Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହୋଇପାରନ୍ତି ମନୋଜ ଆହୁଜା

Smruti Parija
Browse all articles by Smruti Parija
·2 years ago·1 min read
ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହୋଇପାରନ୍ତି ମନୋଜ ଆହୁଜା

ଅର୍ଗସ ବ୍ୟୁରୋ:  ଓଡ଼ିଶା ଫେରିବେ ମନୋଜ ଆହୁଜା ।  ବରିଷ୍ଠ IAS ମନୋଜ ଆହୁଜା ଓଡ଼ିଶା ଫେରିବେ । 1990 ବ୍ୟାଚର ବରିଷ୍ଠ IAS ମନୋଜ ଆହୁଜା । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ଅଛନ୍ତି ମନୋଜ ଆହୁଜା । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ୍ କମିଟିର ମଞ୍ଜୁରି ମିଳିଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରି  ଦେଇଛି କ୍ୟାବିନେଟ୍ କମିଟି ।

ଶ୍ରୀ ଆହୁଜା ପରବର୍ତ୍ତୀ ମୁଖ୍ୟଶାସନ ସଚିବ ହେବେ ବୋଲି ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି । ମନୋଜ ଆହୁଜା ଆସନ୍ତା ଡିସେମ୍ବର ମାସରେ ଅବସର ନେବେ । ଶ୍ରୀ ଆହୁଜାଙ୍କ ପତ୍ନୀ 1990 ବ୍ୟାଚ୍ ଆଇଏଏସ୍ ଅଧିକାରୀ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନରେ ଥିଲା ବେଳେ ଗତ ଫେବ୍ରୁଆରୀ ମାସରେ ଅବସର ନେଇସାରିଛନ୍ତି । ବର୍ତ୍ତମାନର ମୁଖ୍ୟଶାସନ ସଚିବ ପ୍ରଦୀପ କୁମାର ଜେନା ଆସନ୍ତା 30 ତାରିଖରେ ଅବସର ନେଉଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Manoj Ahuja may be the next chief secretary-of-odisha | Argus News