Ekta Padayatra / ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଇଁ ପଦଯାତ୍ରା

Key Points
ପୁରୀରେ ନଭେମ୍ବର ୧୧ରେ ହେବ ଏକତା ପଦଯାତ୍ରା । ପୁରୀରୁ ନିଶାମୁକ୍ତ ଭାରତ, ନିଶାମୁକ୍ତ ପୁରୀର ବାର୍ତ୍ତା । ବ୍ରହ୍ମଗିରିରେ ହେବ ୧୦ କିଲୋମିଟର ବ୍ୟାପୀ ମାରାଥନ ଦୌଡ଼ । ସାମିଲ ହେବେ ସ୍ବେଛାସେବୀ, ଯୁବ ବର୍ଗ ଓ ବୁଦ୍ଧିଜୀବୀ । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ଅବସରରେ ଏକତା ପଦଯାତ୍ରାର ଆୟୋଜନ କରାଯାଇଛି। ଏସମ୍ପର୍କରେ ସୂଚନା ଦେଇଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର ।
ସରକାରଙ୍କ ନିଷ୍ପତ୍ତି ମୁତାବକ ପ୍ରତ୍ୟେକ ଲୋକସଭା ଅନ୍ତର୍ଗତ ଅଞ୍ଚଳ ମଧ୍ୟରେ ଏହି ପଦଯାତ୍ରା କରାଯିବ। ଏକ ଭାରତ ଆତ୍ମ ନିର୍ଭର ଭାରତ ନାମରେ ଏହି ପଦଯାତ୍ରା ପୁରୀ ଜିଲ୍ଲାର ଦୁଇଟି ସ୍ଥାନରେ ଆୟୋଜନ କରାଯାଉଛି । ଗୋଟିଏ ନିମାପଡା ଓ ଅନ୍ୟଟି ବ୍ରହ୍ମଗିରି । ପ୍ରଥମେ ବ୍ରହ୍ମଗିରିରେ ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ପଦଯାତ୍ରା ସ୍ଥଳରୁ ପ୍ରତି ୨.୫ କିଲୋମିଟର ରୁ ୨ କିଲୋମିଟର ମଧ୍ୟରେ ସ୍ବଛ ଭାରତ, ଏକ ପେଡ ମା କେ ନାମ, ଚିକିତ୍ସା ଶିବିର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୀବନୀ ସମ୍ପର୍କରେ ପ୍ରଦର୍ଶନୀ, ଆଲୋଚନା ଚକ୍ର ମାଧ୍ୟମରେ ଯୁବ ପିଢ଼ିଙ୍କୁ ଅନୁପ୍ରେରଣା, ନିଶାମୁକ୍ତ ଭାରତ ସମ୍ପର୍କରେ ସଚେତନତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବ।
ଏହା ପୂର୍ବରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ବିବିଧ ପ୍ରତିଯୋଗିତା ଆୟୋଜିତ ହେବ ଓ ପଦଯାତ୍ରାର ଶେଷ ଭାଗରେ ଅନୁଷ୍ଠିତ ସଭାରେ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ପଦଯାତ୍ରାରେ ଯୁବବର୍ଗ, ସ୍ବେଚ୍ଛାସେବୀ, ବିଦ୍ୟାର୍ଥୀ, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ଲକ୍ଷ ପତି ଦିଦି, ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ, ପ୍ରମୁଖ ସାମିଲ ହେବେ। ଏହାକୁ ପରିଚାଳନା ପାଇଁ ଜିଲ୍ଲା ପଦଯାତ୍ରା ଆୟୋଜନ କମିଟି ଗଠନ କରାଯାଇ କାର୍ଯ୍ୟ ତ୍ବରାନ୍ବିତ କରାଯିବ ।
📱 Get Argus News App
✨Related Topics
Explore more stories