Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

5-T : ବାଲେଶ୍ଵରରେ ୧୦୦ କୋଟିର ଦୁର୍ନୀତି !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·3 min read
5-T : ବାଲେଶ୍ଵରରେ ୧୦୦ କୋଟିର ଦୁର୍ନୀତି !

Key Points

  • ଗୁମର ଖୋଲୁଛି ଫାଇଭ-ଟିର
  • ଗୋଟିଏ ଜିଲ୍ଲାରେ ୧୦୦ କୋଟି, ପୁରା ରାଜ୍ୟରୁ କେତେ ?
  • ସବୁ ଖାଇ ଖୋଳ କରିଦେଇଛନ୍ତି ପାଣ୍ଡିଆନ

ଅର୍ଗସ ବ୍ୟୁରୋ: ସରକାରରେ ଥିବା ବେଳେ ବିଜେଡିରୁ ଫାଇଭ-ଟି ଅଡୁଆ କରିଥିଲା । ଏବେ ବିରୋଧୀ ଦଳରେ ଥିବା ପରେ ବି ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାରଣ ଫାଇଭ-ଟିରେ ଯେଉଁପରି ଭାବରେ ଦୁର୍ନୀତି ହୋଇଛି ତାହାକୁ ନେଇ ଏବେ ରାଜ୍ୟ ଉଠୁଛି ଆଉ ପଡୁଛି । କାରଣ କେବଳ ବାଲେଶ୍ଵର ଜିଲ୍ଲାରେ ଏହି ଯୋଜନାରେ ୧୦୦ କୋଟିର ଦୁର୍ନୀତି ହୋଇଛି । କଥା ହେଲା ଯଦି ଗୋଟିଏ ଜିଲ୍ଲାରେ ୧୦୦ କୋଟିର ଦୁର୍ନୀତି ହୋଇଛି ତାହାଲେ ୩୦ ଜିଲ୍ଲାରେ ୧୦୦ ଗୁଣନ ୩୦ ଅର୍ଥାତ୍‌ ୩ ହଜାର କୋଟିର ଦୁର୍ନୀତି ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି । 

ବାଲେଶ୍ଵରରେ 5-T ସ୍କୁଲ ରୂପାନ୍ତରୀକରଣ ନାଁରେ ୧୦୦ କୋଟିର ବଡ଼ ସ୍କାମ୍ ଏବେ ସାମ୍ନାକୁ ଆସିଛି । କଥା ହେଲା ଯଦି ଗୋଟିଏ ଜିଲ୍ଲାରେ ୧୦୦ କୋଟିର ଦୁର୍ନୀତି ହୋଇଛି ତାହାଲେ ପୁରା ରାଜ୍ୟରେ କେତେ ? କୁଆଡ଼େ ଗଲେ ପୂର୍ବତନ 5T ସଚିବ ? 5ଟି ନାଁରେ ସବୁ ଲୁଟି ଖାଉଥିଲେ କି  ପାଣ୍ଡିଆନ୍ ? କିଛି ଏମିତି ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ପଷ୍ଟ ଭାବରେ କହିଥିଲେ କି, ଦୁର୍ନୀତିଖୋରକୁ ସାବାଡ୍‌ କରାଯିବ । ତେଣୁ ଏତେ ବଡ଼ ସ୍କାମ ଧରାପଡିବା ପରେ ଆକ୍ସନକୁ ଏବେ ଅପେକ୍ଷା । ସୂଚନା ଅନୁସାରେ, ୫-ଟି ସ୍କୁଲକୁ ପ୍ରଥମେ ୪୫ ଲକ୍ଷ ଏବଂ ପରେ ୨୦ ଲକ୍ଷ ଟଙ୍କା ଯାଇଛି ସ୍କୁଲ ରୁପାନ୍ତରୀକରଣ ପାଇଁ । ୩ ମାସରେ କାମ ସରିଛି ସତ । କିନ୍ତୁ ଖର୍ଚ୍ଚ ଟଙ୍କାର ହିସାବ ମିଳୁନି । ଶହ ଶହ ନକଲି ବିଲ କରାଯାଇଥିବା ସ୍ପଷ୍ଟ ହୋଇଛି ।  

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟ ଉପରେ ଥରେ ନଜର ପକାନ୍ତୁ । ୨୦୨୧ ମସିହା ୨୬ ଏପ୍ରିଲରେ ବାଲେଶ୍ଵର ଜିଲ୍ଲାପାଳ ଜିଲ୍ଲାର ସମସ୍ତ ବିଡିଓ ମ୍ୟୁନିସିପାଲଟି ଓ ଏନଏସି ଅଧିକାରୀଙ୍କୁ ଚିଠି ଲେଖିଲେ ୩ ମାସ ମଧ୍ୟରେ ୪୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ । ପୁଣିଥରେ ୨୦୨୧ ମସିହା ଡିସେମ୍ବର ୧୬ ତାରିଖରେ ଜିଲ୍ଲାର ୧୮୭୫ଟି ବିଦ୍ୟାଳୟକୁ ଜିଲ୍ଲାପାଳ ଚିଠି କଲେ ୨୦ଲକ୍ଷ ଟଙ୍କା ବିଡିଓ ଆକାଉଣ୍ଟକୁ ପଠାଇବା ପାଇଁ । ଆଶ୍ଚର୍ଯ୍ୟଜନକ ଭାବେ ୩ ମାସ ମଧ୍ୟରେ ସମସ୍ତ କାମ ଶେଷ ହେଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶହ ଶହ ନକଲି ବିଲ । କେଉଁ ବିଲରେ ତାରିଖ ଅଛି ତ କେଉଁଠି ତାରିଖ ନାହିଁ । କେଉଁଠି ଜିଏସଟି ଅଛି ତ କେଉଁଠି ଜିଏସଟି ନାହିଁ ।  ଲକ୍ଷ୍ମୀ ନାରାୟନ ଏଣ୍ଟରପ୍ରାଇଜେସ । ଏହିଠାରୁ କିଣା ହୋଇଥିବା ସାମଗ୍ରୀର ଇଏ ହେଉଛି ବିଲ୍ । ସିରିଏଲ ନଂ ରହିଛି ୧୮୫୦ । ଏକ ଲକ୍ଷ ୬୮ ହଜାର ୯୩୦ ଟଙ୍କାରେ କିଣା ହୋଇଛି ସାମଗ୍ରୀ । ଜଳେଶ୍ବର ବିଡିଓ ମଧ୍ୟ ଏହାକୁ ପାଶ୍ କରିଛନ୍ତି । ହେଲେ ନା ଅଛି ଏହି ବିଲରେ ତାରିଖ ନା ବିଦ୍ୟାଳୟର ପ୍ରଧାନଶିକ୍ଷ କଙ୍କ ଦସ୍ତ ଖତ । 

A to Z ସଲ୍ୟୁସନ । ଏହି କମ୍ପାନୀରୁ ଛଉମଉଜ ଏମ.ସି.ଏସ୍.ଏନ ବିଦ୍ୟାଳୟ ପାଇଁ ୪ଲକ୍ଷ ୨୪ ହଜାର ଟଙ୍କାରେ  କିଣାହୋଇଥିବା ସାମଗ୍ରୀକୁ ନେଇ ଚର୍ଚ୍ଚା ଜୋର । ୨୫ ଫେବୃଆରୀରେ ୨୦୨୨ ରେ ସାମଗ୍ରୀ କିଣାହୋଇଛି । ଯାହାର ବିଲ୍ ନମ୍ବର ରହିଛି ୪୪ । ଠିକ୍ ୧୨ ମର୍ଚ୍ଚ ୨୦୨୨ରେ  ୨ଲକ୍ଷ ୧୧ ହଜାର ୨୨୦ଟଙ୍କାରେ ସାମଗ୍ରୀ କିଣା ହୋଇଛି ସେ ବିଲ୍ ର ସଂଖ୍ୟା ମଧ୍ୟ ରହିଛି ୪୪ । ଅର୍ଥାତ୍ ଗୋଟିଏ କ୍ରମିକ ନମ୍ବର ଏକାଧିକ  ବିଲ୍‌ରେ ବ୍ୟବହାର ହୋଇଛି । GST ବ୍ୟବହାର ହୋଇଛି ଫର୍ନିଚର ଦୋକାନର କିନ୍ତୁ Gst ପଡିଛି ଗ୍ରୋସରୀ ଦୋକାନର ।  କଥା ହେଲା, ଏହିସବୁ ଦୁର୍ନୀତି ତତ୍କାଳୀନ ଫାଇଭ-ଟି ସଚିବ ପାଣ୍ଡିଆନଙ୍କ ବେଳରେ ହିଁ ହୋଇଥିଲା । ତେଣୁ ଏ ଦୁର୍ନୀତିରେ ସେ କେତେ ଭାଗ ନେଇଛନ୍ତି ତାହା ତଦନ୍ତ କଲେ ଜଣାପଡ଼ିବ ବୋଲି କୁହାଯାଉଛି ।
 

Sponsored
Massive Corruption In Construction Of 5T Schools | Argus News