ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି

Key Points
ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ
ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ପାଳନ
ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସହିଦ ସପ୍ତାହ ପାଳିବେ ମାଓବାଦୀ
ସୀମା ସିଲ୍, କମ୍ବିଂ ଓ ସର୍ଚ୍ଚ ଅପରେସନ୍ ଜୋର୍ଦାର୍
ମାଲକାନଗିରି ଜିଲ୍ଲାରେ ପୋଲିସ ପକ୍ଷରୁ ହାଇଆଲର୍ଟ ଜାରି
ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସୀମା ସିଲ୍ କରିଛି ପୁଲିସ
ଆଜିଠୁ ନକ୍ସଲଙ୍କ ସହିଦ ସପ୍ତାହ, ସୀମା ସିଲ୍, କମ୍ବିଂ ଓ ସର୍ଚ ଅପରେସନ୍ ଜୋର୍ଦାର୍ । ଜୁଲାଇ ୨୮ରୁ ଆରମ୍ଭ ଅଗଷ୍ଟ ୩ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ସହିଦ ସାଥୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଦିବସ ପାଳିବେ ମାଓବାଦୀ। ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ମାଓ ସଂଗଠନ ଆହ୍ବାନ ଦେଇଛି। ସହିଦ ସପ୍ତାହ ଆରମ୍ଭ ପୂର୍ବରୁ ଆନ୍ଧ୍ର-ଓଡ଼ିଶା-ଛତିଶଗଡ଼ ସୀମା ସିଲ୍ କରିଛି ପୁଲିସ। ତିନି ରାଜ୍ୟର ପୁଲିସ ଓ ସୁରକ୍ଷାବଳ ପକ୍ଷରୁ କମ୍ବିଂ, ସର୍ଚ ଅପରେସନ୍କୁ ଜୋରଦାର କରାଯାଇଛି।
ସହିଦ ସପ୍ତାହକୁ ନେଇ ମାଲକାନଗିରି ଜିଲ୍ଲାରେ ପୁଲିସ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ମାଲକାନଗିରି ସୀମାକୁ ସିଲ୍ କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ନାକା ଲଗାଇଛି। ଅଜଣା ବ୍ୟକ୍ତି ଓ ଯାନବାହନ ଯାଞ୍ଚ ପରେ ଜିଲ୍ଲା ଭିତରକୁ ଛଡ଼ାଯାଉଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: