Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ

Rashmita Mishra
Browse all articles by Rashmita Mishra
·1 year ago·2 min read
ଚଢା ଦର ଯୋଗୁଁ ବହୁ ଭକ୍ତ କାଳିଆର ଅବଢାରୁ ବଞ୍ଚିତ

ଅର୍ଗସ ବ୍ୟୁରୋ: କାର୍ତ୍ତିକ ଆରମ୍ଭରୁ ମହାପ୍ରସାଦ ଦର ବେଲଗାମ। ଚଢ଼ା ଦରରେ ମହାପ୍ରସାଦ ବିକ୍ରି ଯୋଗୁଁ ଭକ୍ତ ହେଉଛନ୍ତି ନିରାଶ। ଭୋଗରେ ଶୁଦ୍ଧ ଘିଅ ବ୍ୟବହାର ପାଇଁ ଶ୍ରୀମନ୍ଦିର ପ୍ରଶାସନର କଡା ତାଗିଦ୍ ପରେ ହଠାତ୍ ଉପର ମୁହାଁ ହୋଇଛି ଅବଢ଼ା ଦର। କୃତ୍ରିମ ଦର ବୃଦ୍ଧି ପାଇଁ ଅସାଧୁ ଅଣ ସେବକଙ୍କ ଦୌରାତ୍ମ୍ୟକୁ ଦାୟୀ କରାଯାଉଛି। ଅବଢାର କୌଣସି ନିର୍ଦ୍ଦିଷ୍ଟ ଦର ନିର୍ଦ୍ଦାରିତ କରାଯାଇନଥିବାରୁ ଏପରି ମନଇଚ୍ଛା ଦରରେ ବିକ୍ରି କରାଯାଉଛି ମହାପ୍ରଭୁଙ୍କ ମହାପ୍ରସାଦ। ଯାହାକୁ ନେଇ ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ହେଉଛନ୍ତି ନିରାଶ। ଆନନ୍ଦ ବଜାରରେ ମହାପ୍ରସାଦ ପାଇଁ ଭକ୍ତଙ୍କୁ ଶୋଷଣ କରାଯାଉଥିବା ନେଇ ହୋଇଛି ଅଭିଯୋଗ। ଅବଢାକୁ  ନେଇ କିଛି ଅଣସେବାୟତଙ୍କ ବ୍ୟବହାର ଭକ୍ତଙ୍କ ଭାବନାକୁ ଆଘାତ ଦେଇଛି । ଶ୍ରୀମନ୍ଦିର ସଂସ୍କାର ଅନ୍ତର୍ଗତ ମହାପ୍ରସାଦ ଦର ତାଲିକା ପ୍ରସ୍ତୁତ କରି ଆନନ୍ଦବଜାରରେ ଲଗାଇବାକୁ ୨୦୧୯ ରୁ ସୁପ୍ରିକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ହେଲେ ଆଜିପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକରୀ କରାଯାଇନାହିଁ। ଅବଢାର ଏପରି କୃତ୍ରିମ ଦର ବୃଦ୍ଧିକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ। ଆଇନମନ୍ତ୍ରୀ କହିଛନ୍ତି ସେବାରେ ସୁଦ୍ଧତା ଆମ ସରକାରର ପ୍ରାଥମିକତା

ଯୋଗୁଁ ଅବଢ଼ା ଦର ଶୁଣିଲେ ଭକ୍ତ ଙ୍କ ମନ ଖଟା  ।ଅବଢ଼ା,ଡାଲି ,ବେସର,ମହୁର ଯାହା ଖାଇବାକୁ ଇଛା କଲେ ବି ପକେଟ୍ ସୁହାଉନି ।ତେବେ ଶ୍ରୀମନ୍ଦିରରେ ବରାଦୀ ଭୋଗରେ ବେନାମୀ ଘିଅର ବହୁଳ ବ୍ୟବହାର ଚିନ୍ତା ବଢ଼ାଇଥିବା ବେଳେ ଦୃଢ଼ ପଦକ୍ଷେପ ନେଇ କେବଳ ଓମ୍ ଫେଡ ର ଶୁଦ୍ଧ ଘିଅ ବ୍ୟବହାର କରିବାକୁ କଡା ତାଗିଦ୍ କରିଛି ଶ୍ରୀମନ୍ଦିର ପ୍ରଶାସନ ।ଓମ୍ ଫେଡ  କୁ ଆବଶ୍ୟକୀୟ ଘିଅ ମହଜୁଦ ରଖିବାକୁ ସ୍ବତନ୍ତ୍ର ଡିପୋ କରିବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି ।ତେବେ ହଠାତ୍ ଶୁଦ୍ଧ ଘିଅ ବ୍ୟବହାର କଥା ଉଠୁ ଉଠୁ ମହାପ୍ରସାଦ ର ଦର ବଢ଼ିବାକୁ ନେଇ ଚର୍ଚ୍ଚା ଜୋର ଧରିଛି।ଚିଠି ଲେଖୁ ଲେଖୁ ଦର ବଢିଯିବା ଅସମ୍ଭବ।ତେଣୁ ଏହା ଜାଣିଶୁଣି ବଢାଯାଇଛି ବୋଲି କହିବା ସହ ଦର  ହଠାତ୍ ବଢ଼ାଇବାକୁ ନାପସନ୍ଦ କରୁଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।ନିର୍ଦ୍ଦିଷ୍ଟ ଦର ତାଲିକା  ନଥିବାରୁ ଏଭଳି ହେଉଥିବା କହିଛନ୍ତି ସେବାୟତ ।ସେପଟେ ମହାପ୍ରଭୁଙ୍କ ପ୍ରତି ଭକ୍ତଙ୍କର ଆସ୍ଥା, ସେବାରେ ଶୁଦ୍ଧତା ଏବଂ ଧର୍ମୀୟ ଭାବନା ସରକାରଙ୍କ ପ୍ରାଥମିକତା ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ତେବେ ଏ ପର୍ଯ୍ୟନ୍ତ କୌଣସି ବଡ଼ ସମସ୍ୟା ସୃଷ୍ଟି ହୋଇନାହିଁ । କାହା ପାଖରୁ ଅଭିଯୋଗ ବି ପ୍ରାପ୍ତ ହୋଇନାହିଁ ।ଘିଅ ରେ ରିହାତି ପାଇଁ ପ୍ରସ୍ତାବ ଆସିଲେ ତର୍ଜମା କରାଯିବ କହିଛନ୍ତି ଆଇନ ମନ୍ତ୍ରୀ ।

ରାଜ୍ୟରେ ବିଜେପି ସରକାର ଦାୟିତ୍ବ ନେବା ପରେ ଆନନ୍ଦ ବଜାରରେ ଶୃଙ୍ଖଳା ରକ୍ଷା ପାଇଁ ସୁଆର ମହାସୁଆର ସହ ଆଲୋଚନା କରିଛନ୍ତି। ଏନ୍ଫୋରସମେଣ୍ଟ ସ୍କ୍ୱାର୍ଡ ମୁତୟନ କରାଯିବା ସହ ଅନେକ ପଦକ୍ଷେପ ନିଆଯାଇଛି।  ତେବେ ଆନନ୍ଦ ବଜାରରେ ନିର୍ଦ୍ଦିଷ୍ଟ ଦର ତାଲିକା ଲାଗି ନଥିବାରୁ ଅବଢ଼ା ଦରରେ ତାରତମ୍ୟ ରହୁଛି। କିଛି ଅସାଧୁ ବ୍ୟବାସାୟୀ ମନଇଛା ଦର କସୁଛନ୍ତି। ତେଣୁ ଯାଥାଶୀଘ୍ର ଦର ତାଲିକା ଲଗାଇ ଭକ୍ତଙ୍କୁ ସୁଲଭ ମୂଲ୍ୟରେ ଅବଢ଼ା ଯୋଗାଇଦେବାକୁ ବିଭିନ୍ନ ମହଲରେ ଦାବି ଯୋର ଧରିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Many devotees are deprived of the blessings of the past due to the chasdha rates | Argus News