ଭୁବନେଶ୍ୱର ଏୟାରପୋର୍ଟରୁ ୩୦ କୋଟିର ମାରିଜୁଆନା ଜବତ
·11 months ago·1 min read

Key Points
ଓଡ଼ିଶାରେ ବ୍ୟାଙ୍କକ୍ ମାରିଜୁଆନା
ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ମାଡ଼ି ବସିଲା କଷ୍ଟମ ବିଭାଗ
୩ ଜଣକୁ ଅଟକ ରଖି ପଚରାଉଚୁରା
୩୦ କୋଟିର ମାରିଜୁଆନା ଜବତ । ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଲା ହାଇଡ୍ରୋଫୋନିକ ଉଇଡ ବା ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ ମାଡ଼ି ବସିଲା କଷ୍ଟମ ବିଭାଗ । ୩ ଜଣକୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି କଷ୍ଟମ ବିଭାଗ ।
ତେବେ ଜବତ ମାରିଜୁଆନାର ବଜାର ମୂଲ୍ୟ କିଲୋ ପିଛା- ୧ କୋଟି ୩ ଟି ବ୍ୟାଗ ଭର୍ତି ଥିବା ହାଇଡ୍ରୋଫୋନିକ ୩୦ କୋଟିରୁ ଅଧିକ ହେବ ବୋଲି ଅନୁମାନ କରୁଛି କଷ୍ଟମ ବିଭାଗ। ୩ ଅଭିଯୁକ୍ତଙ୍କ ଘର ଆଗ୍ରାର ଫତେପୁର ସିକ୍ରି ବୋଲି ଜଣାପଡିଛି। ଇଣ୍ଡିଗୋ 6 E 1066 ଫ୍ଲାଇଟ ରେ ଆସୁଥିଲା ଏହି ନିଶା। ମହମ୍ମଦ, ମୋହିତ, ବମତି ନାମକ ୩ ଜଣଙ୍କୁ ଏହି କେସରେ ଧରାଯାଇଥିବା ସୂଚନା ଦେଇଛି କଷ୍ଟମ ବିଭାଗ। DRI ସାହାଯ୍ୟରେ ସେମାନଙ୍କୁ ଧରିଛି କଷ୍ଟମ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: