Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଶେଷ ନିଶ୍ୱାସ ନେଉଛି ମାଓ ବାଦ

Odisha

ଶେଷ ନିଶ୍ୱାସ ନେଉଛି ମାଓ ବାଦ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଶେଷ ନିଶ୍ୱାସ ନେଉଛି ମାଓ ବାଦ

ଶେଷ ନିଶ୍ବାସ ନେଉଛି ମାଓ ବାଦ । ଦୁର୍ବଳ ହେଉଛି ଲାଲ୍‌ ବାହିନୀ, ଭୁଶୁଡ଼ୁଛି ମାଓ ଦୁର୍ଗ । ଆର୍ ପାର୍ ଲଢେଇରେ ମାଓବାଦର ଭାଙ୍ଗିଗଲାଣି ଅଣ୍ଟା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୧୯ ମାଓବାଦୀ । ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲା ଏସପି ଓ ସିଆରପିଏଫ କମାଣ୍ଡେଣ୍ଟଙ୍କ ପାଖରେ 19 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ 4 ଜଣ ସକ୍ରିୟ DVCM ମେମ୍ବର ରହିଛନ୍ତି ।


ଯାହାଙ୍କ ମୁଣ୍ଡ ଉପରେ ଚାରି ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ତେଲେଙ୍ଗାନା ସରକାର । ଏହା ସହ 6 ଜଣ ଏସିଏମ ମେମ୍ବର ରହିଛନ୍ତି ଯେଉଁମାନଙ୍କ ମୁଣ୍ଡ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସମସ୍ତ 19 ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର, ଦନ୍ତେୱାଡା ଓ ସୁକୁମା ଜିଲ୍ଲାର ।ଏପଟେ ଗୃହମନ୍ତ୍ରୀ ଅମିତ୍‌ ଶାହା କହିସାରିଛନ୍ତି ଶେଷ ନିଶ୍ବାସ ନେଉଛି ମାଓବାଦ । 2026 ମାର୍ଚ୍ଚ ସୁଦ୍ଧା ଦେଶରୁ ସମୂଳେ ବିନାଶ ହେବ ନକ୍ସଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Maoism is taking its last breath | Argus News