Videos
|
Odisha

ବିକାଶ ଏଠି ସାତ ସପନ; ତେଲ ଥିବା ଯାଏଁ ପାଠ ପଢ଼ନ୍ତି, ତେଲ ସରିଗଲେ ପାଠ ପଢ଼ା ଠପ୍

Smruti Parija
Browse all articles by Smruti Parija
·1 year ago·2 min read
ବିକାଶ ଏଠି ସାତ ସପନ; ତେଲ ଥିବା ଯାଏଁ ପାଠ ପଢ଼ନ୍ତି,  ତେଲ ସରିଗଲେ ପାଠ ପଢ଼ା ଠପ୍

Key Points

ମୌଳିକ ସୁବିଧାରୁ ବଞ୍ଚିତ ଗୁଡ଼ାରୀ ବ୍ଳକର ଅନେକ ଗାଁ

ସନ୍ଧ୍ୟା ହେଲେ ଭୟର ବାତାବରଣ

ତାଟି କବାଟ ଭରସା

ଏଠି ଅନ୍ଧାର ଆସିଲେ ଖୋଜା ପଡେ ଆଲୁଅ । ସନ୍ଧ୍ୟା ହେଲେ ଭୟର ବାତାବରଣ । ତାଟି କବାଟ ଭରସା । କେତେବେଳେ ଜଙ୍ଗଲି ଜନ୍ତୁଙ୍କ ଭୟ ତ କେତେବେଳେ ସାପ ବେଙ୍ଗ କୀଟ ପତଙ୍ଗ ଭୟ । ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଳକର ଅନେକ ଗାଁରେ ଆଜି ବି ଅପହଞ୍ଚ ବିକାଶ । ଆଜି ବି ବିଜୁଳି ଆଲୁଅ ଭଳି ମୌଳିକ ସୁବିଧାରୁ ବଂଚିତ ଏମାନେ ।


ଡିବିରର ମିଞ୍ଜି ମିଞ୍ଜି ଆଲୁଅ ଗଢୁଛି କୁନି କୁନି ପିଲଙ୍କ ଭବିଷ୍ୟତ । ତେଲ ଥିବା ଯାଏଁ ପାଠ ପଢ଼ନ୍ତି ତେଲ ସରିଗଲେ ପାଠ ପଢ଼ା ଠପ । ବେଳ ଥାଉ ଥାଉ ଏଠାକାର ଲୋକେ ରନ୍ଧା ବଢ଼ା ସାରିଦିଅନ୍ତି ଆଉ ସନ୍ଧ୍ୟା ପରେ ଏଭଳି ଅନ୍ଧାରରେ ରାତି ବିତାଇଥାନ୍ତି ଗାଁର ଆଦିବାସୀ ପରିବାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଞ୍ଚ ବର୍ଷ ତଳେ ଗ୍ରାମକୁ ଆସିଥିଲା ବିଦ୍ୟୁତ । ଖୁଣ୍ଟ ପୋତା ହୋଇଥିଲା । ତାର ଟଣା ହୋଇଥିଲା । କିନ୍ତୁ ବିଦ୍ୟୁତ୍ ଆସିଲା ନାହିଁ । ବାଟ ହୁଡ଼ିଲା ସରକାରୀ ଇଛାଶକ୍ତି । ଯେଉଁ ଅନ୍ଧାରକୁ ସେହି ଅନ୍ଧାର । ବିଜୁଳି ଆଲୁଅରେ ସରିନାହିଁ ଏମାନଙ୍କ ଦୁଃଖ । ଗାଁ କୁ ଯିବା ପାଇଁ ପକା ରାସ୍ତା ଟିଏ ନାହିଁ । ଗ୍ରୀଷ୍ମ ଋତୁରେ କଥା ଚଳିଯାଏ କିନ୍ତୁ ବର୍ଷାରେ ଅନେକ ଦୁର୍ଦଶା ଭୋଗୁଛନ୍ତି ଗାଁ ଲୋକେ । ସାମାନ୍ୟ ଅସୁସ୍ଥତା ହେଉ କିମ୍ଵା ଗର୍ଭବତୀ ମହିଳା ସେମାନଙ୍କୁ ଖଟିଆ ହିଁ ଭରସା । ବିଜେଡି ସରକାରଙ୍କ ବସୁଧା ଯୋଜନା ଏଠି ଫେଲ୍ ମାରିଛି । ଗାଁ ରେ ଗୋଟିଏ ନଳକୂପ ରହିଛି । ତାହାବି ଭଲ ପାଣି ବାହାରୁନି । ପାଣିକୁ ଛାଣି ବାଧ୍ୟ ହୋଇ ନେଉଛନ୍ତି ଲୋକ ।


ଏ ସବୁ ସମସ୍ୟା ନେଇ ସ୍ଥାନୀୟ ନେତା ବ୍ଲକ ପ୍ରଶାସନ ପରେ ଜିଲ୍ଲା ପ୍ରଶାସନ ନିକଟକୁ ଅନେକଥର ଗୁହାରିପରେ ମଧ୍ୟ ସମସ୍ୟା ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ । ଫଳରେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ଗ୍ରାମବାସୀ ।

many-villages-in-gudari-block-of-rayagada-district-deprived-of-basic-amenities | Argus News