ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ
·1 year ago

ମାଲକାନଗିରି: ଯବାନଙ୍କୁ ଆକ୍ରମଣ କରିବାକୁ ଆସିଥିଲେ ମାଓବାଦୀ । ଯବାନଙ୍କ ଜବାବୀ ଆକ୍ରମଣରେ ଛତ୍ରଭଙ୍ଗ ଦେଲେ ଲାଲବାହିନୀ । ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାର ଜେଡି ପାଲି ଠାରେ ନୂତନ ଭାବେ ସ୍ଥାପନ ହୋଇଥିବା CRPF କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ । ଶତାଧିକ ମାଓବାଦୀ CRPF କ୍ୟାମ୍ପ ନିକଟରେ ପହଞ୍ଚି ରକେଟ ବୋମା, ବିୟର ବୋତଲ ବୋମା, ଫିଙ୍ଗିବା ସହ ଆଖିବୁଜା ଗୁଳିଚାଳନା କରିଥିଲେ ।
ଯାହାର ପାଲଟା ଜବାବ ଦେଇଥିଲେ ସୁରକ୍ଷା କର୍ମୀ । ଯବାନଙ୍କ ଜବାବୀ ଆକ୍ରମଣରେ ଘଟଣାସ୍ଥଳ ଛାଡି ମାଓବାଦୀ ମାନେ ପଳାୟନ କରିଛନ୍ତି । ପୂର୍ବରୁ ମଧ୍ୟ ଏହି କ୍ୟାମ୍ପ ଉପରେ ମାଓବାଦୀ ମାନେ ହମଲା କରିଥିଲେ । ତେବେ ମାଓବାଦୀଙ୍କ ଗୁଳି ମାଡ଼ରେ କିଛି ଯବାନ ଆହତ ହୋଇଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: