Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନାବାର୍ଡ କ୍ୟାମ୍ପସରେ ଆମ୍ବ ମହୋତ୍ସବ: ୩୦ ଜିଲ୍ଲାର ଚାଷୀ ସାମିଲ

Ritu Das
Browse all articles by Ritu Das
·1 year ago·2 min read
ନାବାର୍ଡ କ୍ୟାମ୍ପସରେ ଆମ୍ବ ମହୋତ୍ସବ: ୩୦ ଜିଲ୍ଲାର ଚାଷୀ ସାମିଲ

Key Points

ରାଜଧାନୀରେ ଆଜି ଠାରୁ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ

ଦୁଇ ଦିନ ଧରି ଚାଲିବ ମ୍ୟାଙ୍ଗୋ ଫେଷ୍ଟିଭାଲ

ଗୋଟିଏ ସ୍ଥାନରେ ମିଳିବ ଅନେକ ଭେରାଇଟ

ରାଜଧାନୀରେ ଆଜି ଠାରୁ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ। ଓଡ଼ିଶାରେ ଆମ୍ବର ଉତ୍ପାଦନ କ୍ଷମତା ଯେତିକି ବିପୁଳ ତାହାର ନାମକରଣ ମଧ୍ୟ ସେହିଭଳି ବିଶାଳ। ଆମ୍ରପଲ୍ଲୀ, ବାଇଗଣପଲ୍ଲୀ, ତୋଟାପୁରି, ଲେଙ୍ଗଡ଼ା, ଦସେରି, ସୁବର୍ଣ୍ଣରେଖା, ହିମ୍ ସାଗର, ମଲ୍ଲିକା, ନିଲମ ଭଳି ଆମ୍ବର ଚାହିଦା ରହିଛି ଓଡ଼ିଶାରେ। ଯାହାକୁ ନଜରରେ ରଖି ନାବାର୍ଡ ତରଫରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଆମ୍ବ ମହୋତ୍ସବ।ଯେଉଁଥିରେ ଯୋଗ ଦେଇଛନ୍ତି ୩୦ଟି ଜିଲ୍ଲାର ଆମ୍ଭ ଚାଷୀ। ଆଜିଠାରୁ ଏହି ଆମ୍ବ ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ୧୨ ତାରିଖ ପର୍ଯ୍ୟନ୍ତ ନୟାପଲ୍ଲୀ ସ୍ଥିତ ନାବାର୍ଡ କାର୍ଯ୍ୟାଳୟ ପରିସରରେ ଚାଲିବ। ବିଭିନ୍ନ କିଶମର ଆମ୍ବ ସହ ଆମ୍ବରୁ ପ୍ରସ୍ତୁତ ଆମ୍ବ ଆଚାର, ଆମ୍ବ ସଢା, ଆମଚୁର ପାଉଡର ମଧ୍ୟ ବିକ୍ରି କରୁଛନ୍ତି ଚାଷୀ । ପୂର୍ବ ବର୍ଷ ଗୁଡିକ ଭଳି ଚଳିତ ବର୍ଷ ଦୁଇ ପଇସା ଲାଭ କରିବେ ବୋଲି ଆଶା ରଖିଛନ୍ତି ଆମ୍ବ ଚାଷୀ।


ରାଜଧାନୀରେ ଲୋକେ କିପରି କମ ଦାମରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଆମ୍ବ କିଣି ପାରିବେ ଓ ଚାଷୀ ଯେପରି ଲାଭବାନ ହୋଇପାରିବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଆମ୍ବ ଷ୍ଟଲ ଖୋଲିଛି ନାବାର୍ଡ। ସେହିପରି ଆମ୍ବ ଗୁଡିକର ମୂଲ୍ୟ ୫୦ରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଏହି ଫେଷ୍ଟିବାଲ ରେ ଓଡ଼ିଶାରେ ଉତ୍ପାଦିତ ରାସାୟନିକ ମୁକ୍ତ ଆମ୍ବ ରାଜଧାନୀବାସୀଙ୍କୁ ସୁବିଧାରେ ମିଳିପାରିବ । ତେଣୁ ଏହି ଆମ୍ବ ନେବାକୁ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ସ୍ୱାସ୍ଥ୍ୟକର ଓ ଜିରୋ କାର୍ବାଇଟର ଦେଶୀ ଆମ୍ବ ଯୋଗାଇ ଦେବା ଲକ୍ଷ୍ୟ ନେଇ ଗତ କିଛି ବର୍ଷ ହେଲା ନାର୍ବଡ ପକ୍ଷରୁ ରାଜଧାନୀରେ ଦେଶୀ ଆମ୍ବ ବିକ୍ରି ସହ ପ୍ରଦର୍ଶନୀ କରାଯାଉଛି। ଏହି ମ୍ୟାଙ୍ଗୋ ଫେଷ୍ଟିଭାଲ ଆଜିଠାରୁ 12 ତାରିଖ ପର୍ଯ୍ୟନ୍ତ ସକାଳ 9ଟାରୁ ସନ୍ଧ୍ୟା 8 ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଚଳିତ ବର୍ଷ ଦୁଇ ପଇସା ଲାଭ ଆଶାରେ ଆମ୍ବ ଚାଷୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
mango-festival-in-nabard-campus-30-district-farmers-in-there | Argus News