ପରୀକ୍ଷା ନଦେଇ ଦାଦନ ଚାଲ ଯିବା

ବଲାଙ୍ଗିର: ମାଟ୍ରିକ ପରିକ୍ଷା ସରିବା ଉପରେ। ପରୀକ୍ଷା କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି ଅନେକ ପରୀକ୍ଷାର୍ଥୀ। ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୮୧୩ ଜଣ ପିଲା ପରୀକ୍ଷା ଦେଉନଥିବା ଜଣାପଡିଛି। କାରଣ ଦାଦନ ଯାଇଛନ୍ତି ମାଟ୍ରିକ ଛାତ୍ର। ବଲାଙ୍ଗିର ଜିଲ୍ଲା ହେଉଛି ଦାଦନ ପ୍ରବଣ ଜିଲ୍ଲା। ୧୪ଟି ବ୍ଲକ ମଧ୍ୟରୁ ୧୧ବ୍ଲକରେ ଦାଦନ ଏକ ପ୍ରମୁଖ ସମସ୍ୟା। ପ୍ରତିଦିନ ଦାନା ପାଇଁ ଦାଦନ ଯାଉଛନ୍ତି। ବର୍ଷର ନୁଆଁଖାଇ, ଦଶହରା ଓ ନୂଆଁବର୍ଷରେ ଲକ୍ଷାଧିକ ପିଲା ପରିବାର ସହ ଦାଦନ ଯିବାର ନଜିର ରହିଛି।
ହେଲେ ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ଦାଦନ କେତେ ବଡ ଉତ୍କଟ ସମସ୍ୟା ତାହା ମାଟ୍ରିକ ପରିକ୍ଷାରୁ ମଧ୍ୟ ଜଳ ଜଳ ଦିଶୁଛି। ଚଳିତ ବର୍ଷ ବଲାଙ୍ଗିର ଜିଲ୍ଲାରେ ୨୪୫୦୯ଜଣ ମାଟ୍ରିକ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିଲେ। କିନ୍ତୁ ୨୩୬୯୬ ଜଣ ପରୀକ୍ଷା ଦେଉଥିବା ବେଳେ ଅନୁପସ୍ଥିତ ରହୁଛନ୍ତି ୮୧୩ଜଣ ମାଟ୍ରିକ ଛାତ୍ରଛାତ୍ରୀ। ଏତେ ସଂଖ୍ୟାରେ ପିଲା କାହିଁକି ପରୀକ୍ଷା ଦେଉନାହାନ୍ତି। କାରଣ ଖୋଜୁଖୋଜୁ ଦାଦନ ପାଇଁ ବୋଲି ଜଣାପଡିଛି।
ରେକେଲା,ମୁରିବାହାଲ,ବଙ୍ଗୋମୁଣ୍ଡା,କଣ୍ଟାବାଞ୍ଜି,ସଇଁତଲା,ଟିକ୍ରାପଡା,ବେଲପଡା,ଖପ୍ରାଖୋଲ,ଲାଠୋର ଟିଟିଲାଗଡ ଓ ଦେଓଗାଁରେ ଏହି ସଂଖ୍ୟା ସର୍ବାଧିକ। ପରିବାର ସହ ଦାଦନ ଯାଇଥିବାରୁ ମାଟ୍ରିକ ପରିକ୍ଷା ଦେଉନାହାନ୍ତି ଏହି ୮୧୩ ଜଣ ପିଲା। ଦାଦନ ଯାଇଥିବାରୁ ଏବେ ଗାଁ ର ଘରେ ତାଲା ଝୁଲୁଛି। ଦାଦନ ପାଇଁ ମାଟ୍ରିକ ପରୀକ୍ଷା ଦେଉନାହାନ୍ତି ଛାତ୍ରଛାତ୍ରୀ ଏହା ସତ। ଏପଟେ କିନ୍ତୁ ନୂଆଁ ଓ କାର୍ଯକ୍ରମ କରି ଟଙ୍କା ବର୍ବାଦ କରୁଛନ୍ତି ରାଜ୍ୟସରକାର। କେବେ ବଲାଙ୍ଗିର ଜିଲ୍ଲାରେ ଦାଦନ କମିବ ତାହା ଏବେ ବଡ ପ୍ରଶ୍ନ।
📱 Get Argus News App
✨ଅଧିକ ଦେଖନ୍ତୁ :