Fire Destroys / ଜଳିଲା ଭୁବନେଶ୍ୱର: ୪୦ରୁ ଅଧିକ ଦୋକାନ ପୋଡି ପାଉଁଶ, କୋଟି କୋଟି ଟଙ୍କାର ସାମଗ୍ରୀ ନଷ୍ଟ
·5 months ago·2 min read

Key Points
ଭୁବନେଶ୍ୱର ୟୁନିଟ-୧ ହାଟରେ ଭୟଙ୍କର ଅଗ୍ନିକାଣ୍ଡ
ଜଳିଗଲା ୪୦ରୁ ଅଧିକ ଦୋକାନ
ପୋଡ଼ିଗଲା କୋଟି କୋଟି ଟଙ୍କାର ସାମଗ୍ରୀ
ଜଳିଗଲା ୪୦ରୁ ଅଧିକ ଦୋକାନ
ପୋଡ଼ିଗଲା କୋଟି କୋଟି ଟଙ୍କାର ସାମଗ୍ରୀ
ଦୀର୍ଘ ୩ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଆୟତ୍ତ ହେଲା ୟୁନିଟ-୧ ହାଟ ନିଆଁ। ଜଳିଗଲା ୪୦ରୁ ଅଧିକ ଦୋକାନ । ପୋଡ଼ିଗଲା କୋଟି କୋଟି ଟଙ୍କାର ସାମଗ୍ରୀ। ଅଳ୍ପକେ ବଞ୍ଚିଲା ଦୁଇ ଜୀବନ । ସୌଭାଗ୍ୟ ବଶତଃ କୌଣସି ଜୀବନ ହାନି ହୋଇନାହିଁ । ନିଆଁ ଆୟତ୍ତ କରିବାକୁ ୧୩ଟି ଦମକଳ, ରୋବୋଟିକ ମନିଟର, ପ୍ରକ୍ସିମିଟି ସୁଟ, ଷ୍ଟ୍ରାଇକିଂ ଫାୟାର ଫୋର୍ସ ବ୍ୟବହାର ହୋଇଥିଲା । ୭୦ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହୋଇଥିଲେ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପ୍ରଥମେ ଥାନା ପାଖ ଏକ ମୂର୍ତ୍ତି ଦୋକାନରେ ନିଆଁ ଲାଗି ଥିଲା। ସେଠାରେ ଥିବା ଏକ ସ୍କୁଟିରେ ନିଆଁ ଲାଗି ବସ୍ଫୋରଣ ପରେ ଗୋଟିଏ ଦୋକାନରେ ନିଆଁ ଲାଗିଥିଲା ।
ଏହାପରେ ଗୋଟିଏ ଦୋକାନରେ ଗ୍ୟାସ ଟାଙ୍କି ମଧ୍ୟ ବ୍ଲାଷ୍ଟ ହୋଇଥିଲା । ଫଳରେ ନିଆଁ ବ୍ୟାପି ଯାଇଥିଲା । ଅଗ୍ନିକାଣ୍ଡରେ କ୍ୟାପିଟାଲ ଥାନାର ଏସି କମ୍ରେସର ଓ ଝରକା ମଧ୍ୟ ଫାଟିଯାଇଛି। ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ ଏହି ମାର୍କେଟରେ। ଅନେକ ଜିନିଷପତ୍ର କିଣାକିଣି କରିବା ପାଇଁ। ହେଲେ ରାତି ଅଧାରେ ଭୁବନେଶ୍ୱରର ଏହି ମାର୍କେଟରେ ନିଆଁ ଲାଗିବା କାରଣରୁ କାହାର କିଛି ହୋଇନଥିବା ଜଣାପଡ଼ିଛି। ଅନେକ ଅଗ୍ନିଶମ ୟୁନିଟ୍ ସହ ୧୩ଟି ଗାଡ଼ି ନିୟୋଜିତ ହୋଇଥିଲେ। ଉଦ୍ଧାର କାର୍ଯ୍ୟ ଓ ନିଆଁ ଲିଭାଇବା ପାଇଁ ବରିଷ୍ଠ ଅଗ୍ନିଶମ ଅଧିକାରୀ ସହ ୭୦ଜଣରୁ ଅଧିକ ଆଗ୍ନିକ ସମେତ ୨ୟୁନିଟ୍ ଷ୍ଟ୍ରାଇକିଂ ଫାୟାର ଫୋର୍ସ ନିୟୋଜିତ ଥିଲେ। ଫାୟାର ଫାଇଟିଂ ପାଇଁ କେମିକାଲ ଫୋମ୍ କମ୍ପାଉଣ୍ଡ, ଫାୟାର ପ୍ରକ୍ସିମେଟ୍ ସୁଟ୍, ଜେସିବି ମେସିନ ବ୍ୟବହାର ହୋଇଥିବା ବେଳେ ରୋବଟିକ୍ ମନିଟର୍ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।
ଏଥିସହ ପଢ଼ନ୍ତୁ: ରେଲଓ୍ୱେର କଡ଼ା ନିୟମ: ଟ୍ରେନରେ ଘିଅ ନେଲେ ଦେବେ ଫାଇନ୍
କିଛି ବ୍ୟବସାୟୀଙ୍କ କହିବା ଅନୁସାରେ ଗୋଟିଏ ଦୋକାନରୁ ସବୁ ଦୋକାନକୁ ନିଆଁ ବ୍ୟାପିଥିବା ବେଳେ ନିଆଁ କେମିତି ଲାଗିଲା ତାହାର କାରଣ ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ସ୍ଥାନୀୟ ସିସିଟିଭି ଯାଞ୍ଚ ସହ ଘଟଣାର ତଦନ୍ତ କରିବେ ଉଭୟ କ୍ୟାପିଟାଲ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories