Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସିରିଜ୍ ଏନକାଉଣ୍ଟର ପରେ ଛାନିଆ ମାଓବାଦୀ

Odisha

ସିରିଜ୍ ଏନକାଉଣ୍ଟର ପରେ ଛାନିଆ ମାଓବାଦୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ସିରିଜ୍ ଏନକାଉଣ୍ଟର ପରେ ଛାନିଆ ମାଓବାଦୀ

ସିରିଜ୍ ଏନକାଉଣ୍ଟର ପରେ ଛାନିଆ ମାଓବାଦୀ । ପୁଣି ଶାନ୍ତି ବାର୍ତ୍ତା ପାଇଁ କଲେ ଅପିଲ୍ । ଉତ୍ତର ବସ୍ତର ସବ୍ ଜୋନାଲ୍ ବିରୋ ପ୍ରଭାରୀ ଜାରି କରିଛି ପ୍ରେସନୋଟ୍ । ପୂର୍ବରୁ ମାଓ ସଂଗଠନର କେନ୍ଦ୍ରୀୟ କମିଟି ଶାନ୍ତି ବାର୍ତ୍ତା ପାଇଁ ଅପିଲ୍ କରିଥିବାବେଳେ ବର୍ତ୍ତମାନ ଦୁଇ ଫର୍ଦ୍ଦର ପ୍ରେସ୍ ବିବୃତିରେ ମାଓ ସଂଗଠନ ପକ୍ଷରୁ କୁହାଯାଇଛି ଯେ ଶାନ୍ତି ବାର୍ତ୍ତା ପାଇଁ ଅନୁକୂଳ ପରିବେଶ ଆବଶ୍ୟକ । ଛତିଶଗଡ଼ ଉପ ମୁଖ୍ୟମନ୍ତ୍ରୀ ବିଜୟ ଶର୍ମାଙ୍କ ଦ୍ଵାରା ଉଠାଯାଇଥିବା ବିଷୟ ପ୍ରତି ଶାନ୍ତି ବାର୍ତ୍ତାରେ ସାମିଲ କରିବା ପାଇଁ ଅପିଲ କରିଛନ୍ତି ମାଓବାଦୀ । ପୂର୍ବରୁ କେନ୍ଦ୍ରୀୟ କମିଟି ଶାନ୍ତି ବାର୍ତ୍ତା ପାଇଁ ୩ଟି ସର୍ତ୍ତ ରଖିଥିବାବେଳେ ଛତିଶଗଡ଼ ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ବିନା ସର୍ତ୍ତରେ ହିଁ ଶାନ୍ତି ବାର୍ତ୍ତାରେ ମୋହର ଲାଗିବ । ତେଣୁ ବର୍ତ୍ତମାନ ଗୋଟିଏ ସର୍ତ୍ତ ସହ ଶାନ୍ତି ବାର୍ତ୍ତା ପାଇଁ ଅପିଲ୍ କରିଛନ୍ତି ମାଓବାଦୀ ସଂଗଠନ ।


ନିକଟରେ ଛତିଶଗଡ଼ରେ ସିରିଜ୍ ଏନକାଉଣ୍ଟ ହୋଇ ଅନେକ ମାଓବାଦୀ ନିହତ ହେଲେଣି । ବାରମ୍ବାର ଚେତେବନୀ ସତ୍ତ୍ବେ ଆତ୍ମସମର୍ପଣ କରୁନଥିବା ମାଓବାଦୀଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଆପଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଭାରତ ନକ୍ସଲମୁକ୍ତ ହେବ କହି ମାଓବାଦୀଙ୍କୁ ଚରମବାଣୀ ଶୁଣାଇଛନ୍ତି ଅମିତ ଶାହ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
maoists-in-terror-after-series-of-encounters | Argus News