Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଓ ହଟିଲେ କିନ୍ତୁ ବିକାଶ ପହଞ୍ଚିଲାନି

Rashmita Mishra
Browse all articles by Rashmita Mishra
·1 year ago·2 min read
ମାଓ ହଟିଲେ କିନ୍ତୁ ବିକାଶ ପହଞ୍ଚିଲାନି

Key Points

ବିକାଶର ଅନ୍ଧାରୀ ମୂଲକ ଲଚା ଗାଁ
ମାଓ ହଟିଲେ କିନ୍ତୁ ବିକାଶ ପହଞ୍ଚିଲାନି
ଅଣଦେଖାରେ ଉପରଲଚା ଓ ତଳଲଚା
ମୌଳିକ ସୁବିଧା ଅପେକ୍ଷାରେ 600

କୋରାପୁଟ ନାରାୟପାଟଣାଣ ବ୍ଲକର ଦୁଇ ଅଭିଶପ୍ତ ଗାଁ ଉପରଲଚା ଓ ତଳଲଚା । ଗାଁରେ ରୁହନ୍ତି ୧୨୦ରୁ ଉର୍ଦ୍ଧ ଘର ଯେଉଁଠି ଜନସଂଖ୍ୟ ୬୦୦ରୁ ଉର୍ଦ୍ଧ । ମାତ୍ର ଗାଁରେ ଅପହଞ୍ଚ ସରକାରୀ ସୁବିଧା। ଗାଁକୁ ଯିବାକୁ ହେଲେ ବର୍ଗୀ ପଞ୍ଚାୟତ ଠାରୁ ନଅ କିଲୋମିଟର ପାହାଡିଆ ରାସ୍ତା ଦେଇକି ଗଲେ ପଡେ ଉପର ଲଚା । ଠିକ ସେହିପରି ଆଉ କିଛି ବାଟ ଜଙ୍ଗଲ ଭିତରକୁ ଗଲେ ପଡେ ତଳ ଲଚା । ଗାଁ କହିଲେ କଚ୍ଚା ଘର ର ମାଳ। ଯେଉଁଠି ରହି ପ୍ରତିଦିନ ମୈଳିକ ସମସ୍ୟାର ସମାଧାନ ପାଇଁ ସଂଗ୍ରାମ କରନ୍ତି ଅଞ୍ଚଳବାସୀ। ସଂଗ୍ରାମ ପାଣି ପାଇଁ, ରାସ୍ତା ପାଇଁ, ଦୈନନ୍ଦିନ ଜୀବନ ଯାପନ ପାଇଁ। ଏମିତିକି ମୁଠାଏ ଖାଇବା ପାଇଁ ମଧ୍ୟ ଏମାନଙ୍କୁ କରିବାକୁ ପଡେ ସଂଗ୍ରାମ। ସେପୁଣି ଖାଲି ଭାତ।

ସଧ୍ୟା ନଇଁଲେ ଗାଁ ପଳାଏ ଅନ୍ଧାରୀ ମୂଲକକୁ କାରଣ ଗାଁରେ ହୋଇ ପାରିନି ବିଦ୍ୟୁତ ସଂଯୋଗ। ଏଥିପାଇଁ ସୂର୍ଯ୍ୟଅସ୍ତ ପୂର୍ବରୁ ଗାଁ ଲୋକ କାମ ସାରି ଦେବାକୁ ଚେଷ୍ଟା କରନ୍ତି। ଯାହା ବଳକା କାମ ରୁହେ ସେଥିପାଇଁ ଡିବିରୀ କି ଟର୍ଚ୍ଚ ଭରସା। ଗାଁକୁ ବିଦ୍ୟୁତ ସଂଯୋଗ ହୋଇ ନଥିବା ବେଳେ ପ୍ରଶସାନ କେବଳ ସୋଲାର ସାଯୋଗ କରି ଦେଇ ଚୁପ୍। ଏବେ ସେଇ ସୋଲାର ବି କାମ କରିବା ବନ୍ଦ କରି ଦେଇଛି। ଫଳରେ ଅନ୍ଧାରରେ ରାତି କାଟୁଛନ୍ତି ଅଞ୍ଚଳବାସୀ।

ଗାଁରେ ପାନୀୟ ଜଳ ସମସ୍ୟା ବି ଉତ୍କଟତର। ବସୁଧା ପ୍ରକଳ୍ପ ନଥିବା ବେଳେ ଏବେବି ଝରଣା ପାଣି ଭରସାରେ ଅଞ୍ଚଳବାସୀ। ସେଭଳି ଗାଁରେ ଅଙ୍ଗନୱାଡି କେନ୍ଦ୍ର ଅଛି ସିନା କିନ୍ତୁ ତାହା ଖୋଲୁନି। ଫଳରେ ଏଇ ଅନ୍ଧାର ପରି ଢଳିବାକୁ ଲାଗିଲାଣି ଲଚା ଶିଶୁଙ୍କ ଭବିଶ୍ୟତ।

ଦିନେ ଏହି ଦୁର୍ଗମ ଗାଁ ଉପର ଲଚା ଗାଁ ମାଓବାଦୀଙ୍କ ଗଡ଼ ବୋଲି କୁହାଯାଉଥିଲା । କିନ୍ତୁ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଏଠାରେ ମାଓ ଦମନ କରାଯାଇଛି। କିଂନ୍ତୁ ଗାଁ ମାଡି ପାରିନି ବିକାଶ। ସରକାରୀ ସହାୟତା ବିନା ନାହିଁ ନାହିଁର ଜୀବନ ବଞ୍ଚୁଛନ୍ତି ଅଞ୍ଚଳବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mao is gone but development has not arrived. | Argus News