Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଏ

Odisha

ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଏ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଏ

ଏ ଦୁନିଆ ହେଉଛି ଗୋଟେ ରଙ୍ଗମଞ୍ଚ । ଏଠି ସମସ୍ତେ ଜଣେଜଣେ ଅଭିନେତା । ହେଲେ ରାତିରେ ଯିଏ ମୁହଁରେ ରଙ୍ଗ ବୋଳି ଆମକୁ ହସାଏ, କନ୍ଦାଏ ଆଉ ରଗାଏ ସିଏ ହେଉଛି ଏ ଦୁନିଆ ପାଇଁ ନାଟୁଆ । ସେଇ ନାଟୁଆ ମାନଙ୍କ ପାଇଁ ଆଜି ଦିନଟିଏ । ମାର୍ଚ୍ଚ ୨୭ ବିଶ୍ୱ ନାଟ୍ୟ ଦିବସ । ଆଦି ଯୁଗରୁ ଆଜି ପର୍ଯ୍ୟନ୍ତ ନାଟକର ସବୁବେଳେ ରହିଛି ପ୍ରାସଙ୍ଗିକତା । କୁହାଯାଏ ଏହି ନାଟ୍ୟ ଶାସ୍ତ୍ରକୁ ପ୍ରଥମେ ବ୍ରହ୍ମା ସୃଷ୍ଟି କରିଥିଲେ । ଋଗ୍ ବଦେରୁ ପାଠ, ଯଜୁର୍ବେଦରୁ ଅଭିନୟ, ଅଥର୍ବ ବେଦରୁ ରସ ଓ ସାମ୍ ବେଦରୁ ଭଙ୍ଗୀ ଆଦିକୁ ନେଇ ନାଟ୍ୟବେଦ ସୃଷ୍ଟି ହୋଇଥିଲା । ଯାହାକୁ ପଞ୍ଚମ ବେଦ ଓ ଗାନ୍ଧର୍ବ ବେଦ ବୋଲି କୁହାଯାଏ । ନାଟକ ହେଉଛି ସମାଜ ପାଇଁ ଆଇନା ଭଳି । ଆଇନା ଯେମିତି ବିନା ଦ୍ୱିଧାରେ ସତକୁ ଦେଖାଏ ଠିକ୍ ସେମିତି ନାଟକ, ପ୍ରତିଟି କାହାଣୀର କେନ୍ଦ୍ର ଆମ ସାମାଜିକ ଘଟଣା ସମୂହ ।


କାହିଁକି ଓ କେବେ ଠାରୁ ମାର୍ଚ୍ଚ ୨୭ ରେ ପାଳନ ହୋଇ ଆସୁଛି ବିଶ୍ୱ ନାଟ୍ୟ ଦିବସ –


୧୯୬୧ ମସିହାରୁ ପାଳନ ହୋଇ ଆସୁଛି ନାଟ୍ୟ ରସଗ୍ରାହୀ ରସିକମାନଙ୍କର ରଙ୍କୁଣା ଦିନ ବିଶ୍ୱ ନାଟ୍ୟ ଦିବସ । ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଟକକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା । ୧୯୬୧ ମସିହାରେ 'ଅର୍ଭୀ କିଭିମା' ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ । ନ୍ୟାସନାଲ ଥିଏଟର ଇନଷଷ୍ଟଚ୍ୟୁଟ୍ ପକ୍ଷରୁ ୧୯୬୧ ମସିହାରେ ପ୍ରଥମ ନାଟ୍ୟ ଦିବସ ସ୍ଥାପନା କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ମାର୍ଚ୍ଚ ୨୭ କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହିଦିନ ସାରା ବିଶ୍ୱରେ ବିଭିନ୍ନ ନାଟ୍ୟ ସଂସ୍ଥା ଓ ନାଟ୍ୟ ପ୍ରେମୀଙ୍କ ପକ୍ଷରୁ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ । ବିଶ୍ୱର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଓ ବିଶ୍ୱ ଶାନ୍ତିଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ଓ ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସଂଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର 'ଜୀନ କକଟ୍ୟେୟୁ' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଓଡ଼ିଆ ନାଟକର ଅଭିଯାନ -


ବର୍ତ୍ତମାନର ଆଧୁନିକ ସମୟରେ ନାଟକ ମନୋରଞ୍ଜନ ସହ ବ୍ୟବସାୟୀକରଣ ହୋଇ ସାରିଲାଣି । ହେଲେ ଅତୀତରେ ପାଲା, ଦାସକାଠିଆ, କଣ୍ଢେଇ ନାଚ, ଦଣ୍ଡ ନାଚ, ଘୋଡ଼ା ନାଚ ଓ ରାମଲୀଲା ଆଦି ମନୋରଞ୍ଜନର ଏକମାତ୍ର ମାଧ୍ୟମ ଥିଲା । ରଙ୍ଗମଞ୍ଚର ବ୍ୟବସ୍ଥା ନଥିବାରୁୁ ଗାଁ ଦାଣ୍ଡ ଓ ମନ୍ଦିର ଦୁଆରେ ନାଟକ ହେଉଥିଲା । ପରବର୍ତ୍ତୀ ସମୟରେ ନାଟକ ପରିବେଷଣରେ ପରିବର୍ତ୍ତନ ଆସିଥିଲା । ଆଦିନାଟ୍ୟକାର ଜଗମୋହନ ଲାଲାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ରାଧାକାନ୍ତ ରଙ୍ଗମଞ୍ଚ । ଆଉ ୧୮୭୭ ମସିହାରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହୋଇଥିଲା ନାଟକ ବାବାଜୀ । ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖୋଲିଥିଲା ସ୍ଥାୟୀ ରଙ୍ଗମମଞ୍ଚ ।

Education Next Season 5
Sponsored
march-27-is-celebrated-as-world-theatre-day | Argus News