Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ ,ମାଓ ଡମ୍ପରୁ AK 47, ଇନସାସ ସହ ବିପୁଳ ଗୁଳିଗୋଳା ଜବତ

Odisha

Maoist Crackdown / ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ ,ମାଓ ଡମ୍ପରୁ AK 47, ଇନସାସ ସହ ବିପୁଳ ଗୁଳିଗୋଳା ଜବତ

Bikash Mohanty
Browse all articles by Bikash Mohanty
·58 mins ago·2 min read
ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ ,ମାଓ ଡମ୍ପରୁ AK 47, ଇନସାସ ସହ ବିପୁଳ ଗୁଳିଗୋଳା ଜବତ
Mao

Key Points

ମାଟି ତଳେ କୋଟିଏ ଟଙ୍କା ପୋତିଥିଲେ ମାଓବାଦୀ
କମ୍ବିଂ ଅପରେସନ ବେଳେ ଛତିଶଗଡ ପୋଲିସକୁ ବଡ଼ ସଫଳତା
AK 47, ଇନସାସ ସହ ୨୮ଟି ବନ୍ଧୁକ, ବିପୁଳ ଗୁଳିଗୋଳା ଜବତ
ମାଲକାନଗିରି, ୧୩/୫: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ପୁଲିସକୁ ମିଳିଛି ବଡ଼ ସଫଳତା | ଜିଲ୍ଲା ନକ୍ସଲମୁକ୍ତ ହେବା ପରେ କଣ୍ଡିଂ ଓ ସର୍ଚ୍ଚ ଅପରେସନ୍‌କୁ ଜୋର୍‌ଦାର କରିଛନ୍ତି ସୁରକ୍ଷାକର୍ମୀ | ଜଙ୍ଗଲରେ ନକ୍ସଲ କରିଥିବା ବଙ୍କର୍ ଏବଂ ମାଟିତଳ ଗାଢ଼ (ଡମ୍ପ୍)ଗୁଡ଼ିକୁ ଠାବ କରିଛନ୍ତି।

ବିଶେଷ ସୂତ୍ର ଆଧାରରେ ସୁରକ୍ଷାକର୍ମୀ ନାରାୟଣପୁର ସୀମାନ୍ତ ଆବୁଝମାଡ଼ ଜଙ୍ଗଲରେ ଚଢ଼ଉ କରିଥିଲେ। ବିଭିନ୍ନ ସ୍ଥାନକୁ ଯାଞ୍ଚ କରିବା ପରେ ବଡ଼ ଡମ୍ପ୍ ଠାବ କରିଥିଲେ । ବିଭିନ୍ନ ଡମ୍ପରୁ ୨୮ଟି ବନ୍ଧୁକ, ବିପୁଳ ଅସ୍ତ୍ରଶସ୍ତ୍ର ଓ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ଠାବ ହୋଇଛି ଉଦ୍ଧାର ଅସ୍ତ୍ରଶସ୍ତ୍ର ମଧ୍ୟରେ ଅଛି ଏକେ-୪୭, ଏସ୍ଏଲ୍‌ଆର୍ ଇନ୍‌ସାସ୍, ୩୦୩ ବନ୍ଧୁକ ସହ ବିସ୍ଫୋରକ, ଏଲ୍‌ଏମ୍‌ଜି, ବିଜିଏଲ୍, ରକେଟ୍ ଲଞ୍ଚର୍ ଭଳି ଅସ୍ତ୍ରଶସ୍ତ୍ର। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ସୂଚନା ଆଧାରରେ ପୁଲିସକୁ ଏହି ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ନକ୍ସଲ ଏ ସବୁ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିଥିଲେ । ନାରାୟଣପୁର ଜିଲ୍ଲାରେ ନକ୍ସଲ ଆତଙ୍କ କମିଥିବା ବେଳେ ଆବୁଝମାଡ଼ ଜଙ୍ଗଲରେ ଆହୁରି ଅନେକ ମାଓ ଡମ୍ପ୍ ଥିବା ନେଇ ପୁଲିସ ସୂଚନା ପାଇଛି। ଜଙ୍ଗଲର ବିଭିନ୍ନ ସ୍ଥାନରେ ନକ୍ସଲ ବୋମା ଓ ଶକ୍ତିଶାଳୀ ଲ୍ୟାଣ୍ଡ୍‌ମାଇନ୍‌ ଖଞ୍ଜିଥିବାରୁ ପୁଲିସ ସତର୍କତାର ସହ ସେଗୁଡ଼ିକୁ ଉଦ୍ଧାର କରି ନିଷ୍କ୍ରିୟ କରୁଛି।

ପଢନ୍ତୁ ଏହି ଖବର: ଭାରତ ହେଉଛି ମାନବ ସଭ୍ୟତାର ସବୁଠୁ ବଡ଼ ଉଦାହରଣ : ଧର୍ମେନ୍ଦ୍ର ପ୍ରଧାନ

ଗତ ୧୧ ତାରିଖରେ ବି ଆଣ୍ଟି ନକ୍ସଲ ଅପରେସନ କୁ ମିଳିଥିଲା ବଡ ସଫଳତା। ଛତିଶଗଡ଼ ବିଜାପୁରର ଗଙ୍ଗାଲୁର ଥାନା ଅଂଚଳରେ ଠାବ ହୋଇଥିଲା ମାଓ ବଙ୍କର । ଡୋଡିଟୁମନାର ପଟେଲପାରାର ପାହାଡ ଏବଂ ଘନ ଜଙ୍ଗଲ ମଧ୍ୟରେ ଠାବ ହୋଇଥିଲା ମାଓ ବଙ୍କର । ବଙ୍କରଟି ମାଓ ସଂଗଠନ ଦ୍ୱାରା ଅସ୍ତ୍ର ତିଆରି କାରଖାନା ଭାବରେ ବ୍ୟବହାର କରାଯାଉଥିଲା। ସେଥିରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଥିଲା। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି ଜେନେରେଟର, ଦୁଇଟି ଲେଦ ମେସିନ, ଗୋଟିଏ ୱେଲ୍ଡିଂ ମେସିନ, ଗୋଟିଏ ଡ୍ରିଲ୍ ମେସିନ, ଗୋଟିଏ ଇନଭର୍ଟର, ବ୍ୟାଟେରୀ, ସୌର ପ୍ୟାନେଲ ଏବଂ ମୋଟର ଭଳି ବୈଷୟିକ ଉପକରଣ , BGL ଲଞ୍ଚର, 29ଟି BGL ସେଲ୍ ଏବଂ ପ୍ରାୟ 50 ମିଟର କର୍ଡେକ୍ସ ତାର ମଧ୍ୟ ଜବତ କରାଯାଇଛି।

ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଉଦ୍ଧାର ଉପକରଣଗୁଡ଼ିକ ମାଓବାଦୀମାନେ ବିସ୍ଫୋରକ ପ୍ରସ୍ତୁତ କରିବା, ଅସ୍ତ୍ରଶସ୍ତ୍ର ମରାମତି କରିବା ଏବଂ ଜଙ୍ଗଲରେ ସେମାନଙ୍କର ନେଟୱାର୍କ ପରିଚାଳନା କରିବା ପାଇଁ ବ୍ୟବହାର କରୁଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoist Crackdown | Maoist Arms Dump Busted: AK-47, INSAS Rifles and Cash Worth Crores Seized | Argus News