ମନମୋହନ କହିଲେ ଖୁବ୍ଶୀଘ୍ର ଖାଲି ଥିବା ୬ ମନ୍ତ୍ରୀପଦ ହେବ ପୂରଣ

Key Points
ସମସ୍ତଙ୍କୁ ଗୁରୁତ୍ଵ ଦେଇ ଦଳ ପାଇଁ ନୂଆ ଟିମ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଖୁବଶୀଘ୍ର ରାଜ୍ୟରେ ହେବ ମନ୍ତ୍ରୀ ମଣ୍ଡଳର ସମ୍ପ୍ରସାରଣ। ଏନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ। କେନ୍ଦ୍ରୀୟ ନେତୃତ୍ବ ସହ ଆଲୋଚନା ସରିଛି। ରାଜ୍ୟରେ ଖାଲିଥିବା ୬ଟି ମନ୍ତ୍ରୀ ପଦ ପୂରଣ କରାଯିବ । ଖୁବ୍ ଶୀଘ୍ର ଘୋଷଣା ହେବ ବିଜେପିର ରାଜ୍ୟ ଟିମ୍ । ଯୁବକ ଓ ବରିଷ୍ଠଙ୍କ ସହ ସମନ୍ଵୟ ରଖି ନୂଆ ରାଜ୍ୟ ଟିମ୍ ଗଠନ ହେବ ।
ସମସ୍ତଙ୍କୁ ଗୁରୁତ୍ଵ ଦେଇ ଦଳ ପାଇଁ ନୂଆ ଟିମ୍ କାର୍ଯ୍ୟ କରିବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେଭଳି ଖୁବଶୀଘ୍ର ରାଜ୍ୟରେ ବୋର୍ଡ଼ ଓ ନିଗମ ନିଯୁକ୍ତି ହେବ। ଏନେଇ ପୂର୍ବରୁ ଦୁଇ ଥର ବୈଠକ ସରିଛି, ତାଲିକା ବି ପ୍ରସ୍ତୁତ ହୋଇଛି।
ସେପଟେ ଆଗକୁ ଚ୍ୟାଲେଞ୍ଜ ଭାବେ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି ଏଣୁ ଦଳକୁ ବଳ ଦରକାର । ତେଣୁ ଜି ଜାନ୍ ଲଗାଇ ପ୍ରୟାସ କରୁଛି ବିଜେପି । ଏଠାରେ କହି ରଖୁଛୁ ଯେ, ଶାସକ ଦଳ ଭାବେ ଯଦିଓ ଏଯାଏଁ ସେତେଟା ଗୋଷ୍ଠୀ କନ୍ଦଳ ଦେଖା ଯାଇନି, ତଥାପି ଯେ ସଂଗଠନ ଭିତରେ ଥିବା କିଛିଟା ଗୋଷ୍ଠୀ ବିବାଦ ଯେମିତି ତୀବ୍ର ନହୁଏ ସେଥିପ୍ରତି ବି ଗୁରୁତ୍ବ ଦେବାକୁ ହେବ ବୋଲି ଗତକାଲି ନିଜ ସମ୍ବର୍ଦ୍ଧନା ସଭା ଉଦବୋଧନରେ କହିଥିଲେ ମନମୋହନ ।
📱 Get Argus News App
✨ଆଗାମୀ ଦିନରେ ମୁଁ ନିଜକୁ ପରିବର୍ତ୍ତନ କରିବି କହି ୟୁନାଇଟେଡ୍ ୱି ଷ୍ଟାଣ୍ଡ, ଡିଭାଇଡେଡ୍ ୱି ଫଲ୍ ଉକ୍ତିକୁ ନିଜ ସଭାପତି ଭାଷଣରେ ଉଦ୍ଧାର କରିଛନ୍ତି ମନମୋହନ।
ଗତକାଲି ବିଜେପି ରାଜ୍ୟ ସଭାପତି ପଦକୁ ନେଇ କଳ୍ପନାଜଳ୍ପନାର ଅନ୍ତ ଘଟିଥିଲା । ଚତୁର୍ଥ ଥର ପାଇଁ ରାଜ୍ୟ ବିଜେପି ମଙ୍ଗ ଧରିଛନ୍ତି ମନମୋହନ ସାମଲ । ଜଣେ ମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ କରିଥିଲେ ନାମାଙ୍କନ ।