Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କାଳୀପୂଜାରେ ଅଘଟଣ : ୧ନଂ ମାର୍କେଟ୍‌ରେ ଲାଗିଲା ନିଆଁ

Odisha

କାଳୀପୂଜାରେ ଅଘଟଣ : ୧ନଂ ମାର୍କେଟ୍‌ରେ ଲାଗିଲା ନିଆଁ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
କାଳୀପୂଜାରେ ଅଘଟଣ : ୧ନଂ ମାର୍କେଟ୍‌ରେ ଲାଗିଲା ନିଆଁ

ଅର୍ଗସ ବ୍ୟୁରୋ : ଭୁବନେଶ୍ଵରରେ ବଡ଼ ଅଘଟଣ । ଏକ ନମ୍ବର ହାଟରେ ଲାଗିଲା ନିଆଁ । ନିଆଁ ଆୟତ୍ତ କରିବାକୁ ୧୦ଟି ଦମକଳ ବାହିନୀ ନିୟୋଜିତ । ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଲାଗିଛି ନିଆଁ । ଚାରିଆଡ ଧୂଆଁମୟ ପରିବେଶ ଦେଖିବାକୁ ମିଳିଛି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ୧ ନମ୍ବର ହାଟ ଭୂତଳ ମାର୍କେଟରେ ଭୁବନେଶ୍ୱରରେ ଭୟାବହ ଅଗ୍ନିକାଣ୍ଡ ଘଟି କେତେକ ଦୋକାନର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି ।

ମାର୍କେଟ ବିଲ୍ଡିଂରୁ ଏକ ନମ୍ବର ହାଟକୁ ସଂଯୋଗ କରୁଥିବା ଅଣ୍ଡର ଗ୍ରାଉଣ୍ଡରେ ନିଆଁ ଲାଗିଥିଲା ।  ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେ ଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି । 

ଅଣ୍ଡର ଗ୍ରାଉଣ୍ଡ ମାର୍କେଟରେଥିବା କପଡା ଦୋକାନରେ ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଣ୍ଡର ଗ୍ରାଉଣ୍ଡରେ ଲାଗିଥିବା ନିଆଁକୁ ଆୟତ୍ତ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fire In Unit-I Market Building | Argus News