Fish Market Fire / କଟକ ଲିଙ୍କରୋଡ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ

Key Points
କଟକ ଲିଙ୍କରୋଡ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ବିଳମ୍ବିତ ରାତିରୁ ଲାଗିଛି ନିଆଁ । ଏଯାଏଁ ହୋଇପାରିନି ସଂପୂର୍ଣ୍ଣ ଆୟତ୍ତ । ନିଆଁ ଲିଭାଇବାକୁ ୭ଟି ଦମକଳ ବାହିନୀ ସହ ରୋବ ମୁତୟନ । ଜଳିପୋଡ଼ି ପାଉଁଶ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ସଂପତ୍ତି ।
କଟକ ଲିଙ୍କ୍ରୋଡ ମାଛ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ । ଲିଙ୍କ୍ରୋଡ୍ ସ୍ଥିତ ମାଛ ମାର୍କେଟରେ ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଫଳରେ ସମଗ୍ର ମାଛ ମାର୍କେଟ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ବ୍ୟବସାୟୀମାନଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି ।
ଗତକାଲି ବିଳମ୍ବିତ ରାତିରେ ମାଛ ମାର୍କେଟରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଦେଖୁଦେଖୁ ଦୋକାନଗୁଡ଼ିକ ଜଳିବାକୁ ଲାଗିଥିଲା । ଏହି ଦୁର୍ଘଟଣାରେ ଦୋକାନୀମାନଙ୍କର ଲକ୍ଷ ଲକ୍ଷ ନଗଦ ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଛି ।
ମାଛ ମାର୍କେଟରୁ ନିଆଁ ବ୍ୟାପି ନିକଟସ୍ଥ ଏକ ରଙ୍ଗ ଗୋଦାମରେ ମଧ୍ୟ ଲାଗିଯାଇଛି । ଗୋଦାମରେ ବହୁ ପରିମାଣର ରଙ୍ଗ ଏବଂ କେମିକାଲ୍ସ ଗଚ୍ଛିତ ଥିବାରୁ ନିଆଁ ଅତି ଭୟଙ୍କର ରୂପ ଧାରଣ କରିଛି । କେମିକାଲ୍ସ ଯୋଗୁଁ ନିଆଁକୁ ଆୟତ୍ତ କରିବା ଅଗ୍ନିଶମ ବାହିନୀ ପାଇଁ ମୁସ୍କିଲ ହୋଇଛି ।
ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ବର୍ତ୍ତମାନ ସୁଦ୍ଧା ୭ଟି ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁ ଆୟତ୍ତ ହେଉନଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଥମ ଥର ପାଇଁ ଏଠାରେ ଅଗ୍ନିଶମ ରୋବୋଟ୍ର ସହାୟତା ନିଆଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନାହିଁ ।
📱 Get Argus News App
✨Related Topics
Explore more stories