Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାଲକାନଗିରିରେ ମାଓ ପୋଲିସ ଛକାପଞ୍ଝା, ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ

Odisha

ମାଲକାନଗିରିରେ ମାଓ ପୋଲିସ ଛକାପଞ୍ଝା, ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଲକାନଗିରିରେ ମାଓ ପୋଲିସ ଛକାପଞ୍ଝା, ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ

ଅର୍ଗସ ବ୍ୟୁରୋ:  ମାଲକାନଗିରି ସୀମାରେ ମାଓ ପୋଲିସ ଛକାପଞ୍ଝା । ସୁରକ୍ଷା କର୍ମୀଙ୍କ ଚିନ୍ତା ବଢାଇଲା ମାଓବାଦୀଙ୍କ ବିୟର ବୋତଲ ବୋମା । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲ ମାନେ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି । ଖାଲି ବିୟର୍ ବୋତଲ ଭିତରେ କୋଡେକ୍ସ ବିସ୍ଫୋରକ ଓ ଲୁହା  ଟୁକୁଡା ଭର୍ତ୍ତି କରି ବୋତଲ ବୋମା ତିଆରି କରିଛନ୍ତି । ଜବାନଙ୍କୁ ଟାର୍ଗେଟ କରିବା ଲାଗି  ଜଙ୍ଗଲ ଭିତରେ ଏହି ସବୁ ବୋତଲ ବୋମା ଫିଙ୍ଗି ଦେଇଛନ୍ତି ମାଓବାଦୀ । ପ୍ରଥମ ଥର ଲାଗି ମାଓବାଦୀ ମାନେ ଏପରି କାଚ ବୋତଲ ଭିତରେ ବିସ୍ଫୋରକ ଭର୍ତ୍ତି କରି ବୋମା ତିଆରି କରିଛନ୍ତି । ସେପଟେ । ମାଓ ବିରୋଧୀ ଅପରେସନ ବେଳେ ୧୬ ନକ୍ସଲ ଗିରଫ ।

ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଓ ବିଜାପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 16 ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷା ବାହିନୀ । ଗିରଫ ମାଓବାଦୀଙ୍କ ଠାରୁ ବିସ୍ଫୋରକ ସାମଗ୍ରୀ, ଟିଫିନ୍ ବୋମା, କୋର୍ଡେକ୍ସ ତାର ଓ ମାଓ ପ୍ରଚାର ପତ୍ର ଜଗତ କରାଯାଇଛି । ଡିସେମ୍ବର 2 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ମାଓବାଦୀ ମାନେ ପାଳନ କରିବେ ପିଏଲଜିଏ ସପ୍ତାହ ।  ସୀମାନ୍ତବର୍ତ୍ତୀ ତେଲେଙ୍ଗାନା ରାଜ୍ୟର ଭଦ୍ରାଦ୍ରୀ କୋତ୍ତାଗୂଡେମ ଜିଲ୍ଲାରେ ଦେଖିବାକୁ ମିଳିଛି ଅନେକ ମାଓ ପୋଷ୍ଟର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Maoist police raid in Malkangiri, Codex explosives found inside beer bottles | Argus News