Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚାଂଚଲ୍ୟକର ଖୁଲାସା ! ପୁରୀ ବେଳାଭୂମିକୁ ବିକ୍ରି ପାଇଁ କିଏ କରିଥିଲା ଉଦ୍ୟମ ?

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଚାଂଚଲ୍ୟକର ଖୁଲାସା ! ପୁରୀ ବେଳାଭୂମିକୁ ବିକ୍ରି ପାଇଁ କିଏ କରିଥିଲା ଉଦ୍ୟମ ?

Key Points

  • ସି ଆର୍ ଜେଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ
  • ବେଳାଭୂମି ଛାତିରେ ଖୁଣ୍ଟ ପୋତି ଜବରଦଖଲ।
  • ଷଡ୍‌ଯନ୍ତ୍ର ପଛରେ ବଡ ବଡ଼ ଜମି ମାଫିଆ ! 
     

ଅର୍ଗସ ବ୍ୟୁରୋ: ପୁରୀ ବେଳାଭୂମିକୁ ପ୍ଲଟିଂ କରି ବିକ୍ରି ଯୋଜନାରେ ଜମି ମାଫିଆ । ଜୁଆର ମାଡ ହେଉଥିବା ସ୍ଥାନରେ ବି ଚାଲିଛି ନିର୍ମାଣ କାର୍ଯ୍ୟ । ଏଭଳି ବେଆଇନ କାର୍ଯ୍ୟକଳାପ ପଛରେ ବଡ ବଡ ଜମି ମାଫିଆଙ୍କ ହାତ ରହିଥିବା ଅଭିଯୋଗ ହୋଇଛି ।  CRZ ଆଇନର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି । ପୁରୀ ବେଳାମାର୍ଗ ଷ୍ଟରଲିନ୍ ଛକ ବେଳାଭୂମିରେ ଚାଲିଥିବା ଏଭଳି ନିର୍ମାଣ ବିରୋଧରେ CRZ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛି ପୁରୀ କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ । ଘଟଣାସ୍ଥଳକୁ ଯାଇ ଏକ ଟିମ୍ ତଦନ୍ତ କରୁଥିବା ବେଳେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ।

ଶହ ଶହ ହଳଦିଆ ଖୁଣ୍ଟ ପୋତି ଖଣ୍ଡ ଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଯୋଜନା ଚାଲିଥିବା ଅଭିଯୋଗ ହୋଇଛି । ଯୋଜନା ପଛରେ ବଡ଼ବଡ଼ ଜମି ମାଫିଆଙ୍କ ହାତ ରହିଛି ବୋଲି ଅଭିଯୋଗ ହୋଇଛି । ସିଆରଜେଡ୍‌ ନିୟମର ଖୋଲା ଉଲ୍ଲଂଘନ ବି ହୋଇଛି । ଷ୍ଟର୍ଲିନ୍‌ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ । ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି । ତଥାପି ଜମି ମାଫିଆମାନେ ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ଏଭଳି ଜବରଦଖଲକୁ ତୁରନ୍ତ ହଟାଇବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ ଗେଜେଟ୍‌ ନୋଟିଫିକେସନରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସମୁଦ୍ର ଜଳରାଶି ତଥା ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ସିଆରଜେଡ୍‌ ନିୟମ ଲାଗୁ କରାଯାଇଛି । ଚାରିଭାଗରେ ବିଭକ୍ତ ସିଆରଜେଡ୍‌ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍‌-୧ ଓ ସିଆରଜେଡ୍‌-୨ରେ ଆସୁଛି । ଏଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ସିଆରଜେଡ୍‌ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍‌-୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ । କଂକ୍ରିଟ୍‌ ନିର୍ମାଣ କୌଣସି ପରିସ୍ଥିତିରେ ହୋଇପାରିବନି ।

ଅପରପକ୍ଷେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ସିଆରଜେଡ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏକ ଟିମ୍ ଘଟଣାସ୍ଥଳ କୁ ଯାଇ ତଦନ୍ତ କରୁଛି । ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଛନ୍ତି । ତେବେ ଏଭଳି ଜବରଦଖଲ ଜମିକୁ ମାଫିଆ ମାନେ ନୋଟାରି ଆଫିଡେଭିଟ ମାଧ୍ୟମରେ ବିକ୍ରି କରୁଥିବା ନଜରକୁ ଆସିଛି । ଏଭଳି ନୋଟାରୀ ଆଫିଡେଭିଟ ମାଧ୍ୟମରେ ବିକ୍ରି ହେଉଥିବା କୌଣସି ବେଆଇନ ଜାଗାକୁ ନ କିଣିବାକୁ ଅପିଲ କରିଛନ୍ତି ଜିଲ୍ଲାପାଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

(ପ୍ରିୟଦର୍ଶନ ମହାନ୍ତି ଓ ଆଲୋକ ଆଶୁତୋଷଙ୍କ ରିପୋର୍ଟ)

 


 

Sponsored
Illegal Land Grab Activities in Puri | Argus News