Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହେକ୍ଟର ହେକ୍ଟର ପରିବା, ଲଳିତା ଓ ଧାନଚାଷ ନଷ୍ଟ

Smruti Parija
Browse all articles by Smruti Parija
·1 year ago·2 min read
ହେକ୍ଟର ହେକ୍ଟର ପରିବା, ଲଳିତା ଓ ଧାନଚାଷ ନଷ୍ଟ

Key Points

ମାସକରେ ସୁବର୍ଣ୍ଣରେଖା ନଦୀରେ ୩ ବନ୍ୟା
ପାଣି ଘେରରେ ଭୋଗରାଇ ଓ ବାଲିଆପାଳର ଅନେକ ଗାଁ
ହେକ୍ଟର ହେକ୍ଟର ପରିବା, ଲଳିତା ଓ ଧାନଚାଷ ନଷ୍ଟ
ପୂର୍ଣ୍ଣିମା ଥିବା ଯୋଗୁ ବନ୍ୟାଜଳ ସମୁଦ୍ରକୁ ହୋଇପାରୁନି ନିଷ୍କାସନ
ଆସନ୍ତା ୧୩ ଓ ୧୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ହେବ ବର୍ଷା

ସୁବର୍ଣ୍ଣରେଖା ନଦୀରେ ପୁଣି ବନ୍ୟା। ପାଣି ଘେରରେ ଭୋଗରାଇ ଓ ବାଲିଆପଳ ପଞ୍ଚାୟତର ଅନେକ ଗାଁ। ପୂର୍ବରୁ ବନ୍ୟା ପାଣି କମି ନଥିବା ବେଳେ ପୁଣି ଗାଁ ଭିତରେ ଲହଡ଼ି ମାରୁଛି ବନ୍ୟାଜଳ। ଭୋଗରାଇ ଓ ବାଲିଆପାଳର ୨ ବ୍ଲକର ୧୩ ପଞ୍ଚାୟତର ୧୮ଗାଁ ଏବେ ବି ଜଳବନ୍ଦୀ। ଭୋଗରାଇର ଆରୁହାବୃତି, ଖରିଦିପିପଳ, ନାଚିନ୍ଦା, ଗବଗ‍ାଁ, କୁସୁଡା ପୁଟିଣା ଗାଁ ଆଦି ପାଣି ଘେରରେ ରହିଛି। ବ୍ଲକରେ ପ୍ରାୟ ୮ ହଜାର ହେକ୍ଟର ଜମିରେ ଖରିଫ ଧାନ ଚାଷ ପ୍ରଭାବିତ ହୋଇଛି। ସେହିପରି ବାଲିଅପାଳର ମଧୁପୁରା, ବିୁଷ୍ଣୁପୁର, ଜଣକୁଣ୍ଡା ଆଦି ପଞ୍ଚାୟତରେ ବନ୍ୟାଜଳ ପ୍ରବେଶ କରିଛି। ହେକ୍ଟର ହେକ୍ଟର ପରିବା, ଲଳିତା ଓ ଧାନଚାଷ ନଷ୍ଟ ହୋଇଛି।

ପୂର୍ଣ୍ଣିମା ଥିବା ଯୋଗୁ ବନ୍ୟା ଜଳ ସମୁଦ୍ରକୁ ନିଷ୍କାସନ ହୋଇପାରୁନି। ଫଳରେ ବନ୍ୟା ପାଣି କମିବା ପରିବର୍ତ୍ତେ ଗାଁ ପଶୁଛି। ସୁବର୍ଣ୍ଣରେଖା ନଦୀର ସତର୍କ ସଂକେତ ରହିଛି ୧୦.୩୪ ଓ ବିପଦ ସଂକେତ ୧୦. ୩୬। ବର୍ତ୍ତମାନ ସୁବର୍ଣ୍ଣରେଖା ସତର୍କ ଉପରେ ପ୍ରଭାହିତ ହେଉଛି। ଯେଉଁଥିପାଇଁ ଚାଷ କାମ ସମ୍ପୁର୍ଣ୍ଣ ବନ୍ଦ ହୋଇଛି। ସେପଟେ ବନ୍ୟା ଉଜାଡି ଦେଇଛି ଲୋକଙ୍କ ଚାଷ ଓ ବାସ । ବନ୍ୟା ପ୍ରଭାବିତ ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି।

ରାଜ୍ୟରେ ୧୩ ଓ ୧୪ ତାରିଖରେ ଲଘୁଚାପଜନିତ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ସୀମାନ୍ତବର୍ତ୍ତୀ ଜିଲ୍ଲା ସହ କେନ୍ଦୁଝର ଓ ଭଦ୍ରକରେ ଅଧିକ ବର୍ଷା ହୋଇପାରେ। ୨୩ ତାରିଖରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଶୁକ୍ରବାରଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବଜ୍ରପାତର ସମ୍ଭାବନା ଅଧିକ। ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା ଓ କଳାହାଣ୍ଡିରେ ବର୍ଷା ହେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
many-villages-in-bhogarai-and-baliapal-are-surrounded-by-water | Argus News