Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

BMS National Conference / ପୁରୀରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ

Bikash Mohanty
Browse all articles by Bikash Mohanty
·5 months ago·2 min read
ପୁରୀରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ
BMS

Key Points

ପୁରୀରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀ
ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ
ଶ୍ରମିକଙ୍କ ପିଲା ପଢ଼ିବା ପାଇଁ ମେଡିକାଲ୍ କଲେଜରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି

ପୁରୀ ନ୍ୟୁଜ୍: ପୁରୀ ବଗଲା ଧର୍ମଶାଳାରେ ଭାରତୀୟ ମଜଦୂର ସଂଘର ସର୍ବଭାରତୀୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାଣ୍ଡଭୀୟ କହିଥିଲେ, ଶ୍ରମିକମାନଙ୍କ କଲ୍ୟାଣ ପାଇଁ ସରକାର ନିୟମିତ ଭାବରେ ଉଦ୍ୟମ କରୁଛନ୍ତି। ଶ୍ରମିକମାନଙ୍କ ପିଲାମାନେ ପଢ଼ିବା ପାଇଁ ମେଡିକାଲ୍ କଲେଜରେ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ମହିଳା ଓ ପୁରୁଷ ଶ୍ରମିକଙ୍କ ମଧ୍ୟରେ ପ୍ରଭେଦ ନ ରଖିବାକୁ ମଜୁରୀ ସମାନ କରିବାକୁ ବ୍ୟବସ୍ଥା ହୋଇଛି। ଶିଳ୍ପ ସଂସ୍ଥାରେ କେହି ମରିଗଲେ ଶ୍ରମ ଆଇନ ତାଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ସୁନିଶ୍ଚିତ କରିବ।

କୌଣସି ସଂସ୍ଥାରେ ଅତି କମ୍ରେ ୧୦ କର୍ମଚାରୀ ଥିଲେ ଇଏସ୍ଆଇ ସୁବିଧା ମିଳୁଥିଲା, କିନ୍ତୁ ଶ୍ରମ ଆଇନରେ ଜଣେ ହେଲେ ବି ଇଏସ୍ଆଇ ସୁବିଧା ନିଶ୍ଚିତ କରିବାକୁ ବ୍ୟବସ୍ଥା ରହିଛି। ଭାରତୀୟ ମଜଦୂର ସଂଘ ବିଶ୍ବର ସର୍ବଶ୍ରେଷ୍ଠ ସଂଗଠନ। ଏହି ସମ୍ମିଳନୀରେ ଯେଉଁ ସବୁ ନିଷ୍କର୍ଷ ବାହାରିବ ତାହାକୁ ସରକାର ପ୍ରାଥମିକତା ଦେଇ ବିଚାର କରିବେ ବୋଲି କହିଛନ୍ତି ଶ୍ରମ ମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟ।

ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଶ୍ରମିକଙ୍କ ଶକ୍ତି ବୃଦ୍ଧି କରିଛି ଭାରତୀୟ ମଜଦୂର ସଂଘ । ଅନୁଷ୍ଠିତ ହେଉଛି ୨୧ତମ ସର୍ବଭାରତୀୟ ସମ୍ମିଳନୀ । ୨୮ ରାଜ୍ୟ, ୪ କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ୪୨ ଶିଳ୍ପ ଫେଡେରେସନର ପ୍ରତିନିଧିତ୍ଵ କରୁଥିବା ପ୍ରାୟ ୨୫୦୦ ମନୋନୀତ ପ୍ରତିନିଧି ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି । ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ୪୦୦ ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟ ଆରମ୍ଭ କରିଛନ୍ତି।

ଦେଖନ୍ତୁ ଏହି ଖବର: ତହସିଲ୍‌ କାର୍ଯ୍ୟାଳୟକୁ ଧାଁ ଦଉଡ଼ରୁ ମିଳିବ ମୁକ୍ତି, ହ୍ଵାଟ୍ସଆପ୍‌ରେ ମିଳିବ ରାଜସ୍ଵ ବିଭାଗର ସେବା

"ଟ୍ରେଡ୍ ୟୁନିଅନ୍ ଆନ୍ଦୋଳନରେ ମହିଳାମାନଙ୍କ ଅଂଶଗ୍ରହଣ ବୃଦ୍ଧି: ଚ୍ୟାଲେଞ୍ଜ ଏବଂ ସୁଯୋଗ" ଉପରେ ଆୟୋଜିତ ହୋଇଛି ଆଲୋଚନା ଚକ୍ର । ସମ୍ମିଳନୀର ଏକ ଅଂଶ ଭାବରେ "ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା, ଅର୍ଥନୈତିକ, ପରିବେଶଗତ ଏବଂ ନୈତିକ ପରିସ୍ଥିତି: କାର୍ଯ୍ୟ ଜଗତ ଉପରେ ପ୍ରଭାବ ଏବଂ ଟ୍ରେଡ୍ ୟୁନିଅନ୍‌ଗୁଡ଼ିକର ଭୂମିକା" ଉପରେ ଏକ ଆନ୍ତର୍ଜାତୀୟ ଆଲୋଚନା ଚକ୍ର ମଧ୍ୟ ଆୟୋଜନ କରାଯାଉଛି। ସେପଟେ ସାତ ତାରିଖରେ ଶୋଭାଯାତ୍ରା ଏବଂ ସାଧାରଣ ସଭା ହେବ ଯେଉଁଥିରେ ହଜାର ହଜାର ସ୍ଥାନୀୟ କର୍ମୀ ଅଂଶଗ୍ରହଣ କରିବେ । କାର୍ଯ୍ୟକ୍ରମରେ ବିଦେଶ ପ୍ରତିନିଧି ମଧ୍ୟ ଯୋଗଦେବା ପାଇଁ ଶ୍ରୀକ୍ଷେତ୍ରରେ ଆସି ପହଁଚିଛନ୍ତି । ବାର୍ଜିଲ, ଋଷ, ତୁର୍କି ସମେତ 12 ଦେଶର ପ୍ରତିନିଧି ଯୋଗଦେବେ ।

ଶ୍ରମିକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ହକ୍ ପାଇଁ ସ୍ୱର ଉଠାଇ ଆସିଛି ଭାରତୀୟ ମଜଦୁର ସଂଘ । ଦେଶର ପରିଶ୍ରମୀ ଶ୍ରମ ଶକ୍ତିକୁ ସମ୍ମାନିତ କରି ବିକଶିତ ଭାରତର ଆକାଂକ୍ଷା ପୂରଣ କରିବାର ବାଟରେ ଭାରତୀୟ ମଜଦୂର ସଂଘ । ପୁରୀର ଏହି ମହା ସମାବେଶକୁ ନେଇ ଉତ୍ସାହିତ ଶ୍ରମ ଶକ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mansukh Mandaviya Inaugurates BMS National Conference in Puri | Argus News