Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍ପେଶାଲ୍ ଡ୍ରାଇଭରେ କମିସନରେଟ ପୋଲିସକୁ ମିଳିଲା ସଫଳତା

Odisha

ସ୍ପେଶାଲ୍ ଡ୍ରାଇଭରେ କମିସନରେଟ ପୋଲିସକୁ ମିଳିଲା ସଫଳତା

Smruti Parija
Browse all articles by Smruti Parija
·1 year ago·1 min read
ସ୍ପେଶାଲ୍ ଡ୍ରାଇଭରେ କମିସନରେଟ ପୋଲିସକୁ ମିଳିଲା ସଫଳତା

Key Points

ସ୍ପେଶାଲ୍ ଡ୍ରାଇଭରେ କମିସନରେଟ ପୋଲିସକୁ ମିଳିଲା ସଫଳତା । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ 30 ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ ।

ଭୁବନେଶ୍ୱର: ସ୍ପେଶାଲ୍ ଡ୍ରାଇଭରେ କମିସନରେଟ ପୋଲିସକୁ ମିଳିଲା ସଫଳତା । ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ 30 ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଓ ବ୍ରାଉନସୁଗାର ଜବତ । ମୈତ୍ରୀ ବିହାର ହାତୀଆଶୁଣି ଅଞ୍ଚଳରୁ 42 କେଜି ଗଞ୍ଜେଇ ଜବତ ହୋଇଛି । 5 ଜଣଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 4 ଲକ୍ଷରୁ ଅଧିକ ଟଙ୍କା ହେବ । ନଗଦ 20ହଜାର ଟଙ୍କା ସହ 3ଟି ବାଇକ ଜବତ କରିଛି ପୋଲିସ ।


ସେହିଭଳି ବାଲିଅନ୍ତା ଥାନା ପୋଲିସ 260 ଗ୍ରାମ ବ୍ରାଉନସୁଗର ଜବତ କରିଛି । 4ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ 26 ଲକ୍ଷ ଟଙ୍କା ହେବ । ଗୋଟିଏ କାର ସହ 22 ହଜାର ନଗଦ ଟଙ୍କା ଜବତ କରିଛି ପୋଲିସ । ଆଗକୁ ଏହିଭଳି ସ୍ପେଶାଲ ପୋଲିସ ଡ୍ରାଇଭ ଜାରି ରହିବ କହିଛନ୍ତି ପୋଲିସ୍ କମିଶନ ସୁରେଶ ଦେବଦତ୍ତ ସିଂ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Marijuana and brown sugar worth over Rs 30 lakh seized from various areas of Bhubaneswar | Argus News