Videos
|
Odisha

ମାଓବାଦୀ ହଟିଲେ, ହେଲେ ପହଞ୍ଚି ପାରୁନି ବିକାଶ ଗାଡି

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମାଓବାଦୀ ହଟିଲେ, ହେଲେ ପହଞ୍ଚି ପାରୁନି ବିକାଶ ଗାଡି

ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ରହୁଥୁବା ମାଓ ପ୍ରବଣ ଅଞ୍ଚଳକୁ କେବେ ପହଞ୍ଚିବ ବିକାଶ ରଥ ? ଅପହଞ୍ଚ ଇଲାକାରେ ବାଟବଣା ବିକାଶ । ମାଓବାଦୀ ହଟିଲେ, ହେଲେ ପହଞ୍ଚି ପାରୁନି ବିକାଶ ଗାଡି । ମୌଳିକ ସୁବିଧା ପାଇଁ ଆଜି ବି ସଂଗ୍ରାମ କରୁଛନ୍ତି କୋରାପଟର ସୀମାନ୍ତବାସୀ ।

ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ରହିଛି ନାଚିକା ବାରୀଙ୍ଗ ଓ କାନ୍ଦ୍ରାକା ବାରଙ୍ଗି ଗାଁ। ଏହି ଗାଁ ଦିନେ ମାଓବାଦୀଙ୍କ ଗଡ଼ ଭାବେ ପରିଚିତ ଥିଲା। ମାଓବାଦୀ ମାନେ ବି ଏହି ଗାଁରେ ରହି ଖେଳାଇଥିଲେ ଲାଲ ଆତଙ୍କ। ପରେ ସରକାର ଓ ପ୍ରଶାସନ ତପ୍ତରତା ଦେଖାଇ ଏହି ଦୁଇ ଗାଁକୁ ମୁଖ୍ୟସ୍ରୋତରେ ସାମିଲ କଲେ ସତ କିନ୍ତୁ ଏହି ଦୁଇ ଗାଆଁକୁ ଆଜି ପର୍ଯ୍ୟନ୍ତ ଗଡିପାରୁନାହିଁ ବିକାଶର ରଥ।

କୋରାପୁଟ ନାରାୟଣପାଟଣା ବ୍ଲକ୍ ବର୍ଗୀ ପଞ୍ଚାୟତର ବାରୀଙ୍ଗି ଓ କାନ୍ଦ୍ରକା ବାରିଗୀ ଗାଁ । ଏହି ଦୁଇଟି ଗାଁରେ ପାଖାପାଖି ୬୦ ଘର ଆଦିବାସୀ ପରିବାର ବସବାସ କରୁଛନ୍ତି । ମାତ୍ର ଆଜି ଯାଏଁ ଗାଁକୁ ପକ୍କା ରାସ୍ତାଟିଏ ହୋଇ ପାରିଲା ନାହିଁ। ରାସ୍ତା କହିଲେ ଉପର ଲଛାଠାରୁ ପାଞ୍ଚ କିଲୋମିଟର ପାହାଡ଼ ଘଞ୍ଚ ଜଙ୍ଗଲ ମଝିରେ ଏକ ପଥୁରିଆ ରାସ୍ତା । ୨୦୧୯ -୨୦୨୦ରେ ତଳ ଲଚା ଠାରୁ ଦୁଇଟି ଗାଁ ପର୍ଯ୍ୟନ୍ତ ପାଖାପାଖି ୫ରୁ ୬ କିଲୋମିଟର ରାସ୍ତା କାମ ଆରମ୍ଭ କରାଯାଇଥିଲା । କିନ୍ତୁ ଅଧାରୁ କାମ ଛାଡି ଠିକାଦାର ଛୁ । ଏବେ ରାସ୍ତା ପାଇଁ ଜମ ଯନ୍ତ୍ରଣା ଭୋଗୁଛନ୍ତି ଅଞ୍ଚଳବାସୀ।

ଖାଲି ସେତିକି ନୁହେଁ, ଏବେ ବି ଗାଁରେ ଅପହଞ୍ଚ ବସୁଧା ଯୋଜନା । ଗାଁ ମୁଣ୍ଡ ପାହାଡ଼ରୁ ଆସିଥିବା ଝରଣା ପାଣିକୁ ପାଇପ ଯୋଗେ ଆଣି ବ୍ୟବହାର କରୁଛନ୍ତି ଅଞ୍ଚଳବାସୀ। ଏହି ପାଣି ପିଇ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ମାତ୍ର ପ୍ରଶାସନ ସବୁ ଜାଣି ଚୁପ୍ ବସିଥିବା ଅଭିଯୋଗ ହୋଇଛି।

ସେଭଳି ବିଦ୍ୟୁତ ସେବା କଥା ନକହିଲେ ଭଲ। ଆଜି ଯାଏଁ ଗାଁକୁ ବିଦ୍ୟୁତ ସଂଯୋଗ ହୋଇନି। କିଛି ବର୍ଷ ତଳେ ସରକାରଙ୍କ ତରଫରୁ ସୋଲାର ଲାଇଟ୍ ଯୋଗାଇ ଦିଆଯାଇଥିଲା, ମାତ୍ର ତାହା ମଧ୍ୟ ଅଚଳ ହୋଇ ପଡ଼ିଛି। ଫଳରେ ରାତି ହେଲେ ଗାଁ ଲୋକେ ଅନ୍ଧାରରେ ଜୀବନ ବିତାଉଛନ୍ତି।

ନାଚିକା ବାରିଙ୍ଗି ଓ କାନ୍ଦ୍ରାକା ବାରିଙ୍ଗି ଗାଁର ଆଦିବାସୀମାନେ ସମସ୍ୟାର ସମାଧାନ ପାଇଁ ବାରମ୍ବାର ପ୍ରଶାସନ ପାଖରେ ଦ୍ୱାରସ୍ଥ ହୋଇଛନ୍ତି। ମାତ୍ର ଆଜିଯାଏଁ କୌଣସି ପ୍ରକାର ସୁବିଧା ମିଳୁପାରୁ ନାହିଁ। ତେବେ ନୁଆ ସରକାର ଦାବି ସୁଣିବେ ବୋଲି ଆଶାବାସୀ ଏହି ଦୁଇ ଗ୍ରାମବାସୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Maoists are eliminated, But the development will not reach them. | Argus News