Videos
|
Odisha

ମମତା ମହନ୍ତ ଓ ସୁଜିତ କୁମାରଙ୍କ ରାସ୍ତାରେ ଅନେକ ନେତା

Smruti Parija
Browse all articles by Smruti Parija
·2 years ago·2 min read
ମମତା ମହନ୍ତ ଓ ସୁଜିତ କୁମାରଙ୍କ ରାସ୍ତାରେ ଅନେକ ନେତା

ଅର୍ଗସ ବ୍ୟୁରୋ: ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରେ କିଏ ? ବିଜେଡିକୁ ଆଗକୁ କିଏ କରିବେ ବାଏ ବାଏ ? ଏକାଧିକ ନାଁକୁ ନେଇ ପାୱାର କରିଡ଼ରରେ ଜୋର ଧରିଛି ଚର୍ଚ୍ଚା। ବିଜେଡିର ପରାଜୟ ଓ ଆଭ୍ୟନ୍ତରୀଣ ଅନ୍ତକନ୍ଦଳକୁ ନେଇ ନବୀନଙ୍କ ନେତୃତ୍ବ ଉପରେ ନେତାଙ୍କ ଆଉ ଭରସା ପାଉନି । ନିର୍ଦ୍ଦିଷ୍ଟ କୋଟେରି ଦ୍ବାରା ଅପମାନିତ ହୋଇ ଦଳରୁ ଅଣଦେଖା ହେଉଥିବା ନେତା ବିଜେଡି ଛାଡ଼ିବା ଆରମ୍ଭ କଲେଣି। ରାଜ୍ୟ ସଭା ସାଂସଦ ମମତା ମହନ୍ତ ଙ୍କ ପରେ ସୁଜିତ କୁମାର ଦଳ ଛାଡ଼ିବା ବିଜେଡି ପାଇଁ ଅଧିକ ଅଡୁଆ ବଢାଇଛି। ଚର୍ଚ୍ଚା ହେଉଛି ଆଗକୁ ଆହୁରି ଅନେକ ନେତା ମଧ୍ୟ ବିଜେଡ଼ି ଛାଡି ପାରନ୍ତି । ଆଉ ଏହାରି ଭିତରେ ବିଜେପି ସାଂସଦ ମମତା ମହାନ୍ତଙ୍କ ବୟାନ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ମମତା କହିଛନ୍ତି, ଏକଛତ୍ରବାଦ ଶାସନ ଯୋଗୁ ବିଜେଡି କର୍ମୀ ଅସନ୍ତୁଷ୍ଟ ଅଛନ୍ତି ଆଗକୁ ଆହୁରି ସାଂସଦ ଦଳ ଛାଡ଼ିପାରନ୍ତି। 

ଦୁଇ ଦୁଇ ସାଂସଦ ଦଳ ଛାଡିବା ପରେ ଏବେ ଅଡୁଆରେ ବିଜେଡି। ଦଳର ବରିଷ୍ଠ ନେତା ଅମର ଶତପଥୀ କହିଛନ୍ତି ସାଂସଦ ମାନେ ଦଳ ଛାଡିବାର ପ୍ରଭାବ ସଂଗଠନ ଉପରେ ନିଶ୍ଚିତ ପଡିବା ଦଳ ଏହାର ଆତ୍ମନୀରିକ୍ଷଣ କରିବା ଆବଶ୍ୟକ । 

ମମତା ଓ ସୁଜିତଙ୍କ ଦଳ ବଦଳ ବିଜେଡିର ନିଦ ଦେଇଛି ହଜାଇ। ଏଭଳି ସ୍ଥିତିରେ ବିଜେଡିକୁ କଟାକ୍ଷ କରିଛନ୍ତି ବିଧାୟକ ବାବୁ ସିଂ। କହିଛନ୍ତି ଜନ ପ୍ରତିନିଧିଙ୍କୁ ଆଉ ପଞ୍ଜୁରୀରେ ବନ୍ଦ କରି ରଖିପାରିବନି ବିଜେଡି। ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡିର ବହୁ ବଡ ନେତା ଏବେ ବିଜେପି ସହ ସମ୍ପର୍କରେ ଅଛନ୍ତି। 
ବିଜେଡି ବିରୋଧରେ ସୁଜିତ ଆଣିଥିବା ଅଭିଯୋଗର କାଉଣ୍ଟର କରିଛନ୍ତି ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର।

ଏଠି ପ୍ରଶ୍ନ ଉଠୁଛି କାହିଁକି ଦଳ ଛାଡୁଛନ୍ତି ବିଜେଡିର ଜଣେ ପରେ ଜଣେ ସାଂସଦ ? ଦଳର ଏକଛତ୍ରବାଦୀ ଶାସନରେ ଅତିଷ୍ଠ ହୋଇଥିବା ଥିବା ନେତାଙ୍କୁ ଏବେ ମିଳିଛି କି ପ୍ରକୃଷ୍ଟ ସୁଯୋଗ ? ଏହାଭିତରେ ଆଗକୁ ସାଂସଦ ନିରଞ୍ଜନ ବିଶି ଓ ଶୁଭାଶିଷ ଖୁଣ୍ଟିଆ ମଧ୍ୟ ବିଜେଡି ଛାଡିବା ନେଇ ଜୋରଧରିଛି ଚର୍ଚ୍ଚା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: