Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୁରୁଣା ଫଳକ ଲଗାଇ ୩ ଲକ୍ଷ ଲୁଟ୍

Odisha

ପୁରୁଣା ଫଳକ ଲଗାଇ ୩ ଲକ୍ଷ ଲୁଟ୍

Smruti Parija
Browse all articles by Smruti Parija
·2 years ago·2 min read
ପୁରୁଣା ଫଳକ ଲଗାଇ ୩ ଲକ୍ଷ ଲୁଟ୍

ଯାଜପୁର: ଯେଉଁଠି ଦେଖିବ, ଯେମିତି ଦେଖିବ...ସେଇଠି କେବଳ ଘୋଟାଲା ଘୋଟଲା ଆଉ ଘୋଟାଲା...ଦେଖନ୍ତୁ ଏହି ଦୃଶ୍ୟକୁ । ଏହି ଘର ତିଆରି ଲାଗି କାଳେ ୫୦ ଲକ୍ଷ ଖର୍ଚ୍ଚ କରିଛନ୍ତି ରାଜ୍ୟ ସରକାର । ଆଶ୍ଚର୍ଯ୍ୟ ଲାଗୁଛି କି ? ଏକଥା ଆମେ ନୁହେଁ ବରଂ ଏହି ଫଳକ ହିଁ କହୁଛି । ଆଉ ଘରକୁ ଯିଏ ଦେଖିବ ସିଏ ଜାଣିପାରିବ ଦୁର୍ନୀତିଟା ଏଇଠି କେମିତି ହୋଇଛି ? 

ଯାଜପୁର ବ୍ଲକ ସାନସୁଆର ଗ୍ରାମପଂଚାୟତର ଦୃଶ୍ୟ । ଯେଉଁଠି ପୁରୁଣା ଫଳକ ଲଗାଇ ଲୁଟ୍‌ ହୋଇଛି ୩ ଲକ୍ଷ ଟଙ୍କା । ମିଳିଥିବା ସୂଚନା ଅନୁସାରେ, ପ୍ରତ୍ୟେକ ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦାନ କରାଯାଇଥିଲା । ଠିକ୍‌ ସେମିତି ସାନସୁଆର ପଞ୍ଚାୟତର ୧୩ଟି ୱାର୍ଡକୁ ମଧ୍ୟ ଏହି ଟଙ୍କା ଭାଗ କରି ଦିଆଯାଇଛି । ହେଲେ ଏହି ଟଙ୍କାକୁ କିପରି ହରିଲୁଟ୍ କରାଯାଉଛି ତାହା ଏହି ଗୋଟିଏ ଦୃଶ୍ୟ ହିଁ ବୟାନ କରୁଛି ।

ଜାଣିଆଶ୍ଚର୍ଯ୍ୟ ହେବେ କି, ୪୦ ବର୍ଷ ପୁରୁଣା ଏହି ଭଙ୍ଗା ଘର । ଘର ପାଖରେ ଲଗାଯାଇଛି ୩ ଲକ୍ଷ ଟଙ୍କାର ଆମ ଓଡିଶା ନବୀନ ଓଡିଶା ଫଳକର, ଦେଖନ୍ତୁ ଏହି ଫଳକକୁ । ପଂଚାୟତର ଦୁର୍ନୀତିକୁ ନେଇ ଗ୍ରାମବାସୀ ବି ମୁହଁ ଖୋଲିଛନ୍ତି । କହିଛନ୍ତି, ବିଭାଗୀୟ ଜେଇ ଟଙ୍କା ଲୁଟ୍ ପାଇଁ କରିଛନ୍ତି ଏମିତି ଦୁର୍ନୀତି । ସଂସ୍ଥାର ନା ବିଭାଗୀୟ ଲେଖି ଆମ ଓଡିଶା ନବୀନ ଓଡିଶା ଫଳକ ମାରି ଏମିତି ସାଧାରଣ ଲୋକଙ୍କ ଟିକସ ଲୁଟ୍ କରାଯାଉଛି । ତେବେ ପୂରା ଘଟଣାରେ ସ୍ଥାନୀୟ ଲୋକଙ୍କ ଅସନ୍ତୋଷ ବଢିବା ପରେ କଥା ଯାଇ ପହଞ୍ଚିଥିଲା ବିଭାଗୀୟ ଯନ୍ତ୍ରୀଙ୍କ ପାଖରେ । ହେଲେ ଯନ୍ତ୍ରୀ ଅଭିଯୋଗକୁ ଭିତ୍ତିହୀନ କହିବା ସହ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମ ଓଡ଼ିଶା ନବୀନ ଓଡ଼ିଶା ହେବାଦିନଠୁ ହିଁ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇ ଆସିଛି । ହେଲେ ପୁରୁଣା ଘରେ ନୂଆ ଫଳକ ଦେଖାଇ ଟଙ୍କା ଲୁଟ୍‌ କରିବା ବୋଧହୁଏ ଯାଜପୁର ପରି ବିକଶିତ ଜିଲ୍ଲାରେ ପ୍ରଥମ । ତେବେ ଦେଖାଯାଉ କେବେ ଦୁର୍ନୀତିରେ ସଂପୃକ୍ତ ଥିବା ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ପ୍ରଶାସନ ।
 

Sponsored
massive-corruption-in-jajpur-in-ama-odisha-naveen-odisha-programme | Argus News