Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବଣ୍ଡା ଘାଟି ମହିଳାଙ୍କ ହାତ ତିଆରି ଅଳଙ୍କାର ପାଇଁ ଭୁବନେଶ୍ବରରେ ଖୋଲିବ ବଜାର

Odisha

ବଣ୍ଡା ଘାଟି ମହିଳାଙ୍କ ହାତ ତିଆରି ଅଳଙ୍କାର ପାଇଁ ଭୁବନେଶ୍ବରରେ ଖୋଲିବ ବଜାର

Rashmita Mishra
Browse all articles by Rashmita Mishra
·1 year ago·2 min read
ବଣ୍ଡା ଘାଟି ମହିଳାଙ୍କ ହାତ ତିଆରି ଅଳଙ୍କାର ପାଇଁ ଭୁବନେଶ୍ବରରେ ଖୋଲିବ ବଜାର

Key Points

.ବଣ୍ଡଘାଟିରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା
.କହିଲେ ବଣ୍ଡା ଘାଟିରେ ପ୍ରତିଟି ଘରେ ପହଂଚିବ ସୁଭଦ୍ରା ଟଙ୍କା
.ଡିସେମ୍ବର 30 ସୁଦ୍ଧା ରିଭ୍ୟୁ ସରିଲେ ଚତୁର୍ଥ ପର୍ଯ୍ୟାୟରେ ଆସିବ ଟଙ୍କା
.ଆବାସ ଯୋଜନାରେ ମିଳିବ ଅଧିକ 50 ହଜାର ଟଙ୍କା
.ଘରେ ଘରେ ଲାଗିବ ଟ୍ୟାବ, ଦୂର ହେବ ପାନୀୟ ଜଳ ସମସ୍ୟା
.ବଣ୍ଡା ଘାଟି ମହିଳାଙ୍କ ହାତ ତିଆରି ଅଳଙ୍କାର ପାଇଁ ଭୁବନେଶ୍ବରରେ ଖୋଲିବ ବଜାର

ଅର୍ଗସ ବ୍ୟୁରୋ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବଣ୍ଡା ଘାଟିରେ ପହଂଚିବାପରେ ପାରମ୍ପରିକ ନାଚ ଗୀତରେ ତାଙ୍କୁ ସ୍ବାଗତ କରିଥିଲେ ବଣ୍ଡା ଜନଜାତିର ମହିଳା ଓ ପୁରୁଷମାନେ । ଏହି ଅବସରରେ ଆୟୋଜିତ ସଭାରେ ସମ୍ବୋଧନ କରି ଉପ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି , ବଣ୍ଡା ଘାଟିରେ ଘରେ ଘରେ ପହଂଚିବ ସୁଭଦ୍ରା ଟଙ୍କା । ଡିସେମ୍ବର 30 ତାରିଖ ସୁଦ୍ଧା ରିଭ୍ୟୁ ଶେଷ ହେଲା ପରେ ଚତୁର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ପହଂଚିବ । ଏ ପର୍ଯ୍ୟନ୍ତ 9ହଜାର 300 ବଣ୍ଡା ଘାଟିର ମହିଳା ସୁଭଦ୍ରା ଟଙ୍କା ପାଇଥିବା ବେଳେ 2ହଜାର 932 ଜଣ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି । ପଞ୍ଜିକରଣରେ ଥିବା ସମସ୍ୟାର ସମାଧାନ କରି ଖୁବଶଘ୍ର ସୁଭଦ୍ରା ଟଙ୍କା ସେମାନଙ୍କ ପାଖରେ ପହଂଚିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।


ଏହା ବ୍ୟତୀତ ଆବାସ ଯୋଜନାରେ ଘର କରୁଥିବା ହିତାଧିକାରୀମାନଙ୍କୁ ଅଧିକ 50 ହଜାର ଟଙ୍କା ଦିଆଯିବ ।ବଣ୍ଡା ଘାଟିରେ ଥିବା ପାନୀୟ ଜଳ ସମସ୍ୟାର ସମାଧାନ ହେବ । ଘରେ ଘରେ ଟ୍ୟାବ ଯୋଗେ ପାଣି ଆସିବ । ବଣ୍ଡା ଘାଟି ମହିଳାଙ୍କ ଦ୍ବାରା ତିଆରି ହେଉଥିବା ଅଳଙ୍କାର ବିକ୍ରି ପାଇଁ ଭୁବନେଶ୍ବରରେ ବଜାର ତିଆରି ହେବ । ଜିଓ ନେଟଓ୍ବାର୍କ ଲାଗିବା ସହିତ ରାମ କୁଣ୍ଡ ଓ ସୀତା କୁଣ୍ଡ ଭଳି ପର୍ଯ୍ୟଟନ ସ୍ଥଳୀର ବିକାଶ ଦିଗରେ ସରକାର ପଦକ୍ଷେପ ଗ୍ରହଣ କରିବେ । ସଂଗ୍ରହାଳୟ ସ୍ଫାପନ ପାଇଁ ବ୍ୟବସ୍ଥା ହେଉଥିବା କଥା କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବଣ୍ଡା ଜନଜାତିର ଅଳଙ୍କାର ପିନ୍ଧିଥିଲେ ଉପ-ମୁଖ୍ୟମନ୍ତ୍ରୀ । ଆୟୋଜିତ କାର୍ଯ୍ୟକ୍ରମରେ ବଣ୍ଡା ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରିଥିଲେ l ପରେ ବଣ୍ଡା ମହିଳାଙ୍କ ସହ ବ୍ୟକ୍ତିଗତ ଭାବେ ଘାଟିର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ବଣ୍ଡାଘାଟି ସ୍ଥିତ ପ୍ରସିଦ୍ଧ ସୀତା କୁଣ୍ଡ ପରିଦର୍ଶନ କରି ମା ସୀତାଙ୍କୁ ପୂଜାର୍ଚନା କରିଥିଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

Argus Whatsapp Channel Mobile Top
Sponsored
Market to open in Bhubaneswar for handmade jewellery by Banda Ghati women | Argus News