Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maoist / ପୋଲିସ ସହ ବୁଲୁଛନ୍ତି ମାଓବାଦୀ, ନିଜ ମାଓ ସାଥୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ କଲେ ଆହ୍ୱାନ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ପୋଲିସ ସହ ବୁଲୁଛନ୍ତି ମାଓବାଦୀ, ନିଜ ମାଓ ସାଥୀଙ୍କୁ ମୁଖ୍ୟସ୍ରୋତରେ ସାମିଲ ପାଇଁ କଲେ ଆହ୍ୱାନ

Key Points

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ନିଜ ମାଓ ସାଥୀଙ୍କୁ ଆହ୍ବାନ କଲେ ଆତ୍ମସମର୍ପିତ ମାଓବାଦୀ।
ଦିନେ ହାତରେ ବନ୍ଧୁକ ଧରି ଜଙ୍ଗଲରେ ବୁଲୁଥିଲେ । ଆଜି ପୋଲିସ ସହ ଗାଁ ଗାଁ ବୁଲି ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ସଚେତନ କରୁଛନ୍ତି। ବର୍ଷ ବର୍ଷ ଧରି ଖରା ବର୍ଷା ଶୀତ କାକରରେ ଜଙ୍ଗଲ ଜଙ୍ଗଲ ବୁଲୁଥିଲେ ମାଓବାଦୀ । ଜୀବନର ଭୟ ମଧ୍ୟ ଥିଲା। ହେଲେ ଓଡ଼ିଶା ଓ ଛତିଶଗଡ଼ ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ୪ ମାଓବାଦୀ ଏବେ କଳାହାଣ୍ଡି ପୋଲିସଙ୍କ ସହ ଅନ୍ୟ ମାଓ ସାଥିଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଜନସମ୍ପର୍କ ଅଭିଯାନରେ ଆହ୍ବାନ ଦେଇଛନ୍ତି। ଦିନକୁ ଦିନ ମାଓ ସାମ୍ରାଜ୍ୟ ଦୁର୍ବଳ ହେଉଥିବା ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇପାଟଣା ପଞ୍ଚାୟତର ନେହେଲା ଗ୍ରାମରେ କଳାହାଣ୍ଡି ପୋଲିସର ଜନସମ୍ପର୍କ ଅଭିଯାନ ମାଧ୍ୟମରେ ଲୋକଙ୍କ ସହ ପୋଲିସର ବନ୍ଧୁତା ଓ ସହଯୋଗ ପାଇଁ ଆହ୍ବାନ କରିଥିଲେ । ଏଥିରେ ଆତ୍ମସମର୍ପଣ କରିଥିବା ଚାରି ଜଣ ମାଓବାଦୀ ଲୋକଙ୍କୁ ବୁଝାଇବା ସହ ଅନ୍ୟ ଯେଉଁ ୫ ମାଓ ସାଥି ଲୁଚିକି ରହିଛନ୍ତି, ସେମାନେ ମଧ୍ୟ ପୋଲିସ ପାଖରେ ଆତ୍ମସମର୍ପଣ କରନ୍ତୁ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଅମରଙ୍କ ପ୍ରେମ-ପ୍ରତାରଣାର ଷଡ଼ଯନ୍ତ୍ରରେ ଫସିଗଲେ ସେଜଲ୍ !

ଆତ୍ମ ସମର୍ପଣ କରିଥିବା ପ୍ରଦୀପ କହିଛନ୍ତି,"ଆତ୍ମସମର୍ପଣ କଲେ ସମସ୍ତଙ୍କୁ ପୋଷାକ, ରହିବା ପାଇଁ ଘର , ଖାଇବା ବ୍ୟବସ୍ଥା ସହ ଚାକିରି କରିବାକୁ ଚାହିଁଲେ ମଧ୍ୟ ପ୍ରଶାସନ ସାହାଯ୍ୟ କରିବ"। କଳାହାଣ୍ଡି ପୋଲିସ ଦ୍ୱାରା ଆୟୋଜିତ ପୋଲିସ ଜନସମ୍ପର୍କ ଶିବିରରେ ଶତାଧିକ ଲୋକ ସାମିଲ ହୋଇଥିଲେ । ମାଓ ସାମ୍ରାଜ୍ୟର ଦମନ ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ର, ଛତିଶଗଡ, ଓଡ଼ିଶା ଏବଂ ଅନେକ ରାଜ୍ୟରେ ଆତ୍ମ ସମର୍ପଣ କରିଛନ୍ତି ମାଓବାଦୀ । ମାଓ ସାମ୍ରାଜ୍ୟର ରାଜଧାନୀ ବସ୍ତର ଠୁ ନେଇ ଅନେକ ଅଞ୍ଚଳରେ କମ୍ବିଂ ଅପରେସନରେ ଅନେକ ମାଓବାଦୀ ନିହତ ହେଉଛନ୍ତି ।

ଆତ୍ମ ସମର୍ପଣକୁ ସରକାର ପ୍ରୋତ୍ସାହନ ଦେଉଥିବା ବେଳେ କଳାହାଣ୍ଡି ଏସପିଙ୍କ ନେତୃତ୍ବରେ ମାଓବାଦୀ ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ଅଭିଯାନ ଆରମ୍ଭ ହୋଇଛି । ତାଙ୍କ ସହ ହାତ ମିଶାଇଛନ୍ତି ଆତ୍ମ ସମର୍ପିତ ହେଇଥିବା ୪ ମାଓବାଦୀ । ଶେଷ ନିଶ୍ବାସ ନେଉଛି ମାଓ ସଂଗଠନ । ଲୋକଙ୍କ ପ୍ରତି ଭୟ ଦୂର କରିବା ସହ, ଲୁଚିଥିବା ମାଓବାଦୀ ନିହତ ନହୋଇ ଆତ୍ମ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ୍ କରିବା ବର୍ତ୍ତମାନ ସରକାରଙ୍କ ଉଦ୍ଦେଶ୍ୟ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maoist | Maoist Roams With Police, Urges Cadres to Join Mainstream | Argus News | Argus News