ ନିକଟରେ ଦେଇଥିବା ବୟାନ ଠାରୁ ଭିନ୍ନ କଥା କହିଥିଲେ।
ପ୍ରସିକ୍ୟୁସନ ମାମଲାକୁ ଅଧିକାଂଶ ସାକ୍ଷୀ ସମର୍ଥନ କରି ନଥିଲେ। ପୁଲିସ ନିକଟରେ ଦେଇଥିବା ବୟାନରୁ ଅଦାଲତରେ ସାକ୍ଷୀ ଓହରି ଯାଇଥିଲେ। ଅନ୍ୟପକ୍ଷରେ ତଦନ୍ତ ବେଳେ ଅଭିଯୁକ୍ତଙ୍କ ସ୍ବୀକାରୋକ୍ତି ଆଧାରରେ ଅସ୍ତ୍ରଶସ୍ତ୍ର ଜବତ ହୋଇଥିଲା ବୋଲି ଚାର୍ଜସିଟରେ ଦର୍ଶାଯାଇଥିଲା। ଅତିରିକ୍ତ ଦୌରା ଜଜ୍ ଅଦାଲତ ମାମଲାର ବିଚାର କରି ଆବେଦନକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ।
ଏହି ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ୨୦୦୩ରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ହାଇକୋର୍ଟରେ ମାମଲା ବିଚାରାଧୀନ ଥିବା ବେଳେ ଆବେଦନକାରୀଙ୍କୁ ଜାମିନ ମିଳିଥିଲା |

Related Topics
Explore more stories