Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲକ୍ଷ୍ମୀବସ୍‌ ନାଁରେ ରଙ୍ଗ ମାରି କୋଟି କୋଟି ଖାଇଦେଲେ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଲକ୍ଷ୍ମୀବସ୍‌ ନାଁରେ ରଙ୍ଗ ମାରି କୋଟି କୋଟି ଖାଇଦେଲେ !

Key Points

  • ଛେଣ୍ଡିପଦାରେ ସାଙ୍ଘାତିକ ଦୁର୍ନୀତି
  • ଲକ୍ଷ୍ମୀବସ୍‌ ନାଁରେ କୋଟି କୋଟି ଆତ୍ମସାତ୍‌
  • ପୁରୁଣା ଘରେ ରଙ୍ଗ ଲଗାଇ ନେଇଗଲେ ବିଲ୍‌

ଅର୍ଗସ ବ୍ୟୁରୋ: ବିଜେଡିର ଗୋଟିଏ ପରେ ଗୋଟିଏ ଦୁର୍ନୀତିର ପର୍ଦ୍ଦାଫାଶ ହେଉଛି । ଖାସ କରି ନିର୍ବାଚନ ପୂର୍ବରୁ ପଂଚାୟତରୁ ବ୍ଲକକୁ ଯୋଡିବାକୁ ଲକ୍ଷ୍ମୀବସ୍‌ ଯୋଜନା କରିଥିଲେ ପୂର୍ବ ସରକାର । ହେଲେ ସେହି ଯୋଜନାରେ କୋଟି କୋଟି ଆତ୍ମସାତ୍‌ ହୋଇଥିବା ଜଣାପଡିଛି । ଇଏ ତ ଗଲା ଅନୁଗୁଳର କଥା । ପୁରା ରାଜ୍ୟରେ ଲକ୍ଷ୍ମୀବସ୍‌ ଯୋଜନାରେ କୋଟି କୋଟି ଦୁର୍ନୀତି ସହ କ୍ଷତିରେ ଏହି ଯୋଜନା ଚାଲିଥିଲା ଗୃହରେ ଉତ୍ତର ଦେଇ କହିଥିଲେ ମନ୍ତ୍ରୀ ।

ରାଜ୍ୟରେ ପୂର୍ବ ବିଜେଡି ସରକାର ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ମୀବସ ଯୋଜନା କରିଥିଲେ ।  ବସ ଚାଲିବା ପରେ ଲୋକଙ୍କ ସୁବିଧା ହେଲା ସେଥିରେ କୌଣସି ଦ୍ଵିମତ ନାହିଁ । ହେଲେ ସେହି ଯୋଜନାରେ କେମିତି କୋଟି କୋଟି ଖାଇଛନ୍ତି ବିଜେଡି ନେତା ତାହାର ଏବେ ଗୁମର ଖୋଲୁଛି । ଅନୁଗୁଳ ଜିଲ୍ଲା ଛେଣ୍ତିପଦା ବ୍ଲକରେ ୩୪ଟି ପଞ୍ଚାୟତ ଥିବା ବେଳେ ସବୁ ପଞ୍ଚାୟତକୁ ସଂଯୋଗ କରିବାକୁ ୩ଟି ବସ୍ ଚଳାଚଳ ପାଇଁ ରୋଡ ମ୍ୟାଫ୍ ପ୍ରସ୍ତୁତ ହେଲା, ବସ ବି ଚାଲିଲା । ହେଲେ ଅନେକ ପଞ୍ଚାୟତକୁ ଯୋଜନା ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ ବସ୍ ଗଡି ନଥିବା ଜଣାପଡିଛି  । ଛେଣ୍ତିପଦା ବ୍ଲକରେ ୫୮ ଟି ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ସନ୍ତରାବନ୍ଧ , ତେଣ୍ଟୁଲୋଇ ଓ ଗଡମଣ୍ତଳରେ ପୁରୁଣା ବସଷ୍ଟାଣ୍ଡରେ କେବଳ କଲର ଓ ବୋର୍ଡ ଲଗାଇ ଟଙ୍କା ଆତ୍ମସାତ କରିଛନ୍ତି ଠିକାଦାର ।

ବସଷ୍ଟାଣ୍ଡ ତିଆରି ହେବାର ୬ ମାସ ହୋଇନି କାନ୍ଥ ଫାଟି ଆଁ କଲାଣି । କାରଣ ଇଏ ନୂଆ ବସଷ୍ଟାଣ୍ଡ ନୁହେଁ ବରଂ ପୁରୁଣା ବସଷ୍ଟାଣ୍ଡରେ କେବଳ ରଙ୍ଗ ମାରିଦିଆଯାଇଛି । ବାହାଳସାହି , କଣଲୋଇ ,ଉଗୀ ଓ ତୁକୁଡା ବସଷ୍ଟାଣ୍ଡ ନିର୍ମାଣ ୬ମାସ ନପୁରୁଣୁ ଫାଟିବା ସହ ଟାଇଲ୍ସ ଛାଡିଗଲାଣି । ଆଜି ବି କେନ୍ଦୁପଶି ,  ବଡବେରଣା ,ବରପଦା ହାଟ ,ବାଗଡିଆ ଓ ନୂଆଁଗା ବସଷ୍ଟାଣ୍ଡ ଅଧାରେ ପଡିରହିଛି । ଉଗୀ ଗାଁରେ ବସଷ୍ଟାଣ୍ଡ ନିର୍ମାଣ ହୋଇଛି ସତ ହେଲେ ଗାଁକୁ ଗୋଟିଏ ଦିନ ବସ ଯାଇନାହିଁ । ବର୍ତ୍ତମାନ ୨୧ ବସଷ୍ଟାଣ୍ଡ ନିର୍ମାଣ ସରିଥିବା ବେଳେ ସେଥିରେ ୩ଟି ପୁରୁଣା ବସଷ୍ଟାଣ୍ଡ ରହିଛି ।  ୫ଟି ନିର୍ମାଣଧିନ ଅବସ୍ଥାରେ...ତେଣୁ ଦୁର୍ନୀତି କେମିତି ହୋଇଛି ତାହା କାହାକୁ ଅଛପା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଭିଯୋଗ ଅନୁସାରେ,  ଆବାସ ଯୋଜନାରେ ଲୋକଙ୍କୁ ମିଳୁଛି ଲକ୍ଷେ ୬୦ ହଜାର ଟଙ୍କା । ହେଲେ ଲକ୍ଷ୍ମୀବସ ଷ୍ଟାଣ୍ଡର କାନ୍ଥ ପାଇଁ ମିଳିଥିଲା ୫ ଲକ୍ଷ ୨୦ ହଜାର । ଥରେ ଅନୁମାନ କରନ୍ତୁ ଯେଉଁଠି ଲକ୍ଷେ ୬୦ ହଜାରରେ ଘର ହେଉଛି ସେଇଠି ୫ ଲକ୍ଷ ୨୦ ହଜାର ଟଙ୍କାରେ କାନ୍ଥ କେମିତି ହୋଇପାରୁନି ? ଏମିତିକି କାନ୍ଥ ପାଇଁ ଟଙ୍କା ଦେଇ ଦୁର୍ନୀତି କରିବା ଅପେକ୍ଷା ସେହି ଟଙ୍କା ଲୋକଙ୍କୁ ଦେଲେ ହିତାଧିକାରୀ ଲାଭବାନ ହେବେ ବୋଲି ଲୋକେ କହୁଛନ୍ତି ।
 

Sponsored
LAccMI Bus Scheme | Argus News