Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଓବାଦୀଙ୍କ ପ୍ରେସର ଆଇଡି ବିସ୍ଫୋରଣ, ୩ ଗୁରୁତର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ମାଓବାଦୀଙ୍କ ପ୍ରେସର ଆଇଡି ବିସ୍ଫୋରଣ, ୩ ଗୁରୁତର

Key Points

ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଗୁରୁତର । ଜଙ୍ଗଲ ଭିତରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ନକ୍ସଲ ପନ୍ଥିଙ୍କ ଲେଣ୍ଡମାଇନର ଶିକାର ହେଲେ ଗ୍ରାମବାସୀ । ବିସ୍ଫୋରଣରେ ଜଣେ ନାବାଳିକାଙ୍କ ସହ ତିନି ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମାନଙ୍କୁ ବିଜାପୁର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାର ଉସୁର ଥାନା ଅନ୍ତର୍ଗତ ଧନଗୋଲ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା ।


ଗୋଟିଏ ଆଦିବାସୀ ପରିବାରର ତିନି ଜଣ ସଦସ୍ୟ ଧନଗୋଲ ଗାଁ ନିକଟସ୍ଥ ଜଙ୍ଗଲରେ ଛତୁ ସଂଗ୍ରହ କରିବା ଲାଗି ଯାଇଥିବା ବେଳେ ମାଓବାଦୀ ମାନେ ପୁର୍ବରୁ ଲଗାଇ ଥିବା ପ୍ରେସର ଆଇଡି ଉପରେ ଗୋଡ ପଡିବା ମାତ୍ରେ ଏହା ବିସ୍ଫୋରଣ ହୋଇଥିଲା । ଆହତ ମାନଙ୍କୁ ବିଜାପୁର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maoist's landmine blast, 3 seriously injured | Argus News