Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ମୋଦିଙ୍କୁ ନେଇ କହିଥିଲେ ଅପଶବ୍ଦ, ଏବେ ଅଡ଼ୁଆରେ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ମୋଦିଙ୍କୁ ନେଇ କହିଥିଲେ ଅପଶବ୍ଦ, ଏବେ ଅଡ଼ୁଆରେ

Key Points

ମନ୍ମଥ ରାଜନୀତିକୁ ଆସିବା ଦିନଠାରୁ ବିବାଦରେ ରହିଛନ୍ତି ।
ପ୍ରଥମେ ପାରିବାର ମଧ୍ୟରେ ଦୁଇ ଭାଇଙ୍କ କଳିକୁ ନେଇ ସେ ବିବାଦରେ ଥିଲେ ।

ଅଡ଼ୁଆରେ ମନ୍ମଥ ରାଉତରାୟ । ତାଙ୍କୁ ଗିରଫ କରିପାରେ ସାଇବର ଥାନା ପୋଲିସ। ତାଙ୍କ ନାଁରେ ଥାନରେ ଅଭିଯୋଗ କରିଛି ବିଜେପି IT ସେଲ୍ । ଏହି ଅଭିଯୋଗ ପରେ ତାଙ୍କର ଅଡ଼ୁଆ ବଢ଼ିଛି । କୌଣସି ବି ମୁହୁର୍ତ୍ତରେ ପୋଲିସ ତାଙ୍କୁ ଡାକିପାରେ । 

ନୂଆପଡ଼ା ନିର୍ବାଚନ ପୂର୍ବରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ଯାହାକି ଏବେ ତାଙ୍କୁ ମହଙ୍ଗା ପଡ଼ିବାକୁ ଯାଉଛି । IT ଆକ୍ଟରେ ମାମଲା ରୁଜୁ କରି ତଦନ୍ତ କରୁଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ମନ୍ମଥ ନାଁରେ ଲାଗିଥିବା ଦଫା ଗୁଡ଼ିକ ହେଉଛି- BNS- 294(2), 296, 353(2), 356(2), 67 ।

ନୂଆପଡ଼ା ନିର୍ବାଚନ ବେଳେ ମନ୍ମଥଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରୁଥିବା ଦେଖାଯାଇଥିଲା । ରାସ୍ତାରେ ଲାଗିଥିବା ମୋଦିଙ୍କ ପୋଷ୍ଟର ସାମ୍ନାରେ ସେ ଛିଡ଼ା ହୋଇ ଏହି ଭିଡିଓ ସୁଟ କରିଥିଲେ ମନ୍ମଥ । କାହିଁକି ବିଜେପି କର୍ମୀ ବିଜୁ ବାବଙ୍କ ପ୍ରତିମୁର୍ତ୍ତି ଓ ବିଜେଡି ଫଟୋ ଆଗରେ ବିଜେପି ବ୍ୟାନର ଓ ମୋଦିଙ୍କ ଫଟୋ ଲଗାଇଛନ୍ତି ବୋଲି କହି, ସେ ପ୍ରଧାନମନ୍ତ୍ରୀଙ୍କୁ କଟୁ ଶବ୍ଦରେ ସମାଲୋଚନା କରିଥିଲେ ।

ଅନ୍ୟପଟେ ମନ୍ମଥ ରାଜନୀତିକୁ ଆସିବା ଦିନଠାରୁ ବିବାଦରେ ରହିଛନ୍ତି । ପ୍ରଥମେ ପାରିବାର ମଧ୍ୟରେ ଦୁଇ ଭାଇଙ୍କ କଳିକୁ ନେଇ ସେ ବିବାଦରେ ଥିଲେ । ତାପରେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍‌ଙ୍କ ସହ ତାଙ୍କର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଏଥିପାଇଁ ମଧ୍ୟ ସେ ଖୁବ୍‌ ବିବାଦରେ ଫସିଥିଲେ । ତାପରେ ତାଙ୍କର ଦ୍ୱିତୀୟ ବିବାହ ପାଇଁ ମଧ୍ୟ ସେ ନାନା ସମାଲୋଚନାର ଶିକାର ହୋଇଥିଲେ ।

ଅନ୍ୟପଟେ ତାଙ୍କ ବାପା ତାଙ୍କୁ ନେଇ ଅସନ୍ତୁଷ୍ଟ ଥିବା କଥା ମଧ୍ୟ କହିଥିଲେ । ସେ ପ୍ରଥମେ କଂଗ୍ରେସରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା, ତାଙ୍କ ବାପା ସୁର ରାଉତରାୟ ମଧ୍ୟ ଏକଥା ସମସ୍ତଙ୍କ ଆଗରେ କହିଥିଲେ । କିନ୍ତୁ ପରେ ସେ ଏହାକୁ ଖଣ୍ଡନ କରିଥିଲେ ।

ଭୁବନେଶ୍ୱରରୁ ଲୋକସଭା ସାଂସଦ ପାଇଁ ସେ ବିଜେଡି ଟିକେଟରୁ ଲଢ଼ୁଥିଲେ । କିନ୍ତୁ ବହୁ ବ୍ୟବଧାନରେ ବିଜେପିର ଅପରାଜିତାଙ୍କଠାରୁ ହାରିଥିଲେ । ଏହି ସମୟରେ ମଧ୍ୟ ତାଙ୍କର ଖାମଖିଆଲ ମନ୍ତବ୍ୟ ପାଇଁ ସେ ଚର୍ଚ୍ଚାରେ ଥିଲେ । ତାଙ୍କ କ୍ୟାପ୍ଟେନ୍‌ ନାଁ ପାଇଁ ମଧ୍ୟ ତାଙ୍କୁ ଟ୍ରୋଲ କରାଯାଇଥିଲା । ଯୁବ କଂଗ୍ରେସର କିଛି ନେତା ତାଙ୍କୁ କ୍ୟାପ୍ଟେନ୍‌ ବଦଳରେ ଡ୍ରାଇଭର କହିଥିଲେ ।

ଯେତେବେଳେ ସେ ତାଙ୍କ ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କ ବିଷୟରେ ଏଣୁତେଣୁ କହିବା ସହ ଅପଶବ୍ଦ ବ୍ୟବହାର କରିଥିଲେ, ସେତେବେଳେ ଅନେକ ମହଲରୁ ତାଙ୍କୁ କଟୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Politics | Manmatha used abusive language against Modi, now he is in trouble | Argus News