ଦେଶରୁ ମୂଳପୋଛ ହେବ ମାଓବାଦ

Key Points
- ନକ୍ସଲ ଦମନ ଅଭିଯାନ ଉପରେ ମୋଦି ସରକାରଙ୍କ ଫୋକସ୍
- ଛତିଶଗଡ଼ ରାୟପୁରରେ ଆଣ୍ଟି ନକ୍ସଲ ରିଭ୍ୟୁ ମିଟିଂ
- କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆନ୍ତଃରାଜ୍ୟ ସମନ୍ବୟ ବୈଠକ
- ଲାଲ୍ ଗଡ଼ ଧ୍ବଂସ ନେଇ ରଣନୀତି ପ୍ରସ୍ତୁତ
ଅର୍ଗସ ବ୍ୟୁରୋ: ଦେଶରୁ ମୂଳପୋଛ ହେବ ମାଓବାଦ। ସମ୍ପୂର୍ଣ୍ଣ ଧ୍ବସ୍ତ ହେବ ନକ୍ସଲ ସାମ୍ରାଜ୍ୟ। ଏ ଦିଗରେ ଜୋରଦାର ଆକ୍ସନ୍ ମୋଡରେ ମୋଦି ସରକାର । ଏଥିପାଇଁ ଛତିଶଗଡ଼ ରାୟପୁରରେ ଅନୁଷ୍ଠିତ ହୋଇଛି ନକ୍ସଲ ବିରୋଧୀ ଅଭିଯାନ ସମନ୍ବୟ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରିଭ୍ୟୁ ମିଟିଂରେ ଯୋଗ ଦେଇଛନ୍ତି ଓଡ଼ିଶା, ଛତିଶଗଡ଼, ଝାଡ଼ଖଣ୍ଡ, ଆନ୍ଧ୍ର, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଭଳି ନକ୍ସଲ ପ୍ରଭାବିତ ୭ ରାଜ୍ୟର ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, କେନ୍ଦ୍ରୀୟ ଅଧିକାରୀ ଓ ଗୁଇନ୍ଦା ବିଭାଗ ପ୍ରମୁଖ ।
ମାଓ ବିରୋଧୀ ଅଭିଯାନ, ଆଇନ ଶୃଙ୍ଖଳା, ନକ୍ସଲ ପ୍ରଭାବିତ ଜିଲ୍ଲାରେ ବିକାଶମୂଳକ କାର୍ଯ୍ୟର ଏଥିରେ କରାଯାଇଛି ବିସ୍ତୃତ ସମୀକ୍ଷା । ପୂର୍ବରୁ ଶାହ କହିଛନ୍ତି, ଖୁବ୍ଶୀଘ୍ର ଦେଶରୁ ମୂଳପୋଛ ହୋଇଯିବେ ନକ୍ସଲ । ଗତ ଦଶ ବର୍ଷ ଭିତରେ ଦେଶରେ ଅନେକାଂଶରେ କମିଛି ମାଓ ଗତିବିଧି । ମାଓ ପ୍ରଭାବିତ ଅଂଚଳରେ ଚାଲିଥିବା ଜୋରଦାର ବିକାଶମୂଳକ କାର୍ଯ୍ୟର ଇଏ ପ୍ରତିଫଳନ ।
୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । ସେଥିମଧ୍ୟରୁ ଛତିଶଗଡ଼ର ସର୍ବାଧିକ ୧୫ ଜିଲ୍ଲା ମାଓ ପ୍ରବଣ । ଓଡ଼ିଶାର ୭ ଜିଲ୍ଲା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା ବି ମାଓ ପ୍ରବଣ ଜିଲ୍ଲା ତାଲିକାରେ ଅଛି।
ମୋଦି ସରକାରଙ୍କ ମାଓ ଦମନ ନୀତି ଫଳରେ ପଛଘୁଞ୍ଚା ଦେଉଛି ଲାଲବାହିନୀ । ପ୍ରଭାବିତ ଅଞ୍ଚଳରେ ପ୍ରତିଷ୍ଠା ହେଉଛି ଶାନ୍ତି ।
📱 Get Argus News App
✨